ନୂଆଦିଲ୍ଲୀ: ସେଞ୍ଚୁରିୟନ ଟେଷ୍ଟର ଏଚ୍ଛଳ ପରେ ଭାରତୀୟ କ୍ରିକେଟ ଦଳର ଷ୍ଟାର ଖେଳାଳୀ କେ.ଏଲ ରାହୁଲଙ୍କୁ ମିଳୁଛି ଗୋଟିଏ ପରେ ଗୋଟିଏ ସଫଳତା । ପ୍ରଥମେ ରୋହିତଙ୍କ ଅନୁପସ୍ଥିତି ଯୋଗୁଁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ତାଙ୍କୁ ଦଳର ଅଧିନାୟକ ପଦ ଦେଇଛି ବିସିସିଆଇ । ଏହାପରେ ଦ୍ୱିତୀୟ ଟେଷ୍ଟରେ କୋହଲୀଙ୍କ ବିଶ୍ରାମ ନେଇଥିବାରୁ ରାହୁଲ ଦଳର ନେତୃତ୍ୱ ନେଉଛନ୍ତି । ଏହାରି ଭିତରେ ଆଉ ଏକ ଖୁସି ଖବର ପାଇଛନ୍ତି ରାହୁଲ । ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ମାନ୍ୟତାରେ ସେ ପାଇଛନ୍ତି ଅପୂର୍ବ ସଫଳତା ।
ସେଞ୍ଚୁରିୟନ ଶତକ ପରେ ଏକା ସାଙ୍ଗରେ ୧୮ଟି ସ୍ଥାନ ଉପରକୁ ଉଠି ୩୧ ତମ ସ୍ଥାନରେ ପହଞ୍ଚିଛନ୍ତି ରାହୁଲ । ରାହୁଲଙ୍କ ବ୍ୟତୀତ ସାଥୀ ଓପନର ମୟଙ୍କ ଅଗ୍ରୱାଲ ମଧ୍ୟ ୨ଟି ସ୍ଥାନ ଉପରକୁ ଉଠିଛନ୍ତି । ଏହା ସହିତ ୨୫ତମସ୍ଥାନରେ ପହଞ୍ଚିଛନ୍ତି ମୟଙ୍କ । ତେବେ ତାଲିକାର ଶୀର୍ଷସ୍ଥାନ ବଜାୟ ରଖିଛନ୍ତି ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ମାର୍ନସ ଲାବୁସେନ । କିନ୍ତୁ ଭାରତର ଅଧିନାୟକ ବିରାଟ କୋହଲିଙ୍କୁ ଆଇସିସି ତରପରୁ ଝଟକା ଲାଗିଛି । ତାଲିକାର ୨ଟି ସ୍ଥାନ ତଳକୁ ଅର୍ଥାତ ନବମ ସ୍ଥାନକୁ ଖସିଛନ୍ତି ବିରାଟ ।
🔺 Jasprit Bumrah into the top 10
🔺 Kagiso Rabada surges upThe pace duo make gains in the latest @MRFWorldwide ICC Men’s Test Player Rankings for bowling 📈
Details 👉 https://t.co/VkBay1CqRn pic.twitter.com/uw0uOgRDQP
— ICC (@ICC) January 5, 2022
ସେପଟେ ବୋଲିଂରେ ଜବରଦସ୍ତ ଫାଇଦା ପାଇଛନ୍ତି ଭାରତର ଦୁଇ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ଏବଂ ମହମ୍ମଦ ଶାମୀ । ପ୍ରଥମ ଟେଷ୍ଟରେ ପାଞ୍ଚ ଓ୍ଵିକେଟ୍ ନେଇଥିବା ବୁମରା ୩ଟି ସ୍ଥାନ ଉପରକୁ ଉଠି ନବମ ସ୍ଥାନରେ ପହଞ୍ଚିଛନ୍ତି। ମହମ୍ମଦ ଶାମି ସେଞ୍ଚୁରିଆନ ଟେଷ୍ଟରେ ୮ ଓ୍ଵିକେଟ୍ ନେଇଛନ୍ତି। ଏଥିରେ ପ୍ରଥମ ଇନିଂସରେ ୫ ଓ୍ଵିକେଟ୍ ସାମିଲ୍। ସେ ଦୁଇଟି ସ୍ଥାନ ଉନ୍ନତି ଘଟାଇ ୧୭ମ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଅଷ୍ଟ୍ରେଲିଆ ଅଧିନାୟକ ପାଟ୍ କମିନ୍ସ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି।ଦକ୍ଷିଣ ଆଫ୍ରିକାର ଓପନିଂ ବ୍ୟାଟସମ୍ୟାନ ତଥା ଅଧିନାୟକ ଡିନ୍ ଏଲଗର ସେଞ୍ଚୁରିଆନ ଟେଷ୍ଟର ଦ୍ଵିତୀୟ ଇନିଂସରେ ଖେଳିଥିବା ୭୭ ରନ ବଳରେ ୨ଟି ସ୍ଥାନ ଉପରକୁ ଉଠି ୧୪ମ ସ୍ଥାନରେ ପହଞ୍ଚିଛନ୍ତି। ତେମ୍ବା ବାମୁଭା ୫୨ ଏବଂ ୩୫ ରନର ଇନିଂସ ବଳରେ ୧୬ଟି ସ୍ଥାନ ଉନ୍ନତି ଘଟାଇ ୩୯ତମ ସ୍ଥାନରେ ପହଞ୍ଚିଛନ୍ତି।