Cricket

ହାଇଦ୍ରାବାଦରେ ଲାରା ଓ ଷ୍ଟେନ

ନୂଆଦିଲ୍ଲୀ: ଆଇପିଏଲ ୨୦୨୨ ପୂର୍ବରୁ ସିଜନ ସନରାଇଜର୍ସ ହାଇଦ୍ରବାଦ ପାଇଁ ଆସିଛି ଖୁସିର ଖବର । ଆସନ୍ତା ବର୍ଷରୁ ଟିମ ସହ ଯୋଡି ଦୁଇ ଷ୍ଟାର ଖେଳାଳି । ଦୁହିଁଙ୍କ ଉପସ୍ଥିତିରେ ଦଳ ଆହୁରି ମଜବୁତ ସ୍ଥିତିକୁ ଆସି ପାରିବ ବୋଲି ଅନୁମାନ କରାଯାଉଛି । ୱେଷ୍ଟ ଇଣ୍ଡିଜର ଷ୍ଟାର ବ୍ୟାଟ୍ସମ୍ୟାନ ବ୍ରାଏନ ଲାରା ଏବଂ ସାଉଥ ଆଫ୍ରିକାର ପୂର୍ବତନ ଷ୍ଟାର ବୋଲର ଡେଲ ଷ୍ଟେନ ଦଳସହିତ ଯୋଗ ଦେବେ । ଉଭୟଙ୍କୁ ଭିନ୍ନ ଦାୟିତ୍ୱରେ ଦଳରେ ସାମିଲ କରୁଛି ହାଇଦ୍ରାବାଦ ।

Brian Lara and Dale Steyn to be part of SRH's revamped support staff for IPL 2022
ଲାରାଙ୍କୁ ବ୍ୟାଟିଂ କୋଚର ଦାୟିତ୍ୱ ମିଳିଥିବା ବେଳେ ଷ୍ଟେନଙ୍କୁ ବୋଲିଂ କୋଚ ଭାବେ ନିୟୋଜିତ କରିବ ଏସଆରଏଚ । ଟମ୍ ମୁଡି ଦଳର ମୁଖ୍ୟ କୋଚ୍ ରହିବେ। ଟେଷ୍ଟ କ୍ରିକେଟ୍ରେ ଗୋଟିଏ ଇନିଂସରେ ୪୦୦ ରନ କରିଥିବା ଏକ ମାତ୍ର ବ୍ୟାଟସମ୍ୟାନ ଲାରାଙ୍କୁ ଫ୍ରାଞ୍ଚାଇଜି ରଣନୈତିକ ପରାମର୍ଶଦାତା ମଧ୍ୟ କରିଛି। ଅଷ୍ଟ୍ରେଲିଆର ପୂର୍ବତନ ଓପନିଂ ବ୍ୟାଟସମ୍ୟାନ ସାଇମନ କାଟିଚ୍ ସହାୟକ କୋଚ୍ ଭୂମିକା ନିର୍ବାହ କରିବେ। ଏହା ବ୍ୟତୀତ ପୂର୍ବତନ ଭାରତୀୟ କ୍ରିକେଟର ହେମାଙ୍ଗ ବଦାନୀଙ୍କୁ ଫିଲ୍ଡିଂ କୋଚ୍ ଦାୟିତ୍ଵ ଦିଆଯାଇଛି। ପୂର୍ବରୁ ମୁଥେୟା ମୁରଲୀଧରଣଙ୍କ ପରି ଦିଗ୍ଜ ଖେଳାଳି ଦଳରେ ରହିଛନ୍ତି। ମୁଥେୟା ସ୍ପିନ ବୋଲରଙ୍କୁ ପ୍ରଶିକ୍ଷଣ ଦେବା ବ୍ୟତୀତ ଦଳ ପାଇଁ ରଣନୀତି ପ୍ରସ୍ତୁତ କରନ୍ତି।

SRH coach Tom Moody backs Manish Pandey despite inconsistent performances
ସନରାଇଜର୍ସ ହାଇଦ୍ରାବାଦ ୨୦୨୧ ସିଜିନରେ ପଏଣ୍ଟ ତାଲିକାରେ ସର୍ବନିମ୍ନ ସ୍ଥାନରେ ରହିଥିଲା। ଦଳ ୧୪ଟି ମ୍ୟାଚ୍ରୁ ମାତ୍ର ୩ଟିରେ ବିଜୟୀ ହୋଇ ୧୧ଟିରେ ପରାଜିତ ହୋଇଥିଲା। ଏହା ମଧ୍ୟରେ ଡେଭିଡ୍ ଓ୍ଵାର୍ଣ୍ଣରଙ୍କଠୁ ଅଧିନାୟକତ୍ଵ ଛଡାଇ ନିଆଗଲା। କେନ ଓ୍ଵିଲିୟମସନଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଥିଲେ ମଧ୍ୟ ଦଳ ପ୍ରଦର୍ଶନରେ କୌଣସି ସୁଧାର ଆସିନଥିଲା। ଏହା ପରେ ହାଇଦ୍ରାବାଦ ପକ୍ଷରୁ ସର୍ବାଧିକ ରନ ହାସଲକାରୀ ବ୍ୟାଟସମ୍ୟାନ ଡେଭିଡ୍ ଓ୍ଵାର୍ଣ୍ଣର ଏବଂ ତାରକା ସ୍ପିନର ରଶିଦ ଖାନ ମଧ୍ୟ ଦଳରୁ ଅଲଗା ହୋଇଗଲେ।

Related posts

ଆଜି ଆଇପିଏଲ ରେ ଦୁଇଟି ମ୍ୟାଚ

Odisha Sports Bureau

ଅବସର ନେଲେ ଟିମ ଇଣ୍ଡିଆର ଅଲରାଉଣ୍ଡର ଆର ଅଶ୍ୱିନ

Odisha Sports Bureau

ଆସନ୍ତାକାଲି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦

Odisha Sports Bureau