Cricket

କୁନ୍ଦୁରା କ୍ରିକେଟ ଆସୋସିଏସନ ଆନୁକୂଲ୍ୟ ରେ KPL ସିଜିନ-3 ଉଦଘାଟିତ

କୁନ୍ଦୁରା / ହରିଶ  ବେହେରା: କୁନ୍ଦୁରା ବ୍ଲକ ଅରବିନ୍ଦ ଶିକ୍ଷା ନିକେତନ ଖେଲ ପଡିଆ ଠାରେ ଚଳିତ   KPL-3 ଉଦଘାଟିତ ହୋଇଯାଇଛି l ଆୟଜକ କୁନ୍ଦୁରା କ୍ରିକେଟ ଆସୋସିଏସନ  ଦ୍ୱାରା ଏକ ବାଇକ ରାଲି ମାଧ୍ୟମରେ କୁନ୍ଦୁରା ହନୁମାନ ମନ୍ଦିର ଠାରେ ପୂଜାର୍ଚନା ଓ ମଶାଲ୍ ପ୍ରଜ୍ବଳନ କରି ପଡିଆକୁ ପହଞ୍ଚି ଥିଲେ l ପଡିଆ ରେ ମସାଲା ସ୍ଥାପନା ପରେ ଉଦ୍ଘାଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ଉଦ୍ଘାଟନୀ ଉଚ୍ଛବ ରେ କୁନ୍ଦୁରା ବ୍ଲକ ଚେୟାରମ୍ୟାନ ରାଜେଶ୍ୱରୀ ପରଜା ଓ ଭାଇସ ଚେୟାରମ୍ୟାନ ତରୁଣୀ ସେନ ବିଶୋଇ ଉଦ୍ଘାଟନ କରିଥିଲେ l ଏଥିସହ ସଂମ୍ମାନିତ ଅତିଥି  ଅନ୍ୟ ସହଯୋଗୀ ତଥା 7 ଟି କ୍ରିକେଟ ଟିମ୍ ର କ୍ରୟକର୍ତ୍ତା 7 ଜଣ ଉପସ୍ଥିତ ରହି ଉଦ୍ଘାଟନୀ ଉଚ୍ଛବ ଦ୍ବିଗୁଣିତ କରିଥିଲେ l ଏହି ସିଜନ୍ କୁ ନେଇ 3 ଟି ସିଜନ୍ ହୋଇଥିବା ବେଳେ ଦର୍ଶକ ଓ ଆଗ୍ରହୀ ଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଆସନ୍ତା ସିଜନ୍ ରେ ଆଉ କିଛି ନୁଆଁ ଦଳ ଙ୍କୁ ସ୍ଥାନ ଦେବା ପାଇଁ ବ୍ୟବସ୍ଥା କରାଯିବ ବୋଲି ଆୟୋଜନ ମାନେ କହିଥିଲେ l ଏହି KPL ସିଜନ -3 ରେ ରନର୍ସ ପାଇଁ – 20 ହଜାର ଏବଂବିଜେତା ପାଇଁ 30 ହଜାର ଟଙ୍କା ସହ କୋପ୍ ରଖାଯାଇଛି l ପ୍ରତେକ ଦିନର ମ୍ୟାଚ ରେ ମେନ୍ ଅଫ ଦା ମେଚ ପାଇଁ 2 ସହ ଟଙ୍କା ଓ କୋପ୍ ଦିଆଯାଉଥିବା ବେଳେ ଶେଷକୁ ମେନ୍ ଅଫ ଡା ସିରିଜ୍ ଓ ଅନ୍ୟ ପୁରସ୍କାର ଆଦିର ବ୍ୟବସ୍ଥା ମଧ୍ୟ କରାଯାଇଛି l ବିଗତ ଦୁଇ ବର୍ଷ ଠାରୁ ଚଳିତ ବର୍ଷ ଏହି KPL ପ୍ରତି କୁନ୍ଦୁରା ଅଞ୍ଚଳର ଖେଲ ପ୍ରେମୀ ଓ ଦର୍ଶକ ଙ୍କ ଆଗ୍ରହ ବହୁତ ଅଧିକା ଦେଖି ଆୟୋଜକ ଆସୁସିଏସନ ର ମନବଳ ବଢିଥିବା ସହ ଆହୁରି ଭଲ ଆୟୋଜନ ପ୍ରତି ମନ ବଳାଇଥିବା ଦେଖିବାକୁ ମିଳିଛି l

Related posts

ବିରାଟ କହିଲେ ମତେ ଏବେ ମ୍ୟାମ୍ ଡାକ

ୱାନଡେର ଏକ ନଂ ବୋଲର ହେଲେ ମହମ୍ମଦ ସିରାଜ; ଫାଇନାଲ ପ୍ରଦର୍ଶନ ଯୋଗୁଁ ସିଧାସଳଖ ୮ ନଂ ସ୍ଥାନକୁ ଫାଇଦା

Odisha Sports Bureau

ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା

Odisha Sports Bureau

Leave a Comment