Cricket

ଆଇପିଏଲର ଦମଦାର ମ୍ୟାଚରେ ଗୁରୁବାର ମୁହାଁମୁହିଁ ହେବେ କୋଲକାତା–ରାଜସ୍ଥାନ

କୋଲକାତା : ଆଇପିଏଲର ୧୬ତମ ସଂସ୍କରଣର ୫୬ ତମ ମ୍ୟାଚ ଗୁରୁବାର ଇଡେନ୍ ଗାର୍ଡ଼େନରେ ଖେଳ ହେବାକୁ ଯାଉଛି । ଏହି ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହେବେ । ଚଳିତ ସିଜନରେ ଉଭୟ ଦଳ ପ୍ରଥମ କରି ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଘରୋଇ ଗ୍ରାଉଣ୍ଡରେ ଖେଳୁଥିବାରୁ ନାଇଟ ରାଇଡର୍ସର ପଲା ଭାରି ରହିବା ବେଳେ ଅନ୍ୟପଟେ ରାଜସ୍ଥାନ ରୟାଲ୍ସର ଚମକ୍ରାର ପ୍ରଦର୍ଶନ ଦେଖିବାକୁ ମିଳୁଛି । ଉଭୟ ଦଳ ଇତି ମଧ୍ୟରେ ପରସ୍ପରକୁ ୨୭ଥର ଭେଟିଥିବା ବେଳେ ନାଇଟ ରାଇଡର୍ସ ୧୪ଟି ଓ ରାଜସ୍ଥାନ ରୟାଲ୍ସ ୧୨ଟି ଲେଖାଏଁ ମ୍ୟାଚ ଜିତିଛନ୍ତି । ଉଭୟ ଦଳ ପାଇଁ ଆଜିର ମ୍ୟାଚ ଗୁରୁତ୍ୱପୁର୍ଣ୍ଣ ଥିବାରୁ ଏହି ମ୍ୟାଚଟି ଅତି ସଂଘର୍ଷପୁର୍ଣ୍ଣ ହେବ ବୋଲି ଆଶା କରାଯାଏ ।

 

Related posts

ଦୀନେଶ କାର୍ତ୍ତିକଙ୍କ ପରେ ଏବେ ଶିଖର ଧାୱନ ନେବେ ଅବସର? ମିଳିଲା ବଡ ସୂଚନା

Odisha Sports Bureau

ବିରାଟ କୋହଲିଙ୍କ ନାଁରେ ଆଉ ଏକ ରେକର୍ଡ 

ଟସ ଜିତିଲା ଭାରତ; ବୋଲିଂ ସହ ମ୍ୟାଚ ଆରମ୍ଭ କରିବ ଟିମ୍ ଇଣ୍ଡିଆ

Odisha Sports Bureau