Cricket

ଆଇପିଏଲର ପ୍ଲେ ଅଫ ଦୌଡରୁ ବିଦା ହେଲା ପଞ୍ଜାବ କିଙ୍ଗସ

ନୂଆଦିଲ୍ଲୀ: ଆଇପିଏଲରୁ ବିଦା ହେଲା ପଞ୍ଜାବ କିଙ୍ଗସ । ଗତକାଲି ଖେଳାଯାଇଥିବା ଆଇପିଏଲର ୫୮ ତମ ଲିଗ ମ୍ୟାଚର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୬୦ ରନରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରିଛି । ଏହି ବିଜୟ ସହ ୧୨ ଟି ମ୍ୟାଚରୁ ୧୦ ପଏଣ୍ଟ ପାଇ ବେଙ୍ଗାଲୁରୁ ପ୍ଲେ ଅଫ ଦୌଡରେ ତିଷ୍ଟି ରହିଥିବା ବେଳେ ପଞ୍ଜାବ ୧୨ଟି ମ୍ୟାଚରୁ ୮ ପଏଣ୍ଟ ପାଇ ବିଦା ହୋଇଛି ।
ଏହି ମ୍ୟାଚ ପରେ ପଞ୍ଜାବ ସପ୍ତମ ସ୍ଥାନ ବଜାୟ ରଖିଥିବା ବେଳେ ପଞ୍ଜବ ନବମ ସ୍ଥାନକୁ ଖସି ଆସିଛି । ପ୍ରଥମେ ବ୍ୟାଟିଂ କରି ବେଙ୍ଗାଲୁରୁ ୬ ୱିକେଟ ବିନିମୟରେ ୨୪୧ ରନ କରିଥିଲା । କୋହଲି ୪୭ ବଲରେ ର୍ବାଧିକ ୯୨ ରନ କରିଥିଲେ । ପଟିଦାର ୨୩ ବଲରେ ୫୫ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ଜବାବରେ ପଞ୍ଜାବ ୧୭ ଓଭରରେ ୧୮୧ରନ କରି ଅଲ ଆଉଟ ହୋଇ ଯାଇଥିଲା ।

Related posts

ପୂର୍ବତନ ପାକିସ୍ତାନୀ କ୍ରିକେଟରଙ୍କ ଉପରେ ରାଗିଗଲେ ମହମ୍ମଦ ଶାମି

Odisha Sports Bureau

ମ୍ୟାନ ଅଫ ଦ ମ୍ୟାଚ ପାଇବା ପରେ କ’ଣ କହିଲେ ହିଟମ୍ୟାନ

Odisha Sports Bureau

ସୁପର-୪ରେ ବର୍ଷା ସାଜିବ କି ବାଧକ?

Odisha Sports Bureau