Cricket

ଆଇପିଏଲକୁ ଫେରିଲା ସୁପର ଜିଆଣ୍ଟ୍ସ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମୟର ଲିଗକୁ ଫେରିଛି ସୁପର ଜିଆଣ୍ଟସ । ଚଳିତବର୍ଷ ନୂଆ କରି ସାମିଲ ହୋଇଛି ଦୁଇ ଦଳ ଲକ୍ଷେ୍ନø ଏବଂ ଅହମ୍ମଦାବାଦ । ଏମାନଙ୍କ ମଧ୍ୟରୁ ଲକ୍ଷେ୍ନø ନିଜ ନାମରେ ସୁପର ଜିଆଣ୍ଟସକୁ ସ୍ଥାନ ଦେଇଛି । ଦଳ ଆନୁଷ୍ଠାନିକ ଭାବେ ନିଜର ନାମ ଘୋଷଣା କରିଛି । ଏଥର କେ.ଏଲ ରାହୁଲଙ୍କ ନେତୃତ୍ୱରେ ଦେଖିବାକୁ ମିଳିବ ‘ଲକ୍ଷେ୍ନø ସୁପର ଜିଆଣ୍ଟସ’ ।

Image
୍ଣସାଶଲ ମିଡିଆରେ ଫ୍ରାଞ୍ଚାଇଜି ନିଜ ପ୍ରଶଂସକମାନଙ୍କୁ ନାମ ଦେବା ପାଇଁ ଅପିଲ କରିଥିଲା । ଏହାପରେ ଦଳ ଘେଷଣା କରିଛି ନିଜ ନାଁ । ମାଲିକ ଡକ୍ଟର ସଞ୍ଜୀବ ଗୋଏନ୍କା ଏକ ଭିଡିଓ ବାର୍ତ୍ତାରେ ପ୍ରଶଂସକମାନଙ୍କୁ ଧନ୍ୟବାଦ ଦେଇଥିଲେ । ଲକ୍ଷାଧିକ ଲୋକେ ନୂତନ ନାମକୁ ନେଇ ନଜନିଜ ପ୍ରସ୍ତାବ ରଖିଥିଲେ । ଏହି ଆଧାରରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଚୟନ କରାଯାଇଛି।

ପୂର୍ବରୁ ଧୋନୀଙ୍କ ଦଳ ଚେନ୍ନାଇ ଦୁଇ ବର୍ଷ ପାଇଁ ବ୍ୟାନ ହୋଇଥିବା ସମୟରେ ୨୦୧୬-୧୭ରେ ଆଇପିଏଲ ସହ ଯୋଡି ହୋଇଥିଲା ରାଇଜିଙ୍ଗ ପୁଣେ ସୁପର ଜିଆଣ୍ଟସ । ଯାହାର ନେତୃତ୍ୱ ନେଇଥିଲେ କ୍ୟାପ୍ଟେନ କୁଲ ମହେନ୍ଦ୍ର ସିଂହ ଧୋନୀ । ତେବେ ପୁଣେର ସେହି ନାମକୁ ଆଧାର କରି ଲକ୍ଷେ୍ନø ନିଜ ନାମ ଘୋଷଣା କରିଛି ।

Related posts

ଭାରତର ଦକ୍ଷିଣ ଆଫ୍ରିକା ଗସ୍ତକୁ ନେଇ ନୂଆ ତଥ୍ୟ

Odisha Sports Bureau

ଆଜିଠୁ ୧୯ ବର୍ଷରୁ କମ୍‌ ଦିିନିକିଆ ବିଶ୍ବକପ୍‌ର ‌ଷୋଡ଼ଶ ସଂସ୍କରଣ

Odisha Sports Bureau

ଲକ୍ଷ୍ନୌ ସୁପର୍ ଜିଆଣ୍ଟସକୁ ୧୨ ରନରେ ପରାସ୍ତ କରିଛି ଚେନ୍ନାଇ ସୁପର କିଙ୍ଗସ୍