Cricket

ପଛରେ ପଡିଗଲେ କିଙ୍ଗ କୋହଲୀ

ରାଞ୍ଚି: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଜିତି ସିରିଜ ହାତେଇଛି ଟିମ ଇଣ୍ଡିଆ । ରାଞ୍ଚିରେ ଖେଳାଯାଇଥିବା ଏହି ମ୍ୟାଚରେ ସହଜ ବିଜୟ ସହିତ ଟି-୨୦ ବିଶ୍ୱକପର ମଧୁର ପ୍ରତିଶୋଧ ନେଇଛି ମେନ ଇନ ବ୍ଲୁ । ତେବେ ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ନ୍ୟୁଜିଲାଣ୍ଡ ବରାଜୟର ସାମନା କରିଛି । ଏହାପରେ ମଧ୍ୟ ଦଳର ଓପନର ମାର୍ଟିନ ଗପ୍ତିଲ ଏକ ମହାନ ରେକର୍ଡ ସ୍ଥାପନ କରିଛନ୍ତି । ଏଥିସହ ରେକର୍ଡର ଅଧିକାରୀ ତଥା ଭାରତର ଷ୍ଟାର ଖେଳାଳୀ ବିରାଟ କୋହଲୀଙ୍କୁ ସେ ପଛରେ ପକାଇ ଦେଇଛନ୍ତି ।

ଟି-୨୦ ଫର୍ମାଟରେ ସର୍ବାଧିକ ରନ କରିବାରେ ସେ ଏକ ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ରେକର୍ଡ ସୃଷ୍ଟି କରିଛନ୍ତି । ମ୍ୟାଚ ପୂର୍ବରୁ ଗପ୍ତିଲ କୋହଲୀଙ୍କ ଠାରୁ ମାତ୍ର ୧୧ ରନ ପଛରେ ରହିଥିଲେ । ତେବେ ଭାରତ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ସେ ଏହି ରେକର୍ଡକୁ ନିଜ ନାମରେ କରିଛନ୍ତି । ଦ୍ୱିତୀୟ ମ୍ୟାଚରେ ୩୧ ରନ ଦମଦାର ଇନିଂସ ଖେଳି ସେ ଏହି ଆବଶ୍ୟକତା ପୂରଣ କରିଥିଲେ । କୋହଲୀ ୮୭ଟି ଟି-୨୦ ମ୍ୟାଚ ଖେଳି ୩,୨୨୭ ରନ ସଂଗ୍ରହ କରିତିବା ବେଳେ ଗପ୍ତିଲ ଗତକାଲି ନିଜର ୧୦୭ତମ ମ୍ୟାଚରେ ଏହି ଲାଇନ ଅତିକ୍ରମ କରିଛନ୍ତି । ତେବେ ଯଦି ହାରାହାରି କଥା କହିବା ତାହାଲେ ବିରାଟ କୋହଲି ମାର୍ଟିନ ଗପ୍ଟିଲଙ୍କଠାରୁ ବହୁତ ଆଗରେ ରହିଛନ୍ତି । ବିରାଟଙ୍କ ଆଭେରେଜ ୫୨.୦୪ ରହିଥିବାବେଳେ ମାର୍ଟିନ ଗପ୍ଟିଲଙ୍କ ଆଭରେଜ ରହିଛି ୩୨.୪୯ ।

India's T20 World Cup campaign: Where it all went wrong for Virat Kohli and  Co - Sport - DAWN.COM
ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ଟି-୨୦ ସିରିଜରେ ବିରାଟ କୋହଲିଙ୍କ ପାଖରେ ସୁଯୋଗ ରହିବ ପୁଣି ଥରେ ନମ୍ବର-୧ ହେବାର । ସେହିପରି ଲିଷ୍ଟର ତୃତୀୟ ସ୍ଥାନରେ ରହିଛନ୍ତି ଭାରତର ଟି-୨୦ ଦଳର ଅଧିନାୟକ ରୋହିତ ଶର୍ମା । ରୋହିତ ୧୦୯ ଇନିଂସରେ ୩ ହଜାର ୮୬ ରନ ସଂଗ୍ରହ କରିଛନ୍ତି ।

Related posts

ଚଳିତ ବିଶ୍ୱକପରେ କାହା ସହ ସେମି ଫାଇନାଲ ଖେଳିବ ଭାରତ?

Odisha Sports Bureau

IPL 2024ରେ ତୃତୀୟ ଥର ଚାମ୍ପିଅନ ହେଲା କୋଲକାତା, ପରାଜୟ ବରଣ କଲା ହାଇଦ୍ରାବାଦ

ଭାରତ ଜିତିବା ପରେ ଖୁସି ବ୍ୟକ୍ତ କରିଛନ୍ତି ବିରାଟ କୋହଲି