Hockey

ପ୍ରଥମ ଓଡିଆ ଭାବେ ହକି ଆନ୍ଥେମ୍ ପ୍ରସ୍ତୁତ କଲେ ପ୍ରେମା ନନ୍ଦ

ଭୁବନେଶ୍ୱର : ଲଗାତାର ଦୁଇଥର ହକି ବିଶ୍ଵକପ ଅୟୋଜନ କରି ଓଡ଼ିଶା ସାରା ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ହକି ବିଶ୍ଵକପକୁ ନେଇ ରାଜ୍ୟ ସରକାର ପ୍ରସ୍ତୁତ ଥିବା ବେଳେ ରାଜ୍ୟବାସୀ ମଧ୍ୟ ଉତ୍ସାହିତ ଅଛନ୍ତି । ରାଜଧାନୀ ଭୁବନେଶ୍ଵର ସମେତ ରାଉଲକେଲା ସହର ନବବଧୂ ଭଳି ସଜେଇ ହୋଇଛି । ହକିକୁ ନେଇ ସାରା ବିଶ୍ବରେ ଓଡ଼ିଶା ଚର୍ଚ୍ଚାରେ ଥିବା ବେଳେ ଓଡ଼ିଶାର ଜଣେ ସଙ୍ଗୀତ ନିର୍ଦ୍ଦେଶକଙ୍କ ନା ଏବେ ସବୁଠି ଚର୍ଚ୍ଚାରେ । ହକି ଇଣ୍ଡିଆ ଆନ୍ଥେମର ନିର୍ଦ୍ଦେଶନା ଦେଇଛନ୍ତି ଓଡିଆ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମା ନନ୍ଦ। ହକି ଇଣ୍ଡିଆ ତରଫରୁ ଏହି ଆନ୍ଥେମଟି ଲୋକାର୍ପିତ ହେବାକୁ ଯାଉଛି ।

ଏହି ଆନ୍ଥେମଟିକୁ ଲେଖିଛନ୍ତି ସମୀର ଓ କଣ୍ଠଦାନ କରିଛନ୍ତି ସୁଖବିନ୍ଦର ସିଂ । ଭାରତରେ ହକି ଖେଳ ହେଉ କିମ୍ବା ହକି ପ୍ରଶଂସକ ସେମାନଙ୍କ ପାଇଁ “ଚକ ଦେ ଇଣ୍ଡିଆ” ସବୁଠାରୁ ଲୋକପ୍ରିୟ ସଙ୍ଗୀତ ହୋଇଥିଲା । ତେବେ ଚକ ଦେ ଇଣ୍ଡିଆ ପରେ ୨୦୨୩ ହକି ଇଣ୍ଡିଆ ଆନ୍ଥେମ ଆସୁଥିବାରୁ ଏହାକୁ ନେଇ ହକି ପ୍ରେମୀ ମାନେ ଆଶାବାଦି ଅଛନ୍ତି । ୧୧ ତାରିଖ ଦିନ ଏହି ଆନ୍ଥେମଟି ଲୋକାର୍ପିତ ହେବକୁ ଯାଉଛି । ହକି ଇଣ୍ଡିଆ ଭଳି ଏକ ଜାତୀୟସ୍ତରୀୟ କ୍ରୀଡ଼ାର ଆନ୍ଥେମରେ ସ୍ୱର ସଜାଇଥିବା ପ୍ରଥମ ଓଡିଆ ନିର୍ଦେଶକ ହେଉଛନ୍ତି ପ୍ରେମା ନନ୍ଦ। ପ୍ରେମ ଆନନ୍ଦ ଏଭଳି ସୁଯୋଗ ପାଇଥିବାରୁ ଖୁସି ଥିବା ବେଳେ ଓଡ଼ିଶା ବାସୀ ମଧ୍ୟ ଏହାକୁ ନେଇ ଗର୍ଵ ଅନୁଭବ କରିଛନ୍ତି ।

Related posts

ଚମକୁଛି ନୀରଜଙ୍କ ଭାଗ୍ୟ

Odisha Sports Bureau

ହକି ଇଣ୍ଡିଆର ୧୦୦ ବର୍ଷ ପୂର୍ତ୍ତି ଅବସରରେ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ

Odisha Sports Bureau

ଆସ କରିବା ବୋବାଲ, ଓଡିଶା ନାଁ ହେବ ଗ୍ଲୋବାଲ

Odisha Sports Bureau