ନୂଆଦିଲ୍ଲୀ: ଆଜି ଟି-୨୦ ବିଶ୍ୱକପ ଫାଇନାଲ ଫାଇଟ । ନବମ ସଂସ୍କରଣ ପାଇଁ ସନ୍ଧ୍ୟାରେ ହେବ ଲଢେଇ । ଟାଇଟଲ ଲକ୍ଷରେ ମୁହାଁମୁହିଁ ହେବେ ଭାରତ କୁ ଦକ୍ଷିଣ ଆଫିକା । ବାରବାଡୋସରେ ବିଜୟ ଲକ୍ଷରେ ଦୁଇ ଦଳ ।
୨୮ ଦିନ ଧରି ଲାଗିରହିଥିବା ବିଶ୍ୱକପର ଆଜି ହେଉଛି ଅନ୍ତିମ ଦିନ । ତେବେ ଭାରତ ଫାଇନାଲରେ ପହଞ୍ଚିବାରୁ କ୍ରିକେଟ ପ୍ରାମୀଙ୍କ ଉତ୍ସାହ କହିଲେନସରେ । ସେପଟେ ଦକ୍ଷିଣ ଆଫିକା ପ୍ରଥମ କରି ଏହି ବିଶ୍ୱକପ ଫାଇନାଲ ଖେଳିବାକୁ ଯାଉଛି ।ତେଣୁ ସମଗ୍ର ବିଶ୍ୱର ନଜର ଏବେ ଫାଇନାଲ ମୁକାବିଲା ଉପରେ । ୧୦ ବର୍ଷ ପରେ ଭାରତ ଟି -୨୦ ବିଶ୍ୱକପ ଫାଇନାଲ ଖେଳିବାକୁ ଯାଉଛି । ପୂର୍ବରୁ ୨୦୧୪ରେ ଦଳ ଫାଇନାଲ ଖେଳିଥିଲା ଏବଂ ଶ୍ରୀଲଙ୍କା ଠାରୁ ପରାଜିତ ହୋଇଥିଲା । କିନ୍ତୁ ଏଥର ଦକ୍ଷିଣ ଆଫ୍ରିକାକୁ ହରାଇଲେ ୧୭ ବର୍ଷର ଅପେକ୍ଷାରେ ପଡିବ ପୂର୍ଣ୍ଣଛେଦ । ୨୦୦୭ ରେ ଟି-୨୦ ବିଶ୍ୱକପ ପ୍ରଥମ ସଂସ୍କରଣ ଖେଳାଯାଇଥଲା । ତେବେ ତାହାରଆୟୋଜକ ଥିଲା ଦକ୍ଷିଣ ଆଫ୍ରିକା । ଏଥିରେ ଭାରତ୍ୀୟ ଦଳ ଫାଇନାଲରେ ପାକିସ୍ତାନକୁ ହରାଇ ଚାମ୍ପିଅନ ହୋଇଥିଲା । ସେହିପରି ୨୦୧୬ ଓ ୨୦୨୧ରେ ଭାରତ ବିଶ୍ୱକପ ଆୟୋଜନ କରିଥିଲେ ମଧ୍ୟ ଦଳ ୨୦୧୬ରେ ସେମି ଫାଇନାଲରେ ପରାଜିତ ହୋଇଥିଲା ।୨୦୨୧ ସଂସ୍କରଣରେ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲା ଭାରତୀୟ ଦଳ ।
ତେବେ ଆଜି ଫାଇନାଲରେ ଉଭୟ ଦଳ ପରସ୍ୱରକୁ ପ୍ରଥମ କରି ଭେଟିବେ । ପୂର୍ବରୁ ୨୦୧୪ ଟି –୨୦ ବିଶ୍ୱକପ ସେମି ଫାଇନାଲରେ ଉଭୟ ଦଳ ସାମ୍ନା ସାମ୍ନି ହୋଇଥିଲେ । ଭାରତ ଉକ୍ତ ମ୍ୟାଚକୁ ୬ ୱିକେଟରେ ଜିତିଥିଲା । ବିରାଟ କୋହଲି ଖେଳିଥିଲେ ଅପରାଜିତ ୭୨ ରନରେ ମ୍ୟାଚ ବିଜୟୀ ଇନିଂସ । ଏଥର ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଶତ ପ୍ରତିଶତ ବିଜୟ ସହ ଫାଇନାଲରେ ପ୍ରବେଶ କରିଛନ୍ତି । ଦକ୍ଷିଣ ଆଫ୍ରିକା କ୍ରମାନ୍ୱୟରେ ୮ ଟି ମ୍ୟାଚ ଜିତିଛି । ସେହିପରି ଭାରତ ୭ ଟି ମ୍ୟାଚ ଜିତିଥିବାବେଳେ ଗୋଟିଏ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଯାଇଥିଲା । ଦକ୍ଷିଣ ଆଫ୍ରିକା ଆସନ୍ତା କାଲି ବିଜୟ ସହ ଇତିହାସ ରଚିବାକୁ ଆଶାବାଦି ରହିଛି । ଏପଟେ ରୋହିତ ବାହିନ ଟ୍ରଫି ଉଠାଇବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ।
next post