Cricket

ପୁଣି ଚ୍ଚର୍ଚାରେ ରିଙ୍କୁ ସିଂହ,ପଡ଼ିଆ ଭିତରେ ହିରେ ଓ ପଡ଼ିଆ ବାହାରେ ହିରେ

ଚଳିତ ଆଇପିଏଲରେ ରିଙ୍କୁ ସିଂ ଗୁଜୁରାଟ ଟାଇଟନ୍ସ ବିପକ୍ଷରେ ଖେଳିଥିବ ମ୍ୟାଚରେ ଶେଷ ଓଭରରେ ୫ଟି ବଲରେ ୫ଟି ଛକାମାରି ଇତିହାସ ରଚିଛନ୍ତି । ରିଙ୍କୁ ସିଂଙ୍କୁ ଏହିଜାଗାରେ ପହଞ୍ଚିବାକୁ ବହୁ ସଂର୍ଘଷ କରିବାକୁ ପଡିଛି । ତାଙ୍କର ରହିଥିଲା ମାତ୍ର ଦୁଇ ବଖରା ଘର । ରିଂକୁଙ୍କ ବାପା ସିଲିଣ୍ଡର ବାଣ୍ଟିବା କାମ କରୁଥିଲେ । ତାଙ୍କ ପରିବାର ଆର୍ଥିକ ସ୍ଥିତି ସେତେଟା ମଜବୁତ ନଥିଲା । ପରିବାରକୁ ଆର୍ଥିକ ସାହାଯ୍ୟ କରିବା ପାଇଁ ରିଂକୁ ସଫାସୁତରା କାମ କରୁଥିଲେ । ପରେ ସେ ସବୁକିଛି ଛାଡ଼ି ନିଜ ଖେଳରେ ଧ୍ୟାନ ଦେଇଥିଲେ । ରିଂକୁ ପ୍ରଥମେ ୟୁପିର ଅଣ୍ଡର ୧୬, ଅଣ୍ଡର ୧୯ ଓ ଅଣ୍ଡର ୨୩ରେ ଖେଳିଥିଲେ । ପରେ ସେଣ୍ଟ୍ରାଲ ଜୋନରେ ଖେଳି ରଣଜିରେ ସ୍ଥାନ ପାଇଥିଲେ । ୨୦୧୭ରେ ରିଂକୁଙ୍କୁ ଆଇପିଏଲର ନିଲାମିରେ କିଣା ଯାଇଥିଲା । ୨୦୧୮ରୁ କେକେଆର ତରଫରୁ ରିଂକୁ ଖେଳୁଛନ୍ତି । କହିବାକୁ ଗଲେ ରିଙ୍କୁ ହେଉଛନ୍ତି ପଡ଼ିଆ ଭିତରେ ହିରେ ଓ ପଡ଼ିଆ ବାହାରେ ହିରେ । ଚଳିତ ଆଇପିଏଲ ମ୍ୟାଚରେ ଶେଷ ଓଭରରେ ୫ଟି ବଲରେ ୫ଟି ଛକାମାରି ଇତିହାସ ରଚିଛନ୍ତି ରିଙ୍କୁ ।

କେବଳ କ୍ରିକେଟ ନୁହେଁ ବ୍ୟାକ୍ତିଗତ ଜୀବନରେ ସେ ଜଣେ ହିରୋ । ଗରିବ ଘରୁ ଆସି ଏତେ ବଡ ମଞ୍ଚରେ ପହଞ୍ଚିବା କେତେ କଷ୍ଟ ତାଙ୍କଠାରୁ ଭଲ କେହି କହିପାରିବେ ନାହିଁ । ସେଥିପାଇଁ ସେ ଗରିବ ପିଲାଙ୍କ ପାଇଁ ସ୍ପୋର୍ଟ୍ସ ହଷ୍ଟେଲ ଖୋଲିବାକୁ ଯାଉଛନ୍ତି ।ଏହି ହଷ୍ଟେଲ ପାଇଁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ମେ ସାସ ସୁଦ୍ଧା ଏହାର କାମ ସରିଯିବ ବୋଲି ସୂଚନା ମିଳିଛି ।ରିଙ୍କୁଙ୍କ କୋଚ ମାସୁଦୁଜ ଜାଫର ଆମିନ କହିଛନ୍ତି ‘ପିଲାବେଳୁ ରିଙ୍କୁଙ୍କ ସ୍ୱପ୍ନ ଥିଲା ସେ ଗରିବ ପିଲାଙ୍କ ପାଇଁ ସ୍ପୋର୍ଟ୍ସ ହଷ୍ଟେଲଲ ଟିଏ ତିଆରି କରିବେ । ଯେଉଁଠାରେ ପିଲାମାନେ ମାଗଣରେ କ୍ରିକେଟ ପ୍ରଶିକ୍ଷଣ ଦିଆଯିବ ।ଏବେ ତାଙ୍କର ଏହି ସ୍ୱପ୍ନ ପୂରା ହେବାକୁ ଯାଉଛି’ । ଉତ୍ତରପ୍ରଦେଶ ଅଲିଗଡଠାରେ ଏହି ହଷ୍ଟେଲ କାମ ୩ ମାସ ଆଗରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ହଷ୍ଟେଲରେ ୧୪ଟି କୋଠରୀ ରହିଛି ତା ସହ ଖେଳାଳୀଙ୍କ ସମସ୍ତ ସୁବିଧା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି ।

Related posts

ଦିଲ୍ଲୀ ଡ଼େୟାରଡ଼େଭିଲ୍ସ ଦଳର ସହାୟକ କୋଚ୍ ହେବେ ମହମ୍ମଦ କୈଫ

Odisha Sports Bureau

ନିଲାମି ବେଳେ ବଡ଼ ଭୁଲ, ଭୁଲ ଖେଳାଳିଙ୍କୁ କିଣି ଦେଲା ପଞ୍ଜାବ କିଙ୍ଗ୍ସ

Odisha Sports Bureau

ଆନ୍ଧ୍ର ପ୍ରଦେଶ ଠାରୁ ଗୋଟିଏ ଇନିଂସ ଓ ୫୦ ରନ୍‌ରେ ହାରିଲା ଓଡ଼ିଶା

Odisha Sports Bureau