(ଓଡିଶା ସ୍ପୋର୍ଟ): ରାହୁଲ ଭେକେଙ୍କ ନିର୍ଣ୍ଣାୟକ ଗୋଲ ସାହାଯ୍ୟରେ ବେଙ୍ଗଲୁର ଏଫସୀ ଶୁକ୍ରବାରକୁ ଏଫସୀ ପୂନେ ସିଟିରେ ଶାନଦାର୍ ବିଜୟ ହାସଲ କରିଛନ୍ତି । ବେଙ୍ଗଲୁରର ଶ୍ରୀ କାନ୍ତିରାୱ ଷ୍ଟାଡିୟମ୍ ରେ ଖେଳାଯାଉଥିବା ଆଇଏସ୍ଏଲ୍ ମୁକାବିଲାରେ ବେଙ୍ଗଲୁର ଏଫସୀ ପୂଣେ କୁ ୨-୧ରେ ପରାସ୍ତ କରିଛି । ରାହୁଲ ଶେଷ ୮୮ ମିନିଟ୍ ରେ ଶାନଦାର ଗୋଲ କରିଥିଲେ । ଏହି ବିଜୟ ସହିତ ବେଙ୍ଗଲୁରର ଅଙ୍କତାଲିକାରେ ୨୨ ଅଙ୍କ ସହିତ ଶୀର୍ଷରେ ପହଞ୍ଚିସାରିଛି ।
ବେଙ୍ଗଲୁର ୧୧ ମିନିଟରେ ଉନ୍ଦାତା ସିଂହଙ୍କ ଗୋଲରେ ୧-୦ ଅଙ୍କରେ ବଢିବା ଆରମ୍ଭ କରିନେଥିଲେ, କିନ୍ତୁ ଭେକେ ୧୫ ମିନିଟରେ ଆତ୍ମଘାତି ଗୋଲ କରି ପୁଣେ ସହିତ ଅଙ୍କ ସମାନତା କରିଥିଲା । ଏହାପରେ ୭୩ ମିନିଟ୍ ପର୍ଯ୍ୟନ୍ତ କୌଣସି ଗୋଲ ହୋଇ ନ ଥିଲା । ବେଙ୍ଗଲୁର ଟିମ୍ ଭେକେଙ୍କ ଭୁୁଲ୍ କାରଣରୁ ନିଜ ଘରୋଇ ପଡିଆରେ ଅଙ୍କ ବାଣ୍ଟିବାରେ ବାଧ୍ୟ ହେଉୁଥିବାର ଦେଖାଦେଇଥିଲା । ଏହାର ସୁଯୋଗରେ ଭେକେ ୮୮ ମିନିଟ୍ ରେ ନିର୍ଣ୍ଣାୟକ ଗୋଲ କରିଥିଲେ । ଏହି ମ୍ୟାଚ୍ ରୁ ମିଳିଥିବା ତିନୋଟି ଅଙ୍କ ସହିତ ବେଙ୍ଗଲୁରର ୮ଟି ମ୍ୟାଚ୍ ରୁୁୁ ୨୨ ଅଙ୍କ ହୋଇଛି ଏବଂ ସେ ଦ୍ୱିତୀୟ ସ୍ଥାନରେ କାବିଜ୍ ଏଫସି ଗୋବାରେ ପାଞ୍ଚ ଅଙ୍କ ବଢାଇ ନେଇଛନ୍ତି । ଆଇଏସଏଲ୍ ରେ ଏହା ବେଙ୍ଗଲୁରର ସପ୍ତମ ବିଜୟ ଅଟେ । ସେପଟେ ପୁୁଣେର ଏହା ୧୦ ମ୍ୟାଚ୍ ରେ ସପ୍ତମ ପରାଜୟ ଅଟେ । ଏହି ଅଙ୍କ ତାଲିକାରେ ଏହା ନବମ ସ୍ତାନରେ ରହିଛନ୍ତି ।