Uncategorized

ଦୁବାଇରେ ପାକ୍‌ ଖେଳାଳିଙ୍କ ହାତରେ ଭାରତୀୟ ପତାକା

ଦୁବାଇ: ପାକ୍‌ ଖେଳାଳିଙ୍କ ହାତରେ ଭାରତୀୟ ପତାକା | ଦୁବାଇରେ ଆୟୋଜିତ କରାଟେ କମ୍ବାଟ୍ ପ୍ରତିଯୋଗିତାରେ ଜଣେ ପାକିସ୍ତାନୀ ଖେଳାଳି ଜିତିବା ପରେ ନିଜ ଦେଶ ସହ ଭାରତୀୟ ପତାକା ନେଇ ମଞ୍ଚ ଉପରକୁ ଯାଇଥିଲେ। ଖେଳାଳି ଜଣଙ୍କ ହେଉଛନ୍ତି ଶାହଜୈବ ରିନ୍ଧ | ଏଭଳି କରିବା ପଛର କାରଣ ବର୍ଣ୍ଣନା କରିବାକୁ ଯାଇ ଶାହଜୈବ ରିନ୍ଧ କହିଥିଲେ ଯେ ‘‘ଏହି ଲଢ଼େଇ ଶାନ୍ତି ପାଇଁ ଥିଲା। ଆମେ ଶତ୍ରୁ ନୁହଁ, ଭାଇ ଭାଇ। ଏକାଠି ଆମେ ବହୁତ କିଛି କରି ପାରିବୁ। ଏହି ଲଢ଼େଇ ମାଧ୍ୟମରେ ଆମେ ଭାରତ ଓ ପାକିସ୍ତାନକୁ ନିକଟତର କରିବାକୁ ଉଦ୍ୟମ କରିଛୁ’’। ତାଙ୍କର ଏଭଳି ପଦକ୍ଷେପକୁ ପ୍ରଶଂସକମାନେ ବେଶ୍ ପସନ୍ଦ କରିଥିଲେ। ବଲିଉଡ୍ ଅଭିନେତା ସଲମାନ ଖାନଙ୍କ ଉପସ୍ଥିତିରେ ଶାହଜୈବ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତର ରାନା ସିଂହଙ୍କୁ ହରାଇ ବିଜେତା ହୋଇଥିଲେ।

Related posts

ରାଷ୍ଟ୍ରୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି

Odisha Sports Bureau

ଯୁବ ବ୍ୟାଟ୍ସମ୍ୟାନ କୁଶାଳ ମଲ୍ଲାଙ୍କ ରେକର୍ଡ଼

Odisha Sports Bureau

ହକି ତାରକାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା

Odisha Sports Bureau