More Sports

ପ୍ରୋ କବାଡ଼ି ଲିଗ : ଗୁଜୁରାଟକୁ ହରାଇ ଟାଇଟଲ ଜିତିଲେ ବେଙ୍ଗାଲୁରୁ

(ଓଡିଶା ସ୍ପୋର୍ଟ): ମୁମ୍ବାଇରେ ଶନିବାର ଆୟୋଜିତ ଫାଇନାଲ ମ୍ୟାଚରେ ରୋହିତ କୁମାରଙ୍କ ଅଧିନାୟକତ୍ଵରେ ବେଙ୍ଗାଲୁରୁ ଗୁଜରାତ ଫରଚ୍ୟୁୟନଜିଆଣ୍ଟ୍ସକୁ ୩୮-୩୩ ପଏଣ୍ଟରେ ମାତ୍ ଦେଇ ଚମ୍ପିଆନ ଆଖ୍ୟା ଅର୍ଜନ କରିଛି। ପ୍ରୋ କବାଡି ଲିଗରେ ବେଙ୍ଗାଲୁରୁର ପ୍ରଥମ ଟାଇଟଲ। ବେଙ୍ଗାଲୁରୁ ବୁଲ୍ସର ଖେଳାଳି ଚମତ୍କାର ପ୍ରଦର୍ଶନ କରି ପ୍ରୋ କବାଡି ଲିଗର ଷଷ୍ଠ ସଂସ୍କରଣର ଟାଇଟଲ ନିଜ ନାମରେ କରିଛି।
ପଓ୍ଵନ କୁମାର ସହରାଓ୍ଵତ ମ୍ୟାଚରେ ଷ୍ଟାର ରହିଥିଲେ। ସେ ୨୨ ରେଡ୍ ପଏଣ୍ଟ ହାସଲ କରି ଦଳକୁ ପ୍ରଥମ ଚମ୍ପିଆନ କରାଇବାରେ ପ୍ରମୁଖ ଭୂମିକା ନିଭାଇଛନ୍ତି।

ଗୁଜରାତ ଦଳ କ୍ରମାଗତ ଦ୍ଵିତୀୟ ସଂସ୍କରଣରେ ଉପ ବିଜେତା ରହିଛି। ଏହା ପୂର୍ବରୁ ଦୁଇ ଦଳ ତିନି ଥର ପରସ୍ପର ପ୍ରତି ମୁହାଁମୁହିଁ ହୋଇ ସାରିଛନ୍ତି। ଏଥିରୁ ଗୋଟିଏ ମ୍ୟାଚ୍ ଗୁଜରାତ ଜିତିଥିବା ବେଳେ ଗୋଟିଏ ମ୍ୟାଚ୍ ବେଙ୍ଗାଲୁରୁ ଏବଂ ଆଉ ଗୋଟିଏ ମ୍ୟାଚ୍ ଡ୍ର ରହିଥିଲା।

Related posts

ଅଲିମ୍ପିକ୍‌ ଯୋଗ୍ୟତାରୁ ଅଳ୍ପକେ ବଞ୍ଚିତ ହେଲେ ଜ୍ୟୋତି

Odisha Sports Bureau

ସୌରଭ ଘୋଷାଲଙ୍କ ବିଶ୍ୱ ରେକର୍ଡ଼

ବର୍ମିଂହାମ ରାଷ୍ଟ୍ରମଣ୍ଡଳ ଖେଳର ନୂଆ ନିୟମ ଉଡାଇଲା ନିଦ

Odisha Sports Bureau