Cricket

ଏହି ସିରିଜରେ ଫେରି ପାରନ୍ତି ଭାରତର ତିନିଜଣ ଖେଳାଳି

୨୦୨୨ରେ ଟିମ ଇଣ୍ଡିଆ ଆଇସିସି ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିପାରିଲା ନାହିଁ। ଭାରତୀୟ ଦଳ ଟି-୨୦ ୱାର୍ଲ୍ଡକପର ସେମିଫାଇନାଲରେ ଇଂଲଣ୍ଡ ବିପକ୍ଷରେ ୧୦ ୱିକେଟରେ ପରାସ୍ତର ହୋଇଥିଲା। ତେବେ ଅନେକ ସମୟରେ ଖବର ଆସିଥିଲା କି ଭାରତୀୟ କ୍ରିକେଟ ଦଳର ଖେଳାଳିମାନେ ଆହତ ହୋଇଛନ୍ତି, କାହାର ଚିକିତ୍ସା ଚାଲିଛି ତ କାହାକୁ ବିଶ୍ରାମ ପାଇଁ ଡାକ୍ତର କହିଛନ୍ତି।

ଆହତ ହୋଇଥିବା ଖେଳାଳିଙ୍କ ତାଲିକାରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା, ଜସପ୍ରିତ ବୁମରା, ଓ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ସାମିଲ ଅଛନ୍ତି। ଏହାରି ଭିତରେ ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ବଡ଼ ଖୁସିଖବର ରହିଛି। ଏହି ତିନି ଖେଳାଳି ରୋହିତ ଶର୍ମା, ଜସପ୍ରିତ ବୁମରା, ଓ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଶ୍ରୀଲଙ୍କା ବିପକ୍ଷରେ ୱାନଡେ ସିରିଜରେ ଟିମକୁ ଫେରି ପାରନ୍ତି ବୋଲି କୁହାଯାଉଛି।

Related posts

ଅବସର ନେବେ କି ଧୋନି ?

Odisha Sports Bureau

ଭାରତ – ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦, ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଭାରତ

Odisha Sports Bureau

ଅଷ୍ଟ୍ରେଲିଆର ବିଶ୍ୱକପ ପ୍ରସ୍ତୁତିକୁ ବଡ଼ ଝଟକା; ଆଘାତ ହେଲେ ୨ ପ୍ରମୁଖ ଖେଳାଳି

Odisha Sports Bureau

Leave a Comment