ନୂଆଦିଲ୍ଲୀ: ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା ହେବା ପରେ ଭାରତୀୟଙ୍କ ମନରେ ଉତ୍ସାହ ଆହୁରି ବଢିବାରେ ଲାଗିଛି । ତେବେ ଗତକାଲି ଭାରତୀୟ ୧୫ ଜଣିଆ ସ୍କ୍ୱାର୍ଡ ଘୋଷଣା ହେବା ପରେ ଆଜି ଅଧୀନାୟକ ବିରାଟ କୋହଲୀଙ୍କୁ ନେଇ ବଡ ଘୋଷଣା କରିଛନ୍ତି ଭାରତର ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା । ଆସନ୍ତା ଅକ୍ଟୋବରରେ ୟୁଏଇରେ ହେବାକୁ ଥିବା ଟି-ଟ୍ୱେଣ୍ଟି ବିଶ୍ୱକପରେ ଅଧିନାୟକ ବିରାଟ କୋହଲୀଙ୍କ ନାମକୁ ଓପନରଙ୍କ ଲିଷ୍ଟରୁ ବାଦ ଦିଆଯାଇଛି । ପୂର୍ବରୁ ଦଳରେ ତିନି ଜଣ ଓପନର ସାମିଲ ଅଛନ୍ତି । ତେଣୁ କୋହଲୀ ତିନି ନମ୍ବର କିମ୍ବା ୪ ନମ୍ବରରେ ଖେଳି ପାରନ୍ତି । ତେବେ ରୋହିତ ଶର୍ମା ଏବଂ କେ.ଏଲ ରାହୁଲଙ୍କୁ ପ୍ରମୁଖ ଓପନର ଭାବେ ଚୟନ କରାଯାଇଥିବା ବେଳେ ଯୁବ ତାରକା ଇଶାନ କିଶାନ ତୃତୀୟ ଓପନର ଭାବେ ଦଳରେ ସ୍ଥାନ ପାଇଛନ୍ତି ।
ଗତ ମାର୍ଚ୍ଚରେ ଇଂଲଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜର ଶେଷ ମ୍ୟାଚରେ କୋହଲୀ ଓପନର ଭାବେ ମଇଦାନକୁ ଓହ୍ଲାଇଥିଲେ । ଏହି ମ୍ୟାଚରେ ତାଙ୍କର ଅର୍ଦ୍ଧଶତକୀୟ ପାଳି ପରେ ସେ ହିଁ ବିଶ୍ୱକପରେ ଓପନିଂ କରିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ତେବେ ଏ ନେଇ ମୁଖ୍ୟ ଚୟନକର୍ତ୍ତା ସ୍ପଷ୍ଟ ସୂଚନା ଦେଇଛନ୍ତି । ଇଶାନ କିଶାନ ଓପନିଂ କରିବା ସହିତ ମଧ୍ୟକ୍ରମରେ ମଧ୍ୟ ଖେଳିବାରେ ସକ୍ଷମ ଅଟନ୍ତି । ତେଣୁ ପ୍ରତିପକ୍ଷ ଦଳର ବୋଲରଙ୍କୁ ଦେଖି ତାଙ୍କ ସ୍ଥାନ ନିରୂପଣ କରାଯିବ ବୋଲି କୁହାଯାଉଛି । ସାମନା ଟିମରେ କୌଣସି ଲେଗ ସ୍ପିନର ଥିଲେ ବାମହାତୀ ଖେଳାଳୀ ଇଶାନ କିଶାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ । ତେଣୁ ଇଶାନ କିଶାନଭ୍କର ଦଳରେ ଉପସ୍ଥିତି ଦଳ ପାଇଁ ଲାଭଦାୟକ ହେବ ବୋଲି ଚୟନକର୍ତ୍ତା ମତ ରଖିଛନ୍ତି ।
previous post
next post