Cricket

ନୂଆ ଲୁକରେ ଫେରିବ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଟି-ଟ୍ୱେଣ୍ଟି ବିଶ୍ୱକପ । ସେଥିପାଇଁ ସାରା ବିଶ୍ୱରେ ଏବଂ କ୍ରିକେଟ ପ୍ରେମୀମାନଙ୍କ ମନରେ ଉତ୍ସାହର ସୀମା କହିଲେ ନସରେ । ତେବେ ଏହି ଉତ୍ସାହ ମଧରେ ଭାରତର ଖେଳ ପ୍ରେମୀମାନଭ୍କୁ ବିସିସିଆଇ ଦେଇଛି ଆଉ ଏକ ସରପ୍ରାଇଜ । ଚଳିତ ବର୍ଷ ଟି-ଟ୍ୱେଣ୍ଟି ବିଶ୍ୱକପରେ ଭାରତୀୟ ଦଳ ଆଉ ଏକ ନୂଆ ରୂପରେ ମଇଦାନକୁ ଓହ୍ଲାଇବ । ବଶ୍ୱକପ ପାଇଁ ଟିମ ଇଣ୍ଡିଆର ଜର୍ସିରେ ପରିବର୍ତ୍ତନ କରାଯିବ ବୋଲି ବିସିସିଆଇ ତରଫରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି । ତେବେ ଏହାକୁ କ୍ରୀଡାପ୍ରେମୀମାନେ ଦଶହରା ଭେଟି ବୋଲି ବିବେଚନା କରିଛନ୍ତି ।
ବିଶ୍ୱକପ ପାଇଁ ଭାରତୀୟ ଦଳ ନିଜର ବର୍ତ୍ତମାନ ଜର୍ସିକୁ ପରିବର୍ତ୍ତନ କରିବା ନେଇ ବିସିସିଆଇ ଟ୍ୱିଟ କରି ସୂଚନା ଦେଇଛି । ଏହି ଜର୍ସିରେ କଣ ପରିବର୍ତ୍ତନ ଆସିବ ସେ ନେଇ କୌଣସି ସୂଚନା ଦିଆଯାଇନାହିଁ । ତେବେ ଏହି ଜର୍ସିି ଅୋସନ୍ତା ଅକ୍ୟୋବର ୧୩ ତାରିଖ ବୁଧବାର ଦିନ ଲଞ୍ଚ କରାଯିବ ବୋଲି କ୍ରିକେଟ ବୋର୍ଡ ତରଫରୁ କୁହାଯାଇଛି । ସେପଟେ ନୀଳ ଜର୍ସି ଭାୋରରତର ପରିଚୟ ହୋଇଥିବା ବେଳେ ଦର୍ଶକ ଭାରତର ସେହି ଚିରାଚରିତ ନୀଳ ଜର୍ସିିକୁ ଚାହିଁ ରହିଥିବା କୁହାଯାଇଛି । କାରଣ ଏହି ନୀଳ ଜର୍ସି ପାଇଁ ଭାରତୀୟ ଟିମକୁ ମେନ ଇନ ବ୍ଲୁ ବୋଲି ସମ୍ବୋଧନ କରାଯାଏ ।

ଭାରତ ବର୍ତ୍ତମାନ ଗାଢ ନୀଳ ରଙ୍ଗର ଜର୍ସି ବ୍ୟବହାର କରୁଛି ଯାହା ୧୯୯୨ ବିଶ୍ୱକପ ଜର୍ସିକୁ ଅନୁସରଣ କରାଯାଇଛି । ଏହି ଚର୍ସି କେବଳ ଅଷ୍ଟ୍ରେଲିଆ ବିକ୍ଷ ସିରିଜରେ ବ୍ୟବହାର କରିବା ପାଇଁ ବିସିସିଆଇର ଲକ୍ଷ୍ୟ ଥିଲା । କିନ୍ତୁ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଚାଲୁ ରହିଛି । ତେବେ ଆସନ୍ତା ବିଶ୍ୱକପରେ ଏହା ପରିବର୍ତ୍ତନ ହୋଇ ନୂଆ ଜର୍ସି ବ୍ୟବହାର କରାଯିବ । ସେଥିପାଇଁ ଅକ୍ଟୋବର ୧୩ ତାରିଖରେ ହେବାକୁ ଥିବା ନୂଆ ଜର୍ସିର ଲଞ୍ଚକୁ ସାରା ଭାରତ ଚାହିଁ ରହିଛି ।

Related posts

ସ୍ଲୋ ଓଭର ପାଇଁ ଶ୍ରେୟସ ଆୟରଙ୍କୁ ବିସିସିଆଇ ଲଗାଇଲେ ଜରିମାନା

Odisha Sports Bureau

ଟି -୨୦ ବିଶ୍ଵକପ ପରେ ଭାରତୀୟ ଦଳ ନିଉଜିଲ୍ୟାଣ୍ଡ ଗସ୍ତ କରିବ

Odisha Sports Bureau

ସେମିଫାଇନାଲ ପାଇଁ ପ୍ରସ୍ତୁତ ଦଳ: କୋହଲି