Hockey

କଡା ସୁରକ୍ଷା ଭିତରେ ରହିବ କଳିଙ୍ଗ ଷ୍ଟାଡିୟମ

(ଆଦର୍ଶ ରାଉତ): ହକି ବିଶ୍ବକପ ସମୟରେ ବିଦେଶୀ ଖେଳାଳି ଓ ବିଦେଶୀଙ୍କ ସୁରକ୍ଷାକୁ ଅଧିକ ପ୍ରାଧାନ୍ୟ ଦିଆଯିବ। ବିଦେଶୀ ଖେଳାଳିଙ୍କ ପାଇଁ ୧୮୦ ଜଣ ଯବାନଙ୍କୁ ପିଏସ୍‌ଓ ଭାବେ ନିଯୁକ୍ତି ଦିଆଯିବ। ସେମାନେ ଦିନ ରାତି ୨୪ ଘଣ୍ଟା ସେମାନଙ୍କ ସହ ରହିବେ। ସେମାନଙ୍କୁ କମିସନରେଟ ପୁଲିସ ପକ୍ଷରୁ ମଧ୍ୟ ତାଲିମ ଦିଆସରିଛି। ସେମାନେ ବିଦେଶୀ ଖେଳାଳିଙ୍କୁ କେମିତି ବ୍ୟବହାର କରିବେ, କଥାବାର୍ତାରେ ଶା‌ଳୀନତା ରଖିବେ, ମାର୍ଜିତ ବ୍ୟବହାର କରିବେ ଏ ସମ୍ପର୍କରେ ବୁଝାଇ ଦିଆଯାଇଛି। ବିମାନବନ୍ଦରଠାରୁ ପିଏସ୍‌ଓ ସେମାନଙ୍କ ସହିତ ରହିବେ। ପାକିସ୍ତାନ ଖେଳାଳିଙ୍କୁ ସ୍ବତନ୍ତ୍ର ଭାବେ ସୁରକ୍ଷା ଯୋଗାଇ ଦିଆଯିବ। ସେମାନଙ୍କୁ ପିଏସ୍ଓ ଯୋଗାଇ ଦିଆଯିବା ସହିତ ସ୍ବତନ୍ତ୍ର ଭାବେ ସେମାନଙ୍କ ଉପରେ ଗୁଇନ୍ଦା ବିଭାଗ ନଜର ରଖିବ ବୋଲି ପୁଲିସ କମିସନର୍‌ ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି।

Related posts

ହିରୋ ହକି ଇଣ୍ଡିଆ ଲିଗ୍ ମ୍ୟାଚକୁ ଦେଖିବାକୁ ଆବଶ୍ୟକତା ନାହିଁ ପାସ୍ ଓ ଟିକେଟର

Odisha Sports Bureau

ପୂର୍ବାଞ୍ଚଳ ଉପକନିଷ୍ଠ ହକିରେ ଓଡ଼ିଶା ବାଳକଙ୍କୁ ସ୍ବର୍ଣ୍ଣ, ବାଳିକାଙ୍କୁ ରୌପ୍ୟ

Odisha Sports Bureau

୨୦୨୩ ହକି ବିଶ୍ୱକପ ପାଇଁ ରାଉରକେଲାରେ ପ୍ରସ୍ତୁତି ଜୋରଦାର

Odisha Sports Bureau