Uncategorized

ଚୀନରରେ ଉଦଘାଟନ ହେବ ଏସୀୟ କ୍ରୀଡାର ୧୯ ତମ ସଂସ୍କରଣ

ବ୍ୟୁରୋ: ଆଜି ଚୀନର ହ୍ୱାଙ୍ଗଝୋରେ ଉଦଘାଟନ ହେବ ଏସୀୟ କ୍ରୀଡର ୧୯ ତମ ସଂସ୍କରଣ । ଆଜି ସନ୍ଧ୍ୟା ସମୟରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଏହି ପ୍ରତିଯୋଗିତା ଉଦଘାଟିତ ହେବ । ଏହି ଖେଳ ଆକ୍ଟୋବର ୮ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଏଥିରେ ୪୫ଟି ଏସୀୟ ଦେଶ ଭାଗ ନେବେ । ପ୍ରତିଯୋଗୀମାନେ ୪୦ଟି କ୍ରୀଡାର ୪୬୫ଟି ବିଭାଗରେ ପରସ୍ପର ମଧ୍ୟରେ ପ୍ରତିଯୋଗୀତା ହେବ । ତେବେ ଏବେ ସୁଦ୍ଧା ଭଲିବଲ, ମହିଳା କ୍ରିକେଟ, ନୌଚାଳନା , ଟେବୁଲଟେନିସ ଆଦି ଖେଳାଯାଇଥିବା ବେଳେ ଆଜି ଠାରୁ ଅନ୍ୟ କ୍ରୀଡାଆରମ୍ଭ ହେବ । ୨୦୧୮ ଏସୀୟ କ୍ରୀଡାରେ ଭାରତ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲା। ଏଥିରେ ଭାରତ ୧୬ଟି ସ୍ବର୍ଣ୍ଣ, ୨୪ଟି ରୌପ୍ୟ ଓ ୩୦ଟି କାଂସ୍ୟ ସହ ମୋଟ ୭୦ ପଦକ ପାଇ ୮ମ ସ୍ଥାନରେ ରହିଥିଲା। ଚଳିତ ଥର ୪୦ଟି କ୍ରୀଡ଼ା ଶୃଙ୍ଖଳାରେ ଭାରତରୁ ମୋଟ ୬୫୫ଜଣ ଖେଳାଳି ଅଂଶଗ୍ରହଣ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଦୌଡ଼କୁଦରେ ସର୍ବାଧିକ ୬୮ଜଣ ରହିଛନ୍ତି। ପୂର୍ବରୁ ଫୁଟବଲ, ନୌଚାଳନା, ଭଲିବଲ, କ୍ରିକେଟ ଆଦି କ୍ରୀଡ଼ା ଆରମ୍ଭ ହୋଇଯାଇଥିଲେ ମଧ୍ୟ ୨୩ରୁ ଅନ୍ୟ କ୍ରୀଡ଼ା ଆରମ୍ଭ ହେବ। ପ୍ରତିଯୋଗିତାରେ ଓଡ଼ିଶାରୁ ୧୪ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି।

 

Related posts

ପଡିଆରେ ମାହିଙ୍କ ପୁରୁଣା ଅନ୍ଦାଜ

Odisha Sports Bureau

ବ୍ଲକସ୍ତରୀୟ କ୍ରିଡା ପ୍ରତିଯୋଗିତା ଅନୁଷ୍ଠିତ

Odisha Sports Bureau

୧୫ବର୍ଷ ପରେ ଏସିଆ କପ୍ ଆୟୋଜନ କରିବ ପାକିସ୍ତାନ