Tennis

ବିଦାୟ ନେଲେ ଟେନିସ୍ ତାରକା ନୋଭାକ୍ ଜୋକଭିଚ୍ କତାର

(ଓଡିଶା ସ୍ପୋର୍ଟ): ସେମିଫାନାଲ୍ରୁ ଅପ୍ରତ୍ୟାଶିତ ଭାବେ ବିଦାୟ ନେଇଛନ୍ତି ବିଶ୍ୱର ଷ୍ଟାର ଟେନିସ୍ ତାରକା ନୋଭାକ୍ ଜୋକଭିଚ୍ କତାର । ଏହି ମ୍ୟାଚ୍ରେ ଜୋକଭିଚ୍ ଏବଂ ରବର୍ଟଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। ତାଙ୍କୁ ବିଶ୍ୱର ୨୪ ନଂ ଖେଳାଳି ରବର୍ଟ ବାଉଟିଷ୍ଟା ଅଗୁଟ ସେମି ଫାଇନାଲ୍ରେ ୬-୩, ୬-୭ ଓ ୬-୪ ସେଟ୍ରେ ପରାସ୍ତ କରି କତାର ଓପନରୁ ବିଦା କରିଛନ୍ତି ।

ଦୀର୍ଘ ୨ ଘଣ୍ଟା ୩୦ ମିନିଟ୍ ଧରି ଚାଲିଥିବା ମୁକାବିଲାରେ ରବର୍ଟ ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରି ଜୋକଭିଚ୍ଙ୍କୁ ପରାସ୍ତ କରିଦେଇଥିଲେ। ସ୍ପେନ୍ର ତାରକା ରବର୍ଟ କହିଛନ୍ତି, “ ମୁଁ କେବେ ହେଲେ ଏଭଳି ବିଜୟ ପାଇବି ବୋଲି ଆଶା କରି ନଥିଲି। ମୁଁ ସାରା ଜୀବନ ଏହାକୁ ମନେରଖିବି।”
ପରାଜୟ ପରେ ଜୋକଭିଚ୍ ନିଜର ହତାଶାଭାବ ପ୍ରକାଶ କରିଥିଲେ।

Related posts

ମନୋରଞନ ଦୁନିଆରେ ନଜର ଆସିବେ ଟେନିସ ଖେଳାଳି ସାନିଆ ମିର୍ଜା

ବ୍ରେସବନ ଇଣ୍ଟରନ୍ୟାସନାଲ୍ ଟୁର୍ଣ୍ଣମେଣ୍ଟରୁ ବାହାର ହେଲେ ନଂ୧ ଖେଳାଳୀ ବାର୍ଟି

Odisha Sports Bureau

ଫ୍ରେଞ୍ଚ ଓପେନ: ଦ୍ୱିତୀୟ ରାଉଣ୍ଡରେ କ୍ୱିଟୋଭା ଓସିଏନ୍

Odisha Sports Bureau