Cricket

ଇଣ୍ଡିଆ-ନିୟୁଜଲ୍ୟାଣ୍ଡ:ପାର୍ଥାବ ପଟେଲ ଶତକରୁ ବଞ୍ଚିତ, ଭାରତ ଏ ସଂଗ୍ରହ କଲା ବିଶାଳ ସ୍କୋର, ଭାରତୀୟ ବୋଲର୍ କରିଲେ ନିରାଶ

(ଓଡିଶା ସ୍ପୋର୍ଟ): ପାର୍ଥୀବ ପଟେଲ୍ (୯୪) ଏବଂ ବିଜୟ ସଙ୍କର (୬୨), କୃଷ୍ଣାପ୍ପା ଗୌତମ(୪୭)ଙ୍କ ଭଲ ପାରି ଯୋଗୁଁ ଭାରତ ଏ ଶନିବାର ଦିନ ନିୟୁଜଲ୍ୟାଣ୍ଡ ଏ ବିପକ୍ଷରେ ବିଶାଳ ସ୍କୋର କରିଥିଲା । ଭାରତ ଏ ମାଉଣ୍ଟ ମୋଙ୍ଗାନୁଇରେ ଖେଳା ଯାଉଥିବା ପ୍ରଥମ ଅନାଧିକୃତ ଟେଷ୍ଟର ଦ୍ୱିତୀୟ ଦିନ ନିଜର ପ୍ରଥମ ପାଳିରେ ୪୬୭/୮ ର ସ୍କୋର କରିଛି । ଏହାର ଜବାବରେ ଦିନର ଖେଳ ଶେଷ ହେବା ଭିତରେ ମେଜବାନ ଟିମ୍ ନିଜର ସ୍ଥିତି ସୁଦୃଢ କରିଥିଲେ । ନିୟୁଜଲ୍ୟାଣ୍ଡ୍ ଟିମ୍ ଷ୍ଟପ୍ ସମୟରେ ୫୫ ଓଭରରେ ୧ଟି ୱେକେଟ ହରାଇ ୧୭୬ ରନ୍ କରିଥିଲେ । ହେମିଶ ରଦରଫୋର୍ଡ(ନଟ୍ ଆଉଟ ୧୦୬ ରନ୍) ଏବଂ ଗ୍ଲେନ୍ ଫିଲିପ୍ସ୍ (ନଟ୍ ଆଉଟ ୧୩ ରନ୍ ) କରି ପଡିଆରେ ରହିଥିଲେ । ମେଜବାନ୍ ଟିମ୍ କୁ ଗୋଟିଏ ଝଟକା ଲାଗିଥିଲା କ୍ୟାପେଟେନ୍ ୱିଲ୍ ୟଙ୍ଗଙ୍କ ଆଉଟ୍ ପରେ, ଯାହାଙ୍କୁ ଗୌତମ ଏଲବିଡବ୍ଲୁ ରେ ଆଉଟ୍ କରିଥିଲେ ।

ଭାରତ ଏ ର ବିଶାଳ ସ୍କୋର ପରେ ବ୍ୟାଟିଙ୍ଗ୍ ପାଇଁ ପଡିଆକୁ ଓହ୍ଲାଇଥିଲେ ମେଜବାନ୍ ଟିମ୍ ରୁ ରଦରଫୋର୍ଡ ଏବଂ ୟଙ୍ଗ୍ ଭଲ ଆରମ୍ଭ କରିଥିଲେ । ଦୁଇ ଓପନର ୧୨୧ ରନ୍ ସଂଗ୍ରହ କରିଥିଲେ ଏବଂ ଭାରତୀୟ ବୋଲରଙ୍କୁ ୱେକେଟ ନେବାରେ ତରସାଇ ଦେଇଥିଲେ । ଦିପକ ଚହର, ମୋହମ୍ମଦ ସିରାଜ, ନବଦିନ ସେନୀଙ୍କ ଗତି ସେମାନଙ୍କ ବ୍ୟାଷ୍ଟ୍ ମ୍ୟାନଙ୍କ ଉପରେ କୌଣସି ପ୍ରଭାବ ପକାଇ ନ ଥିଲା । ଏହା ପୂର୍ବରୁ ଭାରତ ଏ ଶନିବାର ଦିନ ନିଜର ପାରି ୩୪୦/୫ ର ସ୍କୋରକୁ ଆଗକୁ ବଢାଇଥିଲେ । ପାର୍ଥୀବ ପଟେଲ୍ ନିଜ କାଲିର ସ୍କୋରରେ ୧୫ରନ୍ ମିଶାଇ ଥିଲେ ଏବଂ ଟିକନରଙ୍କ ବଲ୍ ରେ କ୍ଲିବରଙ୍କ ହାତରେ କ୍ୟାଚ୍ ଧରାଇ ପବେଲିୟନ୍ ଫେରି ଯାଇଥିଲେ । ଏହା ପରେ ବିଜୟ ଶଙ୍କର ଏବଂ ଗୌତମ ଭାରତକୁ ୪୫୦ ରନ୍ ରେ କୂଳରେ ଲଗାଇଥିଲେ । ଦୁହେଁ ସପ୍ତମ ୱେକେଟ୍ ପାଇଁ ୮୭ ରନ୍ ସଂଗ୍ରହ କରିଥିଲେ । ଗୌତମଙ୍କୁ ଟିକନର ଆଉଟ୍ କରିଥିଲେ, ସେତେବେଳେ ଭାରତର କ୍ୟାପଟେନ୍ ଆଜିଙ୍କ୍ୟା ରହାଣେଙ୍କ ପାଳି ଘୋଷଣା କରାଯାଇଥିଲା ।

ନିୟୁଜଲ୍ୟାଣ୍ଡ ଏ ତରଫରୁ ବ୍ଲେୟର ଟିକନର ସମସ୍ତଙ୍କ ମଧ୍ୟରେ ସଫଳ ବୋଲର ରହିଥିଲେ । ସେ ୨୨.୧ ଓଭର ରେ ୮୦ ରନ୍ ଦେଇ ସର୍ବାଧିକ ଚାରିଗୋଟି ୱେକେଟ୍ ନେଇଥିଲେ । ଏହା ସହିତ ଡଗ ବ୍ରେସ୍ବେଲ, ଜେମିସନ, ୱେଏରକୋମ୍ ଏବଂ ରବିନ୍ଦ୍ରଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।

Related posts

ନିଜକୁ ଗୁଳି କରି କରିଛନ୍ତି ସଚିନ ତେନ୍ଦୁରକରଙ୍କ ସୁରକ୍ଷା ରେ ନିୟୋଜିତ ଯବାନ

Odisha Sports Bureau

ଟିମ ଇଣ୍ଡିଆ ଖେଳାଳିଙ୍କ ତାଲିକାକୁ ନେଇ ଖୁସି ନାହାନ୍ତି ଗାଙ୍ଗୁଲି

ବାପାଙ୍କୁ ଭିଡିଓ କଲ କରି କାନ୍ଦିଲେ ଯଶ୍ୱସ୍ୱୀ