Hockey

ସ୍ପୋର୍ଟସ ସେନ୍ସେସନ ସିଏମ

ଭୁବନେଶ୍ୱର(ସ୍ମୃତି ରଞ୍ଜନ): ରାଜଧାନୀ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ । ଆଜି କେବଳ ଓଡିଶା ନୁହେଁ, ସାରା ବିଶ୍ୱ ପାଇଁ ଏହା ଏବେ ରାଜ୍ୟର ଏକ ଅନ୍ୟତମ ପରିଚୟ । ବିଶ୍ୱ ଇତିହାସରେ ଏକ ଭିନ୍ନ ଛାପ ସୃଷ୍ଟି କରିଛି ଓଡିଶାର କଳିଙ୍ଗ ଷ୍ଟାଡିୟମ । ଆଜି ଏଠାରେ ଆନ୍ତର୍ଜାତୀୟ ହକି ଟୁର୍ଣ୍ଣାମେଣ୍ଟ ମଧ୍ୟ ଆୟୋଜିତ ହୋଇ ପାରୁଛି । ଆଉ ଏହି ଷ୍ଟାଡିୟମକୁ ବିଶ୍ୱ କ୍ରୀଡା ଜଗତରେ ସ୍ଥାନ ଦେବାରେ ମୁଖ୍ୟ ଭୂମିକା ତୁଲାଇଛନ୍ତି ଭାରତର ତଥା ଓଡିଶାର ଏକ ନମ୍ବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ଯାହାପାଇଁ ଆଜି ଏଠାରେ ପ୍ରାକ୍ଟିସ କରି ଟୋକିଓ ଅଲିମ୍ପିକ୍ସ ପରି ପ୍ରତିଯୋଗିତାରେ ଭାଗ ନେଇ ଦେଶ ଏବଂ ରାଜ୍ୟର ଟେକ ରଖିଛନ୍ତି ଏହି ଖେଳାଳୀ । ଓଡିଶାର କେବଳ ପୁରୁଷ ନୁହେଁ ମହିଳା ଖେଳାଳୀମାନେ ମଧ୍ୟ ଦେଶକୁ ରିପ୍ରେଜେଣ୍ଟ କରିବା ପାଇଁ ପାଇଛନ୍ତି ଏକ ଜବରଦସ୍ତ ପ୍ଲାଟଫର୍ମ ।

Bhubaneswar, Rourkela to host 2023 Men's Hockey World Cup | Hockey News -  Times of India
ନବୀନ ବାବୁ ହେଉଛନ୍ତି ଜଣେ ଶାନ୍ତ ସ୍ୱଭାବର ମଣିଷ । କଥା କମ ଆଉ କାମରେ ବେଶୀ ବିଶ୍ୱାସ ରଖୁଥିବା ଜଣେ ଆଦର୍ଶ ମୁଖ୍ୟମନ୍ତ୍ରୀ ସେ । ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ହକି ଟିମ ପାଇଁ ତାଙ୍କର ସ୍ପନ୍ସରସିପ । ୨୦୧୮ ଭାରତୀୟ ହକି ଟିମରୁ ଅଫିସିଆଲ ସ୍ପନ୍ସର ସାହାରା କମ୍ପାନୀ ଓହରିଯିବା ପରେ ଏହାର ମଙ୍ଗ ଧରିଥିଲେ ନବୀନ । ଟିମ ପାଇଁ ସ୍ପନ୍ସରସିପ ଏକ ବଡ ଚିନ୍ତା ହୋଇ ଠିଆ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଏହି ସମୟରେ ସଙ୍କଟମୋଚକ ପାଲଟିଥିଲେ । ୧୦୦ କୋଟି ଟଙ୍କାର ଏକ ବଡ ଏମାଉଣ୍ଟ ହକି ପାଇଁ ସେ ବିନିଯୋଗ କରିଥିଲେ । ଓଡିଶାକୁ ଏକ ଗରିବ ରାଜ୍ୟ ବୋଲି କହୁଥିବା ଅନ୍ୟ ରାଜ୍ୟ ପାଇଁ ଏହା ଥିଲା ଏକ ଶକ୍ତ ଜବାବ । ନବୀନବାବୁଙ୍କର ଏହି ପଦକ୍ଷେପରୁ ସ୍ପଷ୍ଟ ବାରି ହେଉଛି ଯେ ହକି ଏବଂ ଅନ୍ୟ ଖେଳ ପ୍ରତି ତାଙ୍କ ମନରେ କେତେ ରହିଛି ଦୁର୍ବଳତା । ୫ ବର୍ଷର ସ୍ପନ୍ସରସିପ ପାଇଁ ଓଡିଶାକୁ ଖର୍ଚ୍ଚ କରିବାକୁ ପଡୁଛି ୧୫୦ କୋଟି ଟଙ୍କା ଆମାଉଣ୍ଟ । ଏପରି କରିବାରେ ଭାରତ ଇତିହାସରେ ନବୀନ ହେଉଛନ୍ତି ପ୍ରଥମ ମନ୍ତ୍ରୀ ।

Parliamentary panel bats for Odisha model of sports development- The New  Indian Express
କିନ୍ତୁ ସବୁଠାରୁ ବଡ ସଫଳତା ଥିଲା ୨୦୧୯ ମସିହାର ହକି ବିଶ୍ୱକପ ଆୟୋଜନ । ସଫଳତାର ସହ ଏହି ଟୁର୍ଣ୍ଣାମେଣ୍ଟକୁ ଆୟୋଜନ କରି କ୍ରୀଡା ଇତିହାସରେ ଓଡିଶା, ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଏବଂ ନିଜ ନାମ ସ୍ୱର୍ଣ୍ର ଅକ୍ଷରରେ ଲିପିବଦ୍ଧ କରାଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ । ଏହାପରେ ପୁଣି ୨୦୨୩ରେ ମଧ୍ୟ ଏଠାରେ ହକି ବିଶ୍ୱକପ ଆୟୋଜନ ହେବା ପାଇଁ ସୂଚୀ ରହିଛି । ୨୦୧୯ରେ ଓଡିଶାର ଆୟୋଜନ ସଫଳତାକୁ ପ୍ରୋତ୍ସାହନ ଦେବା ପାଇଁ ଏଭଳି ଏକ ଉପହାର ପାଇଛି ଓଡିଶା । ଯାହା ରାଜ୍ୟ ଏବଂ ରାଜ୍ୟବାସୀଙ୍କ ପାଇଁ ଏକ ଗୌରବର ବିଷୟ । ଏହାପରେ ଟେକିଓ ଅଲିମ୍ପିକ୍ସରେ ଉଭୟ ପୁରୁଷ ଏବଂ ମହିଳା ହକି ଦଳରୁ ୪ ଜଣ ଓଡିଆ ଖେଳାଳୀ ସ୍ଥାନ ପାଇବାର ଶ୍ରେୟ ମଧ୍ୟ ପରୋକ୍ଷରେ ନବୀନ ବାବୁଙ୍କୁ ହିଁ ଯାଉଛି । ସେହିପରି ରାଜ୍ୟରେ କ୍ରୀଡାର ବିକାଶ ଏବଂ ଭିତ୍ତିଭୂମି ପାଇଁ ୮୯ଟି ଇଣ୍ଡୋର ଷ୍ଟାଡିୟମ ନିର୍ମାଣ କରିବା ପାଇଁ କ୍ୟାବିନେଟରେ ମୋଟ ୬୯୩.୩୫ କୋଟି ଟଙ୍କାର ଅନୁମୋଦନ ଉପରେ ମୋହର ମାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେବଳ ସେତିକି ନୁହେଁ ରାଜ୍ୟକୁ ଫେରିବା ପରେ ଆଜି ଓଡିଆ ଖେଳାଳୀ ମାନଙ୍କୁ କଳିଙ୍ଗ ଷ୍ଟାଡିୟମରେ ସେ ସମ୍ବର୍ଦ୍ଧିତ କରି ସମସ୍ତଙ୍କୁ ୨.୫ କୋଟି ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି । ଏଥିସହ ପୁରୁଷ ହକି ଦଳରେ ସ୍ଥାନ ପାଇଥିବା ଦୁଇ ଖେଳାଳୀ ବିରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହି ଦାସଙ୍କୁ ପୋଲିସ ବିଭାଗରେ ଡିଏସପି ପଦ ପାଇଁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ।

2018 Men's Hockey World Cup Final - Wikipedia
ତେବେ ଏଥିରୁ ହକି ପ୍ରତି ନବୀନଙ୍କର କେେତେ ଯେ ପ୍ରେମ ତାହା ସ୍ପଷ୍ଟ ବାରି ହେଉଛି । ମୁଖ୍ୟମନ୍ତ୍ରୀଙ୍କର ଏହି ସବୁ ନିଷ୍ପତ୍ତି ଏବଂ କ୍ରୀଡା ପ୍ରତି ଅହେତୁକ ଦୁର୍ବଳତା ପାଇଁ ତାଙ୍କୁ କେବଳ ଓଡିଶା ନୁହେଁ ରାଜ୍ୟ ବାହାରୁ ମଧ୍ୟ ଶୁଭେଚ୍ଛାର ସୁଅ ଛୁଟିଛି । ସୋଶିଅଲ ମିଡିଆରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ସେ ପରିଚିତ ଥିଲେ । କିନ୍ତୁ ବର୍ତ୍ତମାନ ତାଙ୍କର ,ହି କ୍ରୀଡା ଦୁର୍ବଳତା ତାଙ୍କୁ ଏକ ନୂଆ ପରିଚୟ ଦେଇଛି । ଭାରତର ହକି ଦଳ ତଥା ଓଡିଶାରେ କ୍ରୀଡାର ବିକାଶ ପାଇଁ କ୍ରୀଡା ଜଗତର ଆଉ ଜଣେ ବିଶ୍ୱକର୍ମା ବୋଲି ତାଙ୍କୁ ଆଖ୍ୟା ଦିଆସରିଛି । ଏଥିସହ ତାଙ୍କୁ ସ୍ପୋର୍ଟସ ସେନ୍ସେସନ ସିଏମ ବୋଲି ପରିଚୟ ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Odisha CM Naveen Patnaik hands over cash award of 2.5 crore & DSP jobs to  hockey players Lakra & Rohidas | Bhubaneswar News - Times of India

Related posts

କରୋନା ପାଇଁ ଘୁଞ୍ଚିଲା ଅଜଲାନ ଶାହ କପ

କଳିଙ୍ଗ ଷ୍ଟାଡ଼ିୟମରେ ସର୍ବ ଭାରତୀୟ ହକି ପ୍ରତିଯୋଗିତା

Odisha Sports Bureau

ଫେବୃଆରୀ ୧୮ ରୁ ସୁଲତାନ ଆଜଲାନ ଶାହା ହକି ଟୁର୍ଣ୍ଣାମେଣ୍ଟ

Odisha Sports Bureau

Leave a Comment