Cricket

ଆଇପିଏଲ ୨୦୨୪ରେ କମେଣ୍ଟ୍ରି କରିବେ ନବଜୋତ ସିଂ ସିଦ୍ଧୁ

ମାର୍ଚ୍ଚ ୨୨ ତାରିଖରେ ଆରମ୍ଭ ହେବାକୁ ଯାଉଛି ଆଇପିଏଲ ୨୦୨୪ । ଏଥିପାଇଁ ଉତ୍ସାହିତ କ୍ରିକେଟରସ ଠାରୁ ଫ୍ୟାନ୍ସ । ରଙ୍ଗାରଙ୍ଗ ଆଲୋକ ମେଳାରେ ସଜେଇ ହେବ ଷ୍ଟାଡିୟମ , ଉଡିବ ଚଉକା ଛକା । ତେବେ ପ୍ରଥମ ମ୍ୟାଚରେ ମୁହାଁ ମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍ କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ତେବେ ଏହାରି ଭିତରେ ପୂର୍ବତନ ଟିମ ଇଣ୍ଡିଆର କ୍ରିକେଟର ନବଜୋତ ସିଂ ସଦ୍ଧୁ ମଧ୍ୟ ଆଇପିଏଲ ୨୦୨୪ରେ ପ୍ରବେଶ କରିବାକୁ ଯାଉଛନ୍ତି । ଏଥିରେ ତାଙ୍କୁ ନୂଆ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ । ଷ୍ଟାର ସ୍ପୋର୍ଟସ ପୂର୍ବତନ ଟିମ ଇଣ୍ଡିଆ କ୍ରିକେଟର ତଥା ରାଜନେତା ନବଜୋତ ସିଂ ସିଦ୍ଧୁଙ୍କୁ ଆଇପିଏଲ ୨୦୨୪ ସିଜନ- ୧୭ ପାଇଁ କମେଣ୍ଟ୍ରି କରିବା ପାଇଁ ସ୍ୱାକ୍ଷର କରିଛନ୍ତି । କହିବାକୁ ଗଲେ , ୨୦୧୪ ମସିହାରେ ସିଦ୍ଧୁ କମେଣ୍ଟ୍ରି ଛାଡି ରାଜନୀତିରେ ପ୍ରବେଶ କରିଥିଲେ । କିନ୍ତୁ ବର୍ତ୍ତମାନ ସେ ଆଇପିଏଲ ୨୦୨୪ ପାଇଁ କମେଣ୍ଟ୍ରି କରୁଥିବାର ଦେଖିବାକୁ ମିଳିବ ।

Related posts

ଭାରତ ବନାମ ଈଣ୍ଡିଜ ଟି ୨୦- ରୋହିତଙ୍କ ନୂଆ ରେକର୍ଡ଼ କରିବା ସମ୍ଭାବନା

Odisha Sports Bureau

ଦକ୍ଷିଣ ଆଫ୍ରିକାକୁ ହରାଇ ୧୯ବର୍ଷରୁ କମ ବିଶ୍ୱକପ ଫାଇନାଲରେ ଭାରତ

Odisha Sports Bureau

ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟିଭେନ ଫିନ୍‌ ସୋମବାର ପେସାଦାର କ୍ରିକେଟ୍‌ରୁ ଅବସର ନେଇଛନ୍ତି

Odisha Sports Bureau