Cricket

ଶ୍ରେୟସ ଧରିପାରନ୍ତି କୋଲକାତାର ମଙ୍ଗ

ନୂଆଦିଲ୍ଲୀ: ଆଇପିଏଲରେ ହେବାକୁ ଯାଉଛି ବଡ ଅଦଳବଦଳ । ମେଗା ଅକ୍ସନ ଉପରେ ରହିଛି ସମସ୍ତଙ୍କ ନଜର । ସବୁ ଦଳକୁ ଆସିବେ ନୂଆ ଖେଳାଳି ଆଉ ନୂଆ କ୍ୟାପଟେନ । ୟା ଭିତରେ କୋଲକାତା ନାଇଟ ରାଇଡର୍ସ ମଧ୍ୟ ଜଣେ ନୂଆ ଅଧିନାୟକଙ୍କ ଖୋଜରେ ରହିଛି । ୨୦୨୨ ସିଜନରେ ଜଣେ ଭାରତୀୟ ଯୁବ ଖେଳାଳୀଙ୍କୁ ଅଧିନାୟକ ପଦ ଦେବା ପାଇଁ ଚିନ୍ତା କରୁଛି କେକେଆର । ସେଥିପାଇଁ ଦଳର ପ୍ରଥମ ଟାର୍ଗେଟରେ ଅଛନ୍ତି ଦିଲ୍ଲୀର ପୂର୍ବତନ ଅଧିନାୟକ ଶ୍ରେୟସ ଆୟର ।
୨୦୨୦ ସିଜନରେ ଦିଲ୍ଲୀ କ୍ୟାପିଟାଳ୍ସର ନେତୃତ୍ୱ ନେଇଥିଲେ ଶ୍ରେୟସ । ତାଙ୍କ ନେତୃତ୍ୱରେ ଦଳ ମଧ୍ୟ ଫାଇନାଲରେ ପହଞ୍ଚିଥିଲା । ତେବେ ଟ୍ରଫି ହାସଲ କରିବାରେ ଦଳ ବିଫଳ ହୋଇଥିଲା । ତେଣୁ କୋଲକାତାର ନଜରରେ ରହିଛନ୍ତି ଶ୍ରେୟସ ଆୟର । ସେ ଏବେସୁଦ୍ଧା ୮୭ ଆଇପିଏଲ ମୁକାବିଲାରେ ୨୩୭୫ ରନ୍ କରିଛନ୍ତି । ତାଙ୍କ ସର୍ବାଧିକ ସ୍କୋର ରହିଛି ୯୬ । ଏହାସହ ୧୬ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ଷ ୨୦୨୦ ସିଜିନରେ ସେ ସବୁଠାରୁ ଅଧିକ ରନ୍ କରିଥିବା ବ୍ୟାଟର ହୋଇଥିଲେ ।

Related posts

ପୁଣି ବାପା ହେଲେ ବିରାଟ କୋହଲି, ପୁତ୍ର ସନ୍ତାନ ଜନ୍ମଦେଲେ ଅନୁଷ୍କା

Odisha Sports Bureau

ଲିଭିଂଷ୍ଟୋନଙ୍କ ଛକାରେ ରଶିଦ ଘାଇଲା

Odisha Sports Bureau

ଆଜି କଲିକାତା, ରାଜସ୍ଥାନ ମଧ୍ୟରେ ମୁକାବିଲା

Odisha Sports Bureau

Leave a Comment