Cricket

ଭାରତ ପାଖରେ ଅଷ୍ଟ୍ରେଲିଆରେ ଜିତିବାର ସୁବର୍ଣ୍ଣ ସୁଯୋଗ ରହିଛି: ଶ୍ରୀଲଙ୍କା କୋଚ୍

(ଓଡିଶା ସ୍ପୋର୍ଟ): ଶ୍ରୀଲଙ୍କା ଟିମ୍ କୁ ବିଶ୍ୱ କପ୍ ର ଟ୍ରଫି ଦେବାରେ ମୁଖ୍ୟ ଭୂମିକା ଗ୍ରହର କରିଥିବା କୋଚ୍ ଡେବ ୱାଟମୋର ଗୁରୁବାର ଦିନ ଏଠାରେ କହିଥିଲେ ସ୍ଟିବ୍ ସ୍ମିଥ୍ ଏବଂ ଡେବିଡ୍ ୱାର୍ନର ଟିମ୍ ରେ ନ ଥିବାବେଳେ ଭାରତ ପାଖରେ ଅଷ୍ଟ୍ରେଲିଆରେ ଟେଷ୍ଟ୍ ସିରିଜ୍ ଜିତିବାର ଭଲ ସୁଯୋଗ ରହିଛି । ୱାଟମୋର ଏଠାରେ କେରଳର କୋଚ୍ ଭାବରେ ବଙ୍ଗଳା ବିପକ୍ଷରେ ରଣଜି ମ୍ୟାଚ୍ ଖେଳିବାକୁ ଆସିଥିଲେ । ଇଡେର୍ନ ଗାର୍ଡନରେ ବଙ୍ଗଳାକୁ ୯ ୱେକେଟ୍ରେ ହରାଇବା ପରେ ସେ କହିଥିଲେ, ‘ସ୍ଟିବ ସ୍ମିଥ ଏବଂ ଡେବିଡ୍ ୱାର୍ନରଙ୍କ ଟିମ୍ ନ ରହିବା ଭାରତ ପାଖରେ ଭଲ ସୁଯୋଗ ରହିଛି ସିରିଜ୍ ଜିତିବାପାଇଁ ।’

ସେ ମୋହମ୍ମଦ୍ ଶାମିଙ୍କ ପ୍ରଶଂସା କରି କହିଥିଲେ, ‘ସେ ଲୟରେ ରହିଛନ୍ତି ଏବଂ ଜଣେ ଭଲ ବୋଲର୍ ଅଟନ୍ତି । ଅଷ୍ଟ୍ରେଲିଆରେ ଭଲ ପ୍ରଦର୍ଶନ କରିବେ ।’ ସେ ଭାରତକୁ ଚେତାବନି ଦେଇଛନ୍ତି ଅଷ୍ଟ୍ରେଲିଆକୁ ହାଲକାରେ ନ ନେବାପାଇଁ । ସେ କହିଥିଲେ, ‘ଏବେ ଅଷ୍ଟ୍ରେଲିଆକୁ ଦୁର୍ବଳତା ବୁଝିିବା ଠିକ୍ ନୁହେଁ ଯେତେବେଳେ ତାଙ୍କର ସ୍ପିଡ୍ ବ୍ୟାଟ୍ସ୍ ମ୍ୟାନ୍ ଫିଟ୍ ଏବଂ ସୁସ୍ଥ ଥିବେ ।’

Related posts

ମହାକାଶରେ ବିଶ୍ୱକପ୍ ଟ୍ରଫି

Odisha Sports Bureau

୪ ଦୁଷ୍କର୍ମ ମାମଲାରୁ ଗୁଣତିଳକାଙ୍କୁ ୩ଟିରେ ଆଶ୍ୱସ୍ତି

ଟିମ୍ ଇଣ୍ଡିଆର କୋଚ୍ ରାହୁଲ ଦ୍ରାବିଡଙ୍କୁ କ୍ଷମା ମାଗିଲେ ବାଂଲାଦେଶର ବୋଲିଂ କୋଚ୍

Odisha Sports Bureau