Cricket

ଆଇସିସି ମାସିକ ପୁରଷ୍କାର ପାଇବେ ଟିମ୍ ଇଣ୍ଡିଆର ଯୁବ ଓପନର ଯଶସ୍ୱୀ ଜୈସ୍ୱାଲ୍

ଆଇସିସି ପକ୍ଷରୁ ସୋମବାର ଘୋଷଣା ହୋଇଛି  ଫେବ୍ରୁଆରୀ ମାସର ଶ୍ରେଷ୍ଠ ଖେଳାଳି (ପୁରୁଷ ଓ ମହିଳା) ପୁରସ୍କାର ପାଇଁ ତାଲିକା । ପୁରୁଷ ତାଲିକାରେ ଟିମ୍‌ ଇଣ୍ଡିଆର ଯୁବ ଓପନର ଯଶସ୍ୱୀ ଜୈସ୍ୱାଲ୍‌ ସ୍ଥାନ ପାଇଛନ୍ତି । ତାଙ୍କ ବ୍ୟତୀତ ନ୍ୟୁଜିଲାଣ୍ଡର କେନ୍‌ ୱିଲିୟମସନ୍‌ ଏବଂ ଶ୍ରୀଲଙ୍କାର ପଥୁମ ନିଶଙ୍କା ମଧ୍ୟ ଦୌଡ଼ରେ ରହିଛନ୍ତି । ତେବେ ଜୈସ୍ୱାଲ୍‌ ପୁରସ୍କାର ପାଇଁ ଦାବିଦାର ରହିଛନ୍ତି । ସେ ଫେବ୍ରୁଆରୀ ମାସରେ ୩ଟି ଟେଷ୍ଟ (ଇଂଲଣ୍ଡ ବିପକ୍ଷ) ଖେଳି ୧୧୨ ଆଭରେଜ୍‌ରେ ମୋଟ ୫୬୦ ରନ୍‌ ସଂଗ୍ରହ କରିଥିବାବେଳେ ସେଥିମଧ୍ୟରେ ୨ଟି ଦ୍ୱିଶତକ ଅର୍ଜନ କରିଥିଲେ । ରାଜକୋଟ (ତୃତୀୟ) ଟେଷ୍ଟର ଦ୍ୱିତୀୟ ଇନିଂସ୍‌ରେ ଜୈସ୍ୱାଲ୍‌ ଅପରାଜିତ ୨୧୪ରନ୍‌ କରିଥିଲେ । ଏହି ଇନିଂସ୍‌ରେ ସେ ୧୪ଟି ଚୌକା ଓ ୧୨ଟି ଛକା ମାରିଥିଲେ । ଏଥିସହ ଗୋଟିଏ ଇନିଂସ୍‌ରେ ସର୍ବାଧିକ ଛକା ରେକର୍ଡ଼ ସହ ସମକକ୍ଷ ହୋଇଥିଲେ । ସେହିପରି ୱିଲିୟମସନ୍‌ ୨ଟି ଟେଷ୍ଟ (ଦକ୍ଷିଣ ଆଫ୍ରିକା ବିପକ୍ଷ) ଖେଳି ୨ଟି ଶତକ ସହ ମୋଟ ୪୦୩ ରନ୍‌ କରିଥିବାବେଳେ ନିଶଙ୍କା ୩ଟି ଦିନିକିଆ ଓ ୩ଟି ଟି-ଟ୍ୱେଣ୍ଟି (ଆଫଗାନିସ୍ତାନ ବିପକ୍ଷ) ଖେଳି ଯଥାକ୍ରମେ ୩୪୬ ଏବଂ ୯୧ରନ୍‌ ସଂଗ୍ରହ କରିଥିଲେ ।

Related posts

ଟେଷ୍ଟରେ ପ୍ରଥମ ଦିନରେ ଧୂଳି ଚଟାଇଲେ ରୋହିତ ଆର୍ମି; ଅଶ୍ୱିନଙ୍କ ରେକର୍ଡ

Odisha Sports Bureau

ସିରାଜଙ୍କ ଜିଦ୍ ଆଗରେ ଶୁଭମନ ଗିଲ୍ ଅସହାୟ

ଏସିଆନ ଗେମ୍ସ: ମହିଳା କ୍ରିକେଟ ସେମିରେ ଭାରତ

Odisha Sports Bureau