Cricket

ଶ୍ରୀଲଙ୍କାରେ ପହଞ୍ଚିଲା ମେନ ଇନ ବ୍ଲୁ

ନୂଆଦିଲ୍ଲୀ(ଓଡିଶା ସ୍ପୋର୍ଟସ): ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ପାଦ ଥାପିଛି ଭାରତୀୟ କ୍ରିକେଟ ଦଳ । ଆସନ୍ତା ଜୁଲାଇ ୧୩ ତାରିଖରୁ ଦିନିକିଆ ଏବଂ ପରେ ଟି-ଟ୍ୱେଣ୍ଟି ସିରିଜ ଖେଳିବ ଭାରତ । ଅଧିନାୟକ ଶିଖର ଧୱନଙ୍କ ନେତୃତ୍ୱରେ ଭାରତୀୟ ଦଳ ଶ୍ରୀଲଙ୍କାରେ ପହଞ୍ଚିଛି । ତେବେ ଅଲରାଉଣ୍ଡର ପାଣ୍ଡ୍ୟା ଶ୍ରୀଲଙ୍କାରେ ପହଞ୍ଚିବା ପରେ ,କ ଫଟୋ ନିଜ ଇନଷ୍ଟାଗ୍ରାମରେ ଶେୟର କରିଛନ୍ତି । ଏହି ସିରିଜରେ ଧୱନଙ୍କ ବ୍ୟତୀତ ଭୁବନେଶ୍ୱର କୁମାର ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ସ୍ଥାନ ପାଇଛନ୍ତି । ଏମାନଙ୍କ ସହ ୬ ଜଣ ନୂଆ ଖେଳାଳୀ ଏହି ସିରିଜରେ ପଦାର୍ପଣ କରିବେ ବୋଲି ଜଣାପଡିଛି । ବିରାଟ କୋହଲୀ ଏବଂ ରୋହିତ ଶର୍ମାଙ୍କ ବିନା ଶ୍ରୀଲଙ୍କାରେ ସିରିଜ ଖେଳିବ ମେନ ଇନ ବ୍ଲୁ । ଏହି ଟୁର ପାଇଁ ବିସିସିଆଇ ୨୦ ଜଣିଆ ଟିମ ଚୟନ କରିଥିଲା । ଯେଉଁଥିରେ ଦେବଦତ୍ତ ପାଡିକଲ, ଋତୁରାଜ ଗାଏକ୍ୱାଡ, ନୀତିଶ ରାଣା ଏବଂ ପେସ ବୋଲର ଚେତନ ସାକାରିଆଙ୍କ ଭଳି ଯୁବ ଖେଳାଳୀଙ୍କୁ ସାମିଲ କରାଯାଇଛି । ସେହିପରି ୱିକେଟ କିପର ଭାବେ ଈଶାନ କିଶାନ ଏବଂ ସଞ୍ଜୁ ସାମସନ ଦଳର ସଦସ୍ୟ ଭାବେ ଜୟନ ହୋଇଛନ୍ତି ।

 

Related posts

ଟସ୍ ରେ ଟିମ୍ ଇଣ୍ଡିଆ ସହିତ ବେଇମାନୀ, ପାକିସ୍ତାନ ଅଧିନାୟକ ଦେଲେ ଧୋକା

Odisha Sports Bureau

ଏପ୍ରିଲ୧୫ରେ ବିଶ୍ୱକପ ଦଳ ଘୋଷଣା

ସିରିଜ ହାତେଇଲା ଅଷ୍ଟ୍ରେଲିଆ

Odisha Sports Bureau