Cricket

ଜୟପୁରର ସୱାଇ ମାନସିଂହ ଷ୍ଟାଡ଼ିୟମରେ ଖେଳାଯିବ ଆଇପିଏଲର ୨୪ ତମ ମ୍ୟାଚ

ଜୟପୁର :ଆଇପିଏଲର ୧୭ ତମ ସସ୍କରଣର ଆଜି ଖେଳାଯିବ ୨୪ ତମ ମ୍ୟାଚ । ଏହି ମ୍ୟାଚ ଜୟପୁରର ସୱାଇ ମାନସିଂହ ଷ୍ଟାଡ଼ିୟମରେ ଖେଳାଯିବାକୁ ଥିବା ବେଳେ ରାଜସ୍ଥାନ ରୟାଲ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବ କଡା ଟକ୍କର। ସଞ୍ଜୁ ସାମସନଙ୍କ ନେତୃତ୍ବାଧିନ ରାଜସ୍ଥାନ ରୟାଲ୍ସ ୪ଟି ମ୍ୟାଚରୁ ୪ଟି ବିଜୟ ସହ ୮ ପଏଣ୍ଟ ପାଇ ଟେବୁଲର ଶୀର୍ଷ ସ୍ଥାନରେ ରହିଛି। ଓପନିଂରେ ଯଶସ୍ବୀ ଜୟସୱାଲ ଫର୍ମରେ ନଥିଲେ ମଧ୍ୟ ଜୟସୱାଲ ସ୍ଥିତି ସମ୍ଭାଳିବାରେ ସଫଳ ହେଉଛନ୍ତି। ହେତମେୟାର ମ୍ୟାଚ୍ ଫିନିସର ଦାୟିତ୍ବ ତୁଲାଉଛନ୍ତି। ଜୟସୱାଲଙ୍କ ଫର୍ମକୁ ଦେଇ ଦଳ ଚିନ୍ତିତ ରହିଛି। ଫର୍ମକୁ ଫେରିବା ନେଇ ତାଙ୍କ ନିକଟରେ ସୁଯୋଗ ମଧ୍ୟ ରହିଛି। ବୋଲିଂ ବିଭାଗରେ ଟ୍ରେଣ୍ଟ ବୋଲ୍ଟ ଦଳର ମୁଖ୍ୟ ଅସ୍ତ୍ର। ଆଭେଶ ଖାନ ମଧ୍ୟ ସ୍ଲଗ ଓଭରରେ ଭଲ ବୋଲିଂ କରୁଛନ୍ତି। ସ୍ପିନର ଭାବେ ରବିଚନ୍ଦ୍ରନ ଅଶ୍ବିନ ଉପଯୋଗୀ ସାବ୍ୟସ୍ତ ହେଉଛନ୍ତି। ଉଭୟ ବ୍ୟାଟିଂ ଓ ବୋଲିଂରେ ରାଜସ୍ଥାନ ଚମତ୍କାର ପ୍ରଦର୍ଶନ କରୁଛି। ଦଳଗତ ପ୍ରଦର୍ଶନ ବଳରେ ବିଜୟ ଧାରାକୁ ବଜାୟ ରଖିବାକୁ ଦଳ ନିଶ୍ଚିତ ଉଦ୍ୟମ କରିବ।
ସେହିପରି ଶୁବମାନ ଗିଲ୍ଙ୍କ ନେତୃତ୍ବାଧିନ ଗୁଜରାଟ ଟାଇଟନ୍ସ ୫ଟି ମ୍ୟାଚରୁ ୨ଟି ବିଜୟ ଓ ୩ଟି ପରାଜୟ ସହ ୪ପଏଣ୍ଟ ପାଇଛି । ଶେଷ ମ୍ୟାଚରେ ଦଳ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ନିକଟରୁ ୧୬୪ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ୩୩ ରନରେ ପରାଜିତ ହୋଇଥିଲା। ବ୍ୟାଟିଂ ବିଫଳତା ଦଳର ଚିନ୍ତା ବଢାଇଛି। ସାଇ ସୁଦର୍ଶନ ନିୟମିତ ରନ କରୁଥିବାବେଳେ ଅନ୍ୟ ବ୍ୟାଟ୍ସମ୍ୟାନ ମାନେ ବିଫଳ ହେଇଛନ୍ତି। ଡେଭିଡ୍ ମିଲର ଆହତ ହୋଇ ଦଳଠାରୁ ଦୂରରେ ରହିବା ବ୍ୟାଟିଂ ଲାଇନକୁ ଦୁର୍ବଳ କରିଦେଇଛି। କେନ୍ ୱିଲିୟମସନ, ବିଜୟ ଶଙ୍କର, ଦର୍ଶନ ମାଲକାଣ୍ଡେ ପ୍ରମୁଖ ରନ କରିବା ନେଇ ସଂଘର୍ଷ କରୁଛନ୍ତି। ବ୍ୟାଟିଂ ସ୍ଥିତିକୁ ଦଳ ସୁଧାରିବାକୁ ନିଶ୍ଚିତ ଉଦ୍ୟମ କରିବ।

Related posts

ପାଇକପଡା ଠାରେ ଉଦଘାଟିତ ହୋଇଯାଇଛି PPL -2025 କ୍ରିକେଟ ମ୍ୟାଚ

Odisha Sports Bureau

ଜ୍ୟାକବ ମାର୍ଟିନଙ୍କୁ ଚେକ୍ ଦେଇ ସାହାର୍ଯ୍ୟର ହାତ ବଢାଇଲେ କୃନାଲ ପାଣ୍ଡ୍ୟା

Odisha Sports Bureau

ଆଜିର ଦିନରେ ସଚିନ ତେନ୍ଦୁଲକର ଏବଂ ବକାର ୟୁନିସ୍ ନିଜ ନିଜର ଅନ୍ତଃରାଷ୍ଟ୍ରିୟ କ୍ୟାରିୟର ଆରମ୍ଭ କରିଥିଲେ

Odisha Sports Bureau