Football

ଆଇଏସ୍ଏଲ୍ ୨୦୧୮: ଦୁଇଥର ଚମ୍ପିଆନ୍ ହୋଇଥିବା ଏଟିକେ ଚେନ୍ନାଇ ଏଫସିକୁ ୩-୨ରେ ହରାଇଲା

(ଓଡିଶା ସ୍ପୋର୍ଟ): କ୍ୟାପ୍ଟେନ୍ ମେନୁଏଲ ଲେଞ୍ଜାରେତେଙ୍କ ଦୁଇଟି ଗୋଲ୍ ସାହାଯ୍ୟରେ ଦୁୁଇଥର ଚମ୍ପିଆନ ହୋଇଥିବା ଏଟିକେ ରବିବାର ଦିନ ଆଇପିଏଲ ଥିବା ଚମ୍ପିଆନ୍ ଚେନ୍ନାଇ ଏଫସି କୁ ପରାସ୍ତ କରିଛି । ଚେନ୍ନାଇ ଜବାହାର ଲାଲ୍ ନେହେରୁୁ ଷ୍ଟାଡିୟମ୍ ରେ ଖେଳାଯାଇଥିବା ମ୍ୟାଚ୍ ରେ ଏଟିକେ ଚେନ୍ନାଇ ଏଫସିକୁ ୩-୨ ରେ ହରାଇ ତିନି ଅଙ୍କ ହାସଲ କରିଥିଲେ । ଖରାପ ଫାର୍ମ ଯୋଗୁଁ ଅସୁୁବିଧାର ସମ୍ମୁଖିନ ହେଉଥିବା ମେଜବାନ୍ ଟିମ୍ ଙ୍କ ଏହି ଘରୋଇ ମୁକାବିଲାରେ ଚତୁୁର୍ଥ ଏବଂ ସମୂଦାୟ ୧୦ ମ୍ୟାଚ୍ ମଧ୍ୟରୁୁ ଏହା ସପ୍ତମତମ ପରାଜୟ ଅଟେ । ଯେଉଁଥିରେ ପ୍ଲେଅଫ୍ ରେ ପହଁଞ୍ଚିବାର ସମ୍ଭାବନା ପାଖାପାଖି ଶେଷ ହୋଇଯାଇଛି । ଦୁଇଥର ଚମ୍ପିଆନ୍ ହୋଇଥିବା ଏଟିକେ ମ୍ୟାଚ୍ ରୁ ହାସଲ କରିଥିବା ତିନି ଗୋଟି ଅଙ୍କ ସହିତ ଦଶ ଗୋଟି ଟିମ୍ ତାଲିକା ମଧ୍ୟରେ ପଞ୍ଚମ ସ୍ଥାନ ଗ୍ରହଣ କରିସାରିଛି, ଯେତେବେଳେକି ଚେନ୍ନାଇ ଟିମ୍ ଅଷ୍ଟମ ସ୍ଥାନରେ ରହିଛି ।

ମ୍ୟାଚ୍ ପାଇଁ କ୍ୟାପଟେନ୍ ମେନୁୁଏଲ୍ ଲେଞ୍ଜଜାରେତେ ଦୁଇଟି ଗୋଲ୍ କରିଥିଲେ । ମ୍ୟାଚର ପ୍ରଥମ ଗୋଲ୍ ଏଟିକେ ପାଇଁ ଜୟେଶ୍ ରାଣା ୧୪ ମିନିଟ୍ ସମୟରେ କରିଥିଲେ କିନ୍ତୁ ୧୦ ମିନିଟ୍ ପରେ ଥୋଇ ସିଂ ସ୍କୋର ୧-୧ କରିନେଇଥିଲେ । ୪୪ ମିନିଟରେ ଲେଞ୍ଜାରେତେ ପେନଲ୍ଟି ଉପରେ ଗୋଲ କରି ଏଟିକେକୁ ୨-୧ରେ ଆଗୁୁଆ କରିଥିଲା ।
ହାଫ୍ ସମୟ ପରେ ଦୁଇ ଟିମ୍ ଗୋଲ କରିବାରେ ଅସଫଳ ରହିଥିଲେ କିନ୍ତୁ ୮୦ ମିନିଟ୍ରେ ଏଟିକେକୁ ଦ୍ୱିତୀୟ ପେନଲ୍ଟି ମିଳିଥିଲା ଏବଂ ଲେଞ୍ଜାରେତେ ଏହାକୁୁ ଗୋଲରେ ପରିଣତ କରି ଟିମକୁୁ ୩-୧ କରିଦେଇଥିଲେ । ଚେନ୍ନାଇ ପାଇଁ ୮୮ ମିନିଟରେ ଇସାକ ୱେନମାଲସାୱମା ଗୋଲ କରି ଏଟିକେ ଗୋଲକୁ କମାଇ ଦେଇଥିଲେ ।

Related posts

୩ ମାସ ପାଇଁ ନିଲମ୍ବିତ ହେଲେ ମେସି

Odisha Sports Bureau

ସୁଆରେଜଙ୍କ ଦୁଇ ଗୋଲ ସାହାଯ୍ୟରେ ବର୍ଷିଲୋନାର ବିଜୟ

Odisha Sports Bureau

ରବର୍ଟ ଲିୱାଣ୍ଡୋସ୍କି ହେଲେ ଫିଫା ପ୍ଲେୟର ଅଫ ଦ ଇୟର

Odisha Sports Bureau

Leave a Comment