Cricket

ପାକିସ୍ତାନରେ ହେବାକୁଥିବା ଏସିଆ କପ୍‌ ସ୍ଥାନାନ୍ତର ହେବା ସମ୍ଭାବନା ରହିଛି

ନୂଆଦିଲ୍ଲୀ: ପାକିସ୍ତାନରେ ହେବାକୁଥିବା ଏସିଆ କପ୍‌ ସ୍ଥାନାନ୍ତର ହେବା ସମ୍ଭାବନା ରହିଛି | କାରଣ ଏସିଆ କପ୍‌ ପାକିସ୍ତାନରେ ହେଲେ ଭାରତ ଅଂଶଗ୍ରହଣ କରିବ ନାହିଁ ବୋଲି ବିସିସିଆଇ ବାରମ୍ବାର କହିଆସୁଛି। ତେବେ ଏସିଆ କପ୍‌ କ୍ରିକେଟ୍‌ ପ୍ରତିଯୋଗିତାକୁ ସେପ୍ଟେମ୍ବରରେ ଆୟୋଜନ କରିବା ପାଇଁ ପାକିସ୍ତାନକୁ ଅଧିକାର ମିଳିଛି। ଅନ୍ୟପକ୍ଷରେ ଏସିଆ କପ୍‌ ଖେଳିବାକୁ ଭାରତ ଯଦି ପାକିସ୍ତାନ ନଯାଏ ତାହେଲେ ଭାରତ ଆୟୋଜନ କରିବାକୁ ଥିବା ଦିନିକିଆ ବିଶ୍ବକପ୍‌ ଖେଳିବାକୁ ପାକିସ୍ତାନ ମଧ୍ୟ ଯିବନି ବୋଲି ପିସିବି ଧମକ ଦେଉଛି। ଏପରିସ୍ଥଳେ ଶନିବାର ବାହାରିନ୍‌ରେ ଉଭୟ ବିସିସିଆଇ ସଂପାଦକ ଜୟ ଶାହା ଏବଂ ପିସିବି ଅଧ୍ୟକ୍ଷ ନଜମ ସେଠୀଙ୍କ ମଧ୍ୟରେ ଆନୁଷ୍ଠାନିକ ଭାବେ ଆଲୋଚନା ହୋଇଥିଲା। ‌ତେବେ ଏହି ଆଲୋଚନାରୁ ସେଭଳି କିଛି ସକାରାତ୍ମକ ନିର୍ଯ୍ୟାସ ମିଳିନାହିଁ।

ବିସିସିଆଇ ସଂପାଦକ ଶାହା ଏସୀୟ କ୍ରିକେଟ୍‌ ପରିଷଦ (ଏସିସି)ର ଅଧ୍ୟକ୍ଷ ଥିବାରୁ ସେ ମଧ୍ୟ ପାକିସ୍ତାନରେ ଏସିଆ କପ୍‌ ଆୟୋଜନକୁ ବିରୋଧ କରୁଛନ୍ତି। ତାଙ୍କ କହିବା ଅନୁଯାୟୀ ପାକିସ୍ତାନ ଆୟୋଜନ ଅଧିକାର ରଖୁ, କିନ୍ତୁ ପ୍ରତିଯୋଗିତା ନିରପେକ୍ଷ ସ୍ଥାନରେ କରାଯାଉ। ନହେଲେ ଅନ୍ୟତ୍ର ସ୍ଥାନାନ୍ତର କରାଯାଉ। ଏପରିସ୍ଥଳେ ଶନିବାର ଶାହା ଓ ସେଠୀଙ୍କ ଆଲୋଚନା ପରେ ପାକିସ୍ତାନରୁ ଏସିଆ କପ୍‌ ସ୍ଥାନାନ୍ତର ହେବା ସମ୍ଭାବନା ରହିଥିବା କହିଛି ଏସିସି। ତେବେ ଭେନ୍ୟୁ ନେଇ ନିଷ୍ପତ୍ତିକୁ ମା‌ର୍ଚ୍ଚ ମାସ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

Related posts

ବିଜୟ ହଜାରେ ଟ୍ରଫି: ୭୮ ବଲ୍‌ରେ ଶତକ, ପରବର୍ତ୍ତୀ ୧୯ ବଲ୍‌ରେ ୧୫୦ ରନ୍… ଧ୍ରୁବ ଜୁରେଲ ଏକଦିବସୀୟରେ ଏକ ବଡ଼ ସଫଳତା ହାସଲ କଲେ

Odisha Sports Bureau

ଆମେରିକାକୁ କ୍ରିକେଟ୍ ନିଶା

Odisha Sports Bureau

ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକଙ୍କ ଉପରେ ୧୨ ଲକ୍ଷର ଜୋରିମାନା

Odisha Sports Bureau