Cricket Hockey

ମଡେଲଙ୍କ ପାଇଁ ସାନିଆଙ୍କୁ ଛାଡିଲେ ସୋଏବ

ନୂଆଦିଲ୍ଲୀ: ଭାରତୀୟ ଟେନିସ୍ ସେନ୍ସେସନ୍ ସାନିଆ ମିର୍ଜା ଦେଲେ ଛାଡପତ୍ର । କିଛି ଦିନ ତଳେ ସାନିଆ ମିର୍ଜା ଏବଂ ପାକିସ୍ତାନି କ୍ରିକେଟ୍ର ସୋଏବ ମଲ୍ଲିକଙ୍କ ବିବାହ ବିଚ୍ଛେଦ ନେଇ ଖବର ଆସିଥିଲା ।ବର୍ତ୍ତବାନ ଏହି ଖବର ସତ ପ୍ରମାଣିତ ହୋଇଛି । ତେବେ ୨୦୧୦ ମସିହାରେ ପ୍ରଥମେ ପ୍ରେମ ଏବଂ ପରେ ବିବାହକୁ ନେଇ ଖୁ୍ବ ଚର୍ଚ୍ଚାରେ ରହିଥିଲେ ଦମ୍ପତି । ଦୀର୍ଘ ୧୨ ବର୍ଷ ବିହାହ ବନ୍ଧନରେ ରହିବା ପରେ ହଠାତ୍ ଅଲଗା ହୋଇ ଯାଇଛନ୍ତି ଏହି ହାଇ ପ୍ରୋଫାଇଲ ଦମ୍ପତି ସାନିଆ ଏବଂ ଶୋଏବ । କିଛି ଦିନ ହେବ ଏମାନଙ୍କ ସମ୍ପର୍କ ଭଲ ଚାଲିନଥିବା ଉଭୟଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ପୋଷ୍ଟରୁ ଜଣାପଡିଥିଲା ।

ସାନିଆ –ସୋଏବ ଅଲଗା ଅଲଗା ରହୁଥିବା ବେଳେ ସେମାନଙ୍କ ଛାଡପତ୍ର ହୋଇଛି ବୋଲି ପାକିସ୍ତାନ ଗଣମାଧ୍ୟମ ଦାବି କରୁଛନ୍ତି ।ବର୍ତ୍ତମାନ କିନ୍ତୁ ଏ ନେଇ ସେମାନଙ୍କ କିଛି ବନ୍ଧୁ ସୂଚନା ଦେଇଛନ୍ତି । ସେମାନଙ୍କ ବନ୍ଧୁଙ୍କ କହିବା ମୁତାବକ, ସାନିଆ- ସେଏବ ଉଭୟ ଆଇନଗତ ଭାବେ ଛାଡପତ୍ର ନେଇ ସାରିଛନ୍ତି ।

ତେବେ କିଛି ଦିନ ତଳେ ସୋଏବ ଏକ ପାକିସ୍ତାନି ମଡେଲଙ୍କ ଆୟଶା ଉମାରଙ୍କ ସହ ସମ୍ପର୍କରେ ଥିବା ଜଣା ପଡିଛି । ଯାହାକୁ ନେଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଆୟେଶାଙ୍କ ସହ ସୋଏବଙ୍କ ମଧ୍ୟ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି। ଛାଡ଼ପତ୍ରର ଏହା ଏକ କାରଣ ହୋଇପାରେ ବୋଲି ପାକିସ୍ତାନ ଗଣମଧ୍ୟମରେ କୁହାଯାଇଛି।ତେବେ ଏ ପର୍ଯ୍ୟନ୍ତ ସାନିଆ କିମ୍ବା ସୋଏବ ଏ ନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି ।

ସୂଚନାମୁତାବକ; ଜଣେ ପାକିସ୍ତାନୀ ସାମ୍ବାଦିକଙ୍କ କହିବା କଥା, ୨୦୧୨ରେ ଯେତେବେଳେ ବାଂଲାଦେଶରେ ଟି-୨୦ ୱାର୍ଲ୍ଡ କପ୍ ଚାଲିଥିଲା ସେବେଠୁ ଦୁହେଁ ଅଲଗା ହେବାକୁ ଚାହୁଁଥିଲେ । ହେଲେ ଦୁହିଁଙ୍କ ପରିବାର ଲୋକଙ୍କ ବୁଝାସୁଝା କରିବା ପରେ ଦୁହେଁ ଏକାଠି କିଛି ଦିନ ରହିଥିଲେ ।ନଭେମ୍ବର ୯ ତାରିଖରେ ମଧ୍ୟ ସୋଏବଙ୍କ ଜଣେ ଘନିଷ୍ଠ ବନ୍ଧୁ ଦୁହିଁଙ୍କ ଛାଡପତ୍ର ନେଇ ଦାବି କରିଥିଲେ । ଏହାପରେ ଦୁହିଁଙ୍କ ବିଚ୍ଛେଦ ନେଇ ଚର୍ଚ୍ଚା ଜୋର ଧରିଥିଲା ।

 

 

 

Related posts

ଓଡିଶା ପୋଲିସକୁ ବ୍ରୋଞ୍ଜ ପଦକ

Odisha Sports Bureau

ଫିଲ୍ଡିଂ ନୈରାଶ୍ୟଜନକ, ୪୭.୫ ଓଭରରେ କଙ୍ଗାରୁ ବିଜୟୀ

Odisha Sports Bureau

ଭାରତ-ନ୍ୟୁଜଲ୍ୟାଣ୍ଡ ଟି୨୦ ସିରିଜରୁ ବାଦ ପଡ଼ିପାରନ୍ତି ଧାୱନ

Odisha Sports Bureau

Leave a Comment