Cricket

ପାକିସ୍ତାନ ଖେଳିବନି ଏସିଆ କପ

ଏସିଆ କପକୁ ନେଇ ବିବାଦ ଏବେ ନୂଆ ମୋଡ଼ ନେଇଛି । ପ୍ରଥମେ ପାକିସ୍ତାନ ଏହାର ଆୟୋଜନର ଅଧିକାର ପାଇଥିବା ବେଳେ ଭାରତର ବିରୋଧ ପରେ ଏହି ଟୁର୍ଣ୍ଣାମେଣ୍ଟକୁ ଶ୍ରୀଲଙ୍କାରେ ଆୟୋଜନ କରାଯିବାର ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏହି ନିଷ୍ପତ୍ତିକୁ ପାକିସ୍ତାନ ତୀବ୍ର ବିରୋଧ କରିବା ସହିତ ଏସିଆ କପକୁ ବୟକଟ କରିବା ପାଇଁ ଧମକ ଦେଇଛି । ବିସିସିଆଇ ଭାରତୀୟ ଟିମକୁ ପାକିସ୍ତାନ ପଠାଇବ ନାହିଁ ବୋଲି ରୋକଠୋକ ମନା କରିବା ପରେ ଇସଲାମାବାଦ ହାତରୁ ଆୟୋଜନ ଅଧିକାର ଖସିଯାଇଛି । ପାକିସ୍ତାନ କ୍ରିକେଟ ବୋର୍ଡ ମୁଖ୍ୟ ନଜାମ ସେଠୀ ଏସିଆନ କ୍ରିକେଟ କାଉନସିଲର ଅଧିକାରୀମାନଙ୍କୁ ମଙ୍ଗଳବାର ଭେଟିଥିଲେ । ଏହି ସମୟରେ ଏସିଆ କପ୍ର ଭେନ୍ୟୁକୁ ଶ୍ରୀଲଙ୍କା ସ୍ଥାନାନ୍ତର ପାଇଁ କରାଯାଉଥିବା ପ୍ରୟାସକୁ ବିରୋଧ କରିଥିଲେ । ପିସିବି ସୂତ୍ରରେ କୁହାଯାଇଛି ଯେ, ଏସିଆନ କ୍ରିକେଟ କାଉନସିଲ ପାକିସ୍ତାନ ଏସିଆ କପ ପାଇଁ ଦେଇଥିବା ହାଇବ୍ରିଡ ମଡେଲ ପ୍ରସ୍ତାବକୁ ଗ୍ରହଣ କରିବା ଦରକାର ବୋଲି ସେଠୀ କହିଛନ୍ତି । ପିସିବିର ଅଧିକାରୀ କହିଛନ୍ତି ଯେ, ଯଦି ତାଙ୍କ ପ୍ରସ୍ତାବ ଏସିଆନ କ୍ରିକେଟ କାଉନସିଲ(ଏସିସି) ଦ୍ୱାରା ଗ୍ରହଣ ନ କରାଯାଏ, ତା’ହେଲେ ପାକିସ୍ତାନ କ୍ରିକେଟ ଟିମ୍ ଏସିଆ କପ୍କୁ ବୟକଟ କରିବ।

Related posts

ବିଜୟ ଉତ୍ସବ ପାଳିଲେ ସୁନୀଲ ଗାଭାସ୍କର

Odisha Sports Bureau

ଭାରତକୁ ଜିତିବା ପାଇଁ ୧୩୫ ରନ୍‌ର ଆବଶ୍ୟକତା ଥିବା ବେଳେ ଇଂଲଣ୍ଡକୁ ୬ଟି ୱିକେଟ ଦରକାର

ବିଦେଶ ମାଟିରେ ଚମକିଲେ ଭାରତୀୟ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀ