କୁସ୍ତି ସଂଘର ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଲଗାତର ପ୍ରଦର୍ଶନ କରୁଥିବା ଖେଳାଳୀ ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ ଓ ଭିନେଶ ଫୋଗଟ ନିଜ ଚାକିରିରେ ଯୋଗଦାନ କରିଛନ୍ତି । ରେଳବାଇ ଚାକିରୀରେ ୩ ଖେଳାଳୀ ଯୋଗଦାନ କରିଥିବା ନେଇ ସୂଚନା ମିଳିଛି । ତେବେ ସାକ୍ଷୀ ଆନ୍ଦୋଳନରୁ ପଛକୁ ହଟିବା ଖବରକୁ ଗୁଜବ କହିଛନ୍ତି । ସାକ୍ଷୀ ମଲ୍ଲିକ କହିଛନ୍ତି, ସତ୍ୟାଗ୍ରହ ସହ ରେଳବାଇରେ ସେମାନଙ୍କ ଦାୟିତ୍ୱ ସମାନ ଭାବରେ ନିଭାଇବେ ।
ଶୁଣିବାକୁ ମିଳିଥିଲା ଯେ, ସାକ୍ଷୀ ମଲ୍ଲିକ କୁସ୍ତି ଖେଳାଳୀଙ୍କ ଆନ୍ଦୋଳନରୁ ପଛକୁ ହଟିଯାଇଛନ୍ତି । ସାକ୍ଷୀ ମଲ୍ଲିକ ଏଭଳି ଖବରକୁ ଭିତ୍ତିହୀନ ଦର୍ଶାଇଛନ୍ତି । ସେ କହିଛନ୍ତି ନ୍ୟାୟର ଲଢେଇରେ ଆମେ ପଛକୁ ହଟିବୁ ନାହିଁ । ନ୍ୟାୟ ନମିଳିବା ଯାଏ ଆମେ ପଛକୁ ହଟିବୁ ନାହିଁ । ଏହା ପୂର୍ବରୁ ସାକ୍ଷୀଙ୍କ ସ୍ୱାମୀ ସତ୍ୟବ୍ରତ କାଦିଆନ ମଧ୍ୟ ଆନ୍ଦୋଳନରୁ ପଛକୁ ହଟିବାର ଖବର ସାମ୍ନାକୁ ଆସିଥିଲା । ତେବେ ଏସବୁ କଥାକୁ ଖେଳାଳିମାନେ ଅସ୍ୱିକାର କରିଛନ୍ତି ।