Hockey

ଭାରତୀୟ ଦଳରେ ଓଡ଼ିଆ ପୁଅ ଅମିତ

ବେଲ୍‌ଜିୟମ ଓ ଇଂଲଣ୍ଡରେ ହେବାକୁ ଥିବା ଆଗାମୀ ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌ ଲାଗି ଗୁରୁବାର ୨୪ ଜଣିଆ ଭାରତୀୟ ପୁରୁଷ ଦଳ ଘୋଷିତ ହୋଇଛି। ହର୍ମନପ୍ରୀତ ସିଂହ ନେତୃତ୍ବରେ ଘୋଷିତ ‌ଏହି ଦଳରେ ଓଡ଼ିଶାରୁ କେବଳ ଡିଫେଣ୍ଡର ଅମିତ ରୋହିଦାସ ସାମିଲ ହୋଇଛନ୍ତି। ହାର୍ଦିକ ସିଂହ ଦଳର ଉପଅଧିନାୟକ ନିଯୁକ୍ତ ହୋଇଛନ୍ତି। ବେଲ୍‌ଜିୟମ୍‌ର ଅନ୍ତ୍ବର୍ପରେ ‌ଚଳିତ ମାସ ୨୨ରୁ ୩୦ ତାରିଖ ପର୍ଯ୍ୟନ୍ତ ବେଲ୍‌ଜିୟମ ଓ ଆର୍ଜେଣ୍ଟିନା ସହ ୨ ଲେଖାଏଁ ମ୍ୟାଚ୍‌ ଖେଳିବ। ଏହାପରେ ଦଳ ଲଣ୍ଡନ ଗସ୍ତ କରି ସେଠାରେ ଜୁନ୍‌ ୧ରୁ ୧୨ ତାରିଖ ଭିତରେ ଗ୍ରେଟ୍‌ ବ୍ରିଟେନ୍‌ ଓ ଜର୍ମାନି ସହ ଖେଳିବ। ଭାରତ ଏହି ଗସ୍ତରେ ୨୨ ତାରିଖରେ ଆର୍ଜେଣ୍ଟିନା ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ। ଭାରତ ସଂପ୍ରତି ଏହି ଲିଗ୍‌ରେ ୮ ମ୍ୟାଚ୍‌ ଖେଳି ୧୫ ପଏଣ୍ଟ ସହ ଟେବୁଲର ତୃତୀୟ ସ୍ଥାନରେ ରହିଛି।

Related posts

ଭୁବନେଶ୍ୱରରେ ପହଞ୍ଚିଲା ନେଦରଲାଣ୍ଡ

Odisha Sports Bureau

ମଡେଲଙ୍କ ପାଇଁ ସାନିଆଙ୍କୁ ଛାଡିଲେ ସୋଏବ

Odisha Sports Bureau

କୋରିଆକୁ ହରାଇ ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ସେମିରେ ଭାରତ

Odisha Sports Bureau