Cricket

ମିଡିଆ ମୈତ୍ରୀ କପ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ

ଯୋଡା / ରମେଶ ଚନ୍ଦ୍ର ମହାପାତ୍ର  : କେନ୍ଦୁଝର ଜିଲ୍ଲା ଯୋଡା ଟାଟା ଷ୍ଟିଲ୍ ଲିମିଟେଡ ଆୟୋଜିତ ଏକଦିବସୀୟ ମିଡିଆ ମୈତ୍ରୀ କପ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଟାଟା ଷ୍ଟିଲ ସେଣ୍ଟ୍ରାଲ ପ୍ଲେଗ୍ରାଉଡ ଖେଳ ପଡ଼ିଆ ଠାରେ ଆୟୋଜିତ ହୋଇଯାଇଛି । ସମୁଦାୟ ୬ଟି ଦଳ କୁ ନେଇ ଆୟୋଜିତ ହୋଇଥିଲା ଏହି ଟୁର୍ଣ୍ଣାମେଣ୍ଟ ରେ କୋଇଡ଼ା ଟିମ କୁ ହରାଇ ଯୋଡା ମିଡିଆ ଦଳ ଚାମ୍ପିଅନ୍ ହୋଇଛି ।  ଏହି ଟୁର୍ଣ୍ଣାମେଣ୍ଟ ‌ରେ ମୁଖ୍ୟ ଅତିଥି ଭାବେ ଟାଟା ଷ୍ଟିଲ (ଓ ଏମ୍ କ୍ୟୁ) ର ମହାପ୍ରବନ୍ଧକ ଅତୁଲ ଭଟ୍ଟନାଗର ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଟାଟା ଷ୍ଟିଲ୍ ଯୋଡାର ମୁଖ୍ୟ ରାଜେଶ କୁମାର, କଳମଙ୍ଗ ଓ ଗନ୍ଧଲପଦା ପ୍ରକଳ୍ପ ମୁଖ୍ୟ ଦୀପକ ବେହେରା, ନୀଳାଚଳ ଇସ୍ପାତ ନିଗମ ଲିମିଟେଡର ମୁଖ୍ୟ ରାହୁଲ କିଶୋର ଓ ଅନ୍ୟମାନେ ଉପସ୍ଥିତ ଥିଲେ ।   ଫାଇନାଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି କୋଇଡ଼ା ଦଳ ଦୁଇ ୱିକେଟ ହରାଇ 55 ରନ ସଂଗ୍ରହ କରିଥିଲା । ଏହି ଟାର୍ଗେଟକୁ ପିଛା କରି ଯୋଡା ଦଳ  ଟୁର୍ଣ୍ଣାମେଣ୍ଟ ର ସର୍ବଶ୍ରେଷ୍ଠ ଖେଳ ପ୍ରଦର୍ଶନ କରି ବିଜୟ ଲକ୍ଷ୍ୟ ହାସଲ  କରିଥିଲା । ଏହି  ମ୍ୟାଚରେ ଚମତ୍କାର ଖେଳ ପ୍ରଦର୍ଶନ କରିଥିବା ଯୋଗୁଁ ମ୍ୟାନ୍ ଅଫ ଦି ମ୍ୟାଚ ଭାବରେ ଯୋଡା ଦଳର ସମୀର କୁମାର ଦାଶ, ମନୀନ୍ଦ୍ର ସୁନ୍ଦର ବାରିକ ଓ କୋଇଡ଼ା ଦଳ ର ପପୁ ପାତ୍ର ଙ୍କୁ ପୁରସ୍କୃତ କରଯାଇଥିଲା । କୋଇଡା ଦଳର ଆକାଶ ଶର୍ମା ଙ୍କୁ ବେଷ୍ଟ ବ୍ୟାଟସମ୍ୟାନ୍ ଭାବରେ ଓ  ଯୋଡା ଦଳର କ୍ୟାପଟେନ୍ ଦୀପକ ଶତପଥୀ ଙ୍କୁ ମ୍ୟାନ୍ ଅଫ ଦ ସିରିଜ ଭାବେ ପୁରସ୍କୁତ କରଯାଇଥିଲା । ଯୋଡ଼ା ରୁ ରମେଶ ଚନ୍ଦ୍ର ମହାପାତ୍ର ଙ୍କ ରିପୋର୍ଟ ରିପୋଟରର୍ସ ଟୁଡେ।

Related posts

WTC ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନକୁ ଖସିଲା ଭାରତ

Odisha Sports Bureau

ଦିନେ ଗୁପ୍ଚୁପ୍ ବିକୁ ଥିଲେ ଆଜି ସଫଳ କ୍ରିକେଟର

ଆଜି ଚେନ୍ନାଇ ସୁପର କିଙ୍ଗ ଓ ରାଜସ୍ଥାନ ରୋୟାଲ ମଧ୍ୟରେ ଟକ୍କର

Odisha Sports Bureau