More Sports

ବିଶ୍ୱ କ୍ରୀଡ଼ାରେ ୧୫୦ ଟପିଲା ଭାରତର ପଦକ ସଂଖ୍ୟା

ଭୁବନେଶ୍ୱର: ଜର୍ମାନିର ବର୍ଲିନରେ ଅ।ୟୋଜିତ ସ୍ୱତନ୍ତ୍ର ଅଲିମ୍ପିକ୍ସ ବିଶ୍ୱ କ୍ରୀଡ଼ାରେ ଭାରତରୁ ପ୍ରତିନିଧିତ୍ୱ କରିଥିବା ଓଡ଼ିଶାର ଖେଳାଳି ୮ ପଦକ ଜିତି ରାଜ୍ୟ ପାଇଁ ଗୌରବ ଅ।ଣିଛନ୍ତି । ଗତ ଥର (୨୦୧୯)ରେ ଓଡ଼ିଶାକୁ ୪ ପଦକ ଅ।ସିଥିଲା ଏଥର ଏହି ସଂଖ୍ୟା ଦ୍ୱିଗୁଣ ହୋଇଛି । ଓଏଲ୍ଏସ୍ ଭୁବନେଶ୍ୱରର ଆରିଦିତା ଚକ୍ରବର୍ତ୍ତୀ ୪୦୦ ମିଟର ରେସ୍ରେ ରେପ୍ୟ ଏବଂ ସଟ୍ପୁଟ୍ରେ କାଂସ୍ୟ ଜିତିଥିଲେ । ବଲାଙ୍ଗୀରସ୍ଥିତ ଅ।ର୍ଏସ୍ଡି ସଇନ୍ତଳାର ବେଷ୍ଣବ ରାଜପାଲିଅ । ସଟପୁଟ୍ରେ ରେପ୍ୟ, ଅ ।ଠଗଡ଼଼ସ୍ଥିତ ବିଭିଏମ୍ଏମ୍ଏମ୍ଅ ।ର୍ବିଟିର କଳ୍ପନା ଜେନା ସାଇକେଲିଂରେ ରେପ୍ୟ ଜିତିଥିଲେ । ୟୁନିଫାଏଡ ବିଚ୍ ଭଲିବଲ୍ କାଂସ୍ୟ ବିଜେତା ଭାରତୀୟ ଦଳରେ ଓଡ଼ି଼ିଶାର ୩ ଜଣ ଜ୍ୟୋତିରଂଜନ ଓଝା (ନିମାପଡ଼ାସ୍ଥିତ ସିବିଆଇଡି), ଶିବାନୀ ପ୍ରିୟଦର୍ଶିନୀ ଓ ମାମାଲି ନାଗ (କିଟ୍) ଥିଲେ ରୌପ୍ୟ ପଦକ ବିଜେତା ମହିଳା ବାସ୍କେଟବଲ୍ ଦଳର ପ୍ରଶିକ୍ଷକ ରହି କଟକସ୍ଥତ ସହାୟାର ସସ୍ମିତା ରାଉତରାୟ ମଧ୍ୟ ରାଜ୍ୟ ପାଇଁ ଗୌରବ ଆଣିଥିଲେ ।

ଚତୁର୍ଥ ସ୍ଥାନରେ ରହି ପଦକରୁ ବଞ୍ଚିତ ରହିଥିବା ଫୁଟ୍ସାଲ ଦଳରେ ଥିଲେ ବରପାଲିର ସରସ୍ୱତୀ ସଂଘର ଖେଳାଳି ସଚିନ ବାରିକ ଓ ଆସ୍ରା ବଲାଙ୍ଗୀରର ଝସକେତନ ସାହୁ (ପ୍ରଶିକ୍ଷକ) ଓଡ଼ିଶା ଖେଳାଳିଙ୍କ ଏହି ସଫଳତା ଲାଗି ଏସ୍ଓବି-ଓଡ଼ିଶା ସଭାପତି କସ୍ତୁରୀ ମହାପାତ୍ର ଏବଂ ଏରିଆ ନିର୍ଦ୍ଦେଶକ ପ୍ରକାଶ ରଥ ଅଭିନନ୍ଦନ ଜଣାଇଛନ୍ତି । ସ୍ୱତନ୍ତ୍ର ଅଲିମ୍ପିକ୍ସ ବିଶ୍ୱ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ୧୫୬ (୬୬ ସ୍ୱର୍ଣ୍ଣ, ୫୦ ରେପ୍ୟ, ୪୧ କାଂସ୍ୟ)ରେ ପହଞ୍ଚିଛି । ପ୍ରତିଦିନ ଭଳି ରୋଲର ସ୍କେଟିଂରୁ ଭାରତର ପଦକ ଅମଳ ଅ ।ରମ୍ଭ ହୋଇଥଲା । ରୋଲର ସ୍କେଟିଂ ଦଳ ୫ (୨ ସ୍ୱର୍ଣ୍ଣ, ୩ ରେପ୍ୟ) ପଦକ ଜିତିଥିଲେ ଅ ।ର୍ଯ୍ୟନ (୩୦୦ ମିଟର) ଓ ଦୀପେନ (୧୦୦୦ ମିଟର) ସ୍ୱର୍ଣ୍ଣ ଜିତିଥିଲେ ବାସ୍କେଟବଲ୍ ଓ ଭଲିବଲର ମଧ୍ୟ ସ୍ୱର୍ଣ୍ଣ ଅ।ସିଥିଲା । ପୁରୁଷ/ମିଶ୍ରିତ ବାସ୍କେଟବଲ୍ ଫାଇନାଲ୍ରେ ଭାରତ ୬-୩ରେ ପର୍ତ୍ତୁଗାଲକୁ ହରାଇ ସ୍ୱର୍ଣ୍ଣ ଜିତିଥିଲା ମହିଳା ଦଳ ଫାଇନାଲ୍ରେ ସ୍ୱିଡେନ୍ଠୁ ହାରି ରେପ୍ୟରେ ସନ୍ତୁଷ୍ଟ ରହିଥିଲା ଭଲିବଲ୍ରେ ପୁରୁଷ/ମିଶ୍ରିତ ଦଳ ୨-୦ରେ କୋରିଅ ।କୁ ହରାଇ କାଂସ୍ୟ ଜିତିଥିଲା ବେଳେ ମହିଳା ୟୁନିଫାଏଡ ଦଳ ୨-୧ରେ ୟୁଏଇକୁ ହରାଇ ସ୍ୱର୍ଣ୍ଣ ପଦକ କରାୟତ୍ତ କରିଥିଲା । ଟେନିସ ପୁରୁଷ ଏକକ ଲେବଲ-୫ରେ ସ୍ୱରାଜ ସିଂହ ଏବଂ ମହିଳା ହାଣ୍ଡବଲ୍ ଦଳ ଫାଇନାଲରେ ହାରି ରୌପ୍ୟ ପାଇଥିଲେ ।

Related posts

ବର୍ମିଂହାମ ରାଷ୍ଟ୍ରମଣ୍ଡଳ ଖେଳର ନୂଆ ନିୟମ ଉଡାଇଲା ନିଦ

Odisha Sports Bureau

ଭାରତୀୟ ଟିମର ଚୟନ ନୂଆ କମିଟି କରିବ: ସୌରଭ ଗାଙ୍ଗୁଲି

କିମ୍ବଦନ୍ତୀ ଚେସ୍ ଟୁର୍ନାମେଣ୍ଟ: ଆନନ୍ଦଙ୍କ ସପ୍ତମ ପରାଜୟ

Odisha Sports Bureau