Badminton

ଇଣ୍ଡୋନେସିଆ ଓପନର ପୁରୁଷ ଯୁଗଳ ମୁକୁଟ ଜିତିଲେ ଭାରତୀୟ ଖେଳାଳି

ଇଣ୍ଡୋନେସିଆ ଓପନର ପୁରୁଷ ଯୁଗଳ ମୁକୁଟ ଜିତି ଇତିହାସ ରଚିଛନ୍ତି ଭାରତୀୟ ଖେଳାଳି । ଭାରତୀୟ ତାରକା ବ୍ୟାଡମିଣ୍ଟନ ଯୋଡି ସାତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ମାଲେସିଆ ଯୋଡି ଆରୋନ ଚିଆ ଓ ସୋ ଉଇ ୟିକାଙ୍କୁ ହରାଇ ଏହି ଗୌରବ ହାସଲ କରିଛନ୍ତି । ଇଣ୍ଡୋନେସିଆ ଟ୍ରଫି ଫାଇନାଲରେ ସାତ୍ୱିକ ଓ ଚିରାଗ ୨୧-୧୭ ଓ ୨୧-୧୮ ପଏଣ୍ଟ କରି ମାଲେସିଆ ଯୋଡିଙ୍କୁ ମାତ ଦେଇଛନ୍ତି । ଏମାନେ ହେଲେ ସୁପର ୧୦୦୦ ଇଭେଣ୍ଟରେ ଟ୍ରଫି ଜିତିବା ରେ ଦେଶର ପ୍ରଥମ ଯୋଡି ହୋଇପାରିଛନ୍ତି । ଏମାନଙ୍କ ପୂର୍ବରୁ ଭାରତର ସାଇନା ନେହୱାଲ ଏବଂ ଶ୍ରୀକାନ୍ତ କିଦାମ୍ବି ଏକକ ଟ୍ରଫି ହାସଲ କରିଥିଲେ । ଏମାନେ ବର୍ମିଂହାମ ରାଜ୍ୟଗୋଷ୍ଟେୀ କ୍ରୀଡା ରେ ସ୍ୱର୍ଣ୍ଣ ଏବଂ ବିଶ୍ୱ ପ୍ରତିଯୋଗିତାରେ କାଂସ୍ୟ ଜିତି ବିଶ୍ୱର ୬ନମ୍ବର ଯୋଡି ହୋଇପାରିଛନ୍ତି । ଏମାନେ ବିଶ୍ୱର ୬ନମ୍ବର ଯୋଡି ହୋଇଥିବା ବେଳେ ଦେଶର ପ୍ରଥମ ଯୋଡି ହୋଇପାରିଛନ୍ତି ।

Related posts

ପ୍ରଥମ ପର୍ଯ୍ୟୟରେ ଶ୍ରୀକାନ୍ତଙ୍କୁ ମିଳିଲା ପରାଜୟ

Odisha Sports Bureau

ଅନ୍ତରାଷ୍ଟ୍ରିୟ ଫର୍ଚ୍ୟୁନ୍ ବ୍ୟାଡମିଣ୍ଟନ ସିରିଜର ଟାଇଟଲ୍ ଜିତିଲେ ମାଲବିକା

Odisha Sports Bureau

ବିଶ୍ବର ଶ୍ରେଷ୍ଠ ୨୫ ଆୟକାରୀ ମହିଳା ଆଥ୍ଲେଟଙ୍କ ତାଲିକାରେ ସ୍ଥାନ ପାଇଛନ୍ତି ପିଭି ସିନ୍ଧୁ

Odisha Sports Bureau

Leave a Comment