Cricket

ଦକ୍ଷିଣ ଆଫ୍ରିକାର ଷ୍ଟାର୍ ୱିକେଟ୍ କିପର ବ୍ୟାଟର ହେନରିକ୍ କ୍ଲାସେନ ଇଣ୍ଟରନ୍ୟାସନାଲ୍ କ୍ରିକେଟରରୁ ସନ୍ନ୍ୟାସ ନେଇଛନ୍ତି

ଦକ୍ଷିଣ ଆଫ୍ରିକା-: ଦକ୍ଷିଣ ଆଫ୍ରିକାର ଷ୍ଟାର୍ ୱିକେଟ୍ କିପର ବ୍ୟାଟର ହେନରିକ୍ କ୍ଲାସେନ ଇଣ୍ଟରନ୍ୟାସନାଲ୍ କ୍ରିକେଟରରୁ ସନ୍ନ୍ୟାସ ନେଇଛନ୍ତି । ଏନେଇ କ୍ଲାସେନ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଏହି ଘୋଷଣା କରିଛନ୍ତି । ୩୩ ବର୍ଷୀୟ କ୍ଲାସେନ ଇନଷ୍ଟାଗ୍ରାମରେ ନିଜ ପରିବାର ସହିତ ଫଟୋ ସେୟାର କରି ଲେଖିଛନ୍ତି, ଏହା ମୋ ପାଇଁ ଅତ୍ୟନ୍ତ ଦୁଃଖର ଦିନ । ଇଣ୍ଟରନ୍ୟାସନାଲ୍ କ୍ରିକେଟରୁ ସନ୍ନ୍ୟାସ ନେବା ପାଇଁ ମୁଁ ନିଷ୍ପତ୍ତି ନେଇଛି । ଏହା କଠିନ ନିଷ୍ପତ୍ତି ଥିଲା, କିନ୍ତୁ ମୁଁ ଏଥିରେ ସଂପୂର୍ଣ୍ଣ ରୂପେ ସନ୍ତୁଷ୍ଟ । ନିଜ ଦେଶକୁ ପ୍ରତିନିଧିତ୍ୱ କରିବା ମୋ ପାଇଁ ସବୁଠୁ ସମ୍ମାନର ବିଷୟ । ସେ ଏହାମଧ୍ୟ ଲେଖିଛନ୍ତି, ଦେଶ ପାଇଁ ଖେଳିବା, ମୋର ପିଲା ଦିନରୁ ମୋର ସ୍ୱପ୍ନ ରହିଥିଲା । ମୁଁ ଏଥିପାଇଁ ପରିଶ୍ରମ କରିଥିଲି । ଏହି ସମୟରେ ମୁଁ ଅନେକ ଭଲ ବନ୍ଧୁ ଓ ସମ୍ପର୍କ ଗଢିଛି, ଯାହାଙ୍କୁ ସାରା ଜୀବନ ମୋ ସହ ରଖିବି । କ୍ରିକେଟ୍ ମୋତେ ଅନେକ ମହାନ ବ୍ୟକ୍ତିଙ୍କୁ ଭେଟିବାର ସୌଭାଗ୍ୟ ଦେଇଛି, ଯାହା ମୋର ଜୀବନ ବଦଳାଇ ଦେଇଛି । ମୁଁ ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି ।

ହେନରିକ୍ କ୍ଲାସେନ ୨୦୧୮ ମସିହାରେ ଭାରତ ବିପକ୍ଷରେ ଦିନିକିଆ ଓ ଟି-୨୦ରେ ଡେବ୍ୟୁ କରିଥିଲେ । ୨୦୧୯ରେ ଭାରତ ବିପକ୍ଷରେ ହିଁ ଟେଷ୍ଟ ଡେବ୍ୟୁ କରିଥିଲେ । ହେନରିକ୍ କ୍ଲାସେନ ଦକ୍ଷିଣ ଆଫ୍ରିକା ପାଇଁ ୪ଟି ଟେଷ୍ଟ, ୬୦ ଦିନିକିଆ ଓ ୫୮ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଦିନିକିଆ କ୍ରିକେଟରେ କ୍ଲାସେନ ୨୧୪୧ ରନ୍ କରିଛନ୍ତି । ଏଥିରେ ୪ଟି ଶତକ ଓ ୧୧ଟି ଅର୍ଦ୍ଧଶତକ ସାମିଲ ରହିଛି ।

Related posts

ହାରକୁ ନେଇ ବାଉଳା ଇଂଲଣ୍ଡ

Odisha Sports Bureau

ଟି-୨୦ବିଶ୍ୱକପ;ଫାଇନାଲରେ ପାକିସ୍ତାନ

Odisha Sports Bureau

ଧୋନି,ଗମ୍ଭୀର,ବିରାଟଙ୍କ ପରେ ଏଲିଟ ଲିଷ୍ଟରେ ରୋହିତ

Odisha Sports Bureau

Leave a Comment