Cricket

ରିଷଭ ପନ୍ତ ଆଇପିଏଲ ଇତିହାସରେ ସବୁଠୁ ମହଙ୍ଗା ଖେଳାଳି

ନୂଆଦିଲ୍ଲୀ: ଆଇପିଏଲ-୨୦୨୫ରେ ରେକର୍ଡ ସୃଷ୍ଟି କରିଛନ୍ତି ଟିମ ଇଣ୍ଡିଆର ଷ୍ଟାର ୱିକେଟ କିପର ଋଷଭ ପନ୍ତ । ଆଇପିଏଲ-୨୦୨୫ ପାଇଁ ଦଳରେ ସାମିଲ ହୋଇଛନ୍ତି ଋଷଭ । ମେଗା ଅକ୍ସନରେ ଋଷଭଙ୍କ ପାଇଁ ସମସ୍ତ ଫ୍ରାଞ୍ଚାଇଜିଙ୍କ ମଧ୍ୟରେ ଦମଦାର ଲଢେଇ ଦେଖିବାକୁ ମିଳିଛି । ତେବେ ଶେଷରେ ନିଲାମ ଲଢେଇରେ ବାଜି ମାରିଛି ଲକ୍ଷ୍ନୌ ସୁପର ଜିଆଣ୍ଟସ। ଆଗାମୀ ସିଜନ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଋଷଭଙ୍କୁ ରିଲିଜ କରିବା ପରେ ସୁପର ଜିଆଣ୍ଟସରେ ସାମିଲ ହୋଇଛନ୍ତି ପନ୍ତ । ଆଇପିଏଲ-୨୦୨୫ ପାଇଁ ଋଷଙ୍କୁ ୨୭ କୋଟି ଟଙ୍କାରେ ଦଳରେ ସାମିଲ କରିଛି । ଅଧିକାଂଶ ଦଳ ଋଷଭଙ୍କୁ ଦଳରେ ସାମିଲ କରିବା ପାଇଁ ନିଲାମରେ ସାମିଲ ହୋଇଥିବା ବେଳେ ଲକ୍ଷ୍ନୌ ସୁପର ଜିଆଣ୍ଟସ, ରୋୟଲ ଚାଲେଞ୍ଜର୍ସ ବେଙ୍ଗଳୁରୁ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି । ତେବେ ଶେଷରେ ଋଷଭ ଲକ୍ଷେ୍ନø ସୁପର ଜିଆଣ୍ଟସ ଦଳରେ ସାମିଲ ହୋଇଛନ୍ତି ।

Related posts

ଆସନ୍ତାକାଲି ୨୦୨୦ ସଂସ୍କରଣ ପାଇଁ ଖେଳାଳି ନିଲାମ

Odisha Sports Bureau

ମନୁ ସାହନି ହେଲେ ଆଇସିସି କାର୍ଯ୍ୟ ନିର୍ବାହୀ ଅଧିକାରୀ

Odisha Sports Bureau

ବିଗିଡ଼ିଯାଇଛି ପୂର୍ବତନ ଭାରତୀୟ କ୍ରିକେଟର ବିନୋଦ କାମ୍ବଲିଙ୍କ ସ୍ୱାସ୍ଥ୍ୟାବସ୍ଥା   

Odisha Sports Bureau