Tennis

‘ଉତ୍କଳ ଓପନ ଟେନିସ୍’ ଟୁର୍ଣ୍ଣାମେଣ୍ଟ: ଅଂଶୁ କୁମାର ଭୂୟାଁଙ୍କୁ ଡବଲ୍ ଟାଇଟଲ୍

(ଓଡିଶା ସ୍ପୋର୍ଟ): ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଉଦ୍ୟାପିତ ହୋଇଯାଇଛି ‘ଉତ୍କଳ ଓପନ ଟେନିସ୍’ ଟୁର୍ଣ୍ଣାମେଣ୍ଟ । ଅଂଶୁ କୁମାର ଭୂୟାଁଙ୍କୁ ଡବଲ୍ ଟାଇଟଲ୍ ମିଳିଛି। ପୁରୁଷ ସିଙ୍ଗଲ୍ସ ଏବଂ ଡବଲ୍ସ ଇଭେଣ୍ଟରେ ସେ ଚାମ୍ପିଅନ୍ ହୋଇଛନ୍ତି। ସେହିଭଳି ୧୪ବର୍ଷରୁ କମ୍ ବାଳିକା ସିଙ୍ଗଲ୍ସ ଇଭେଣ୍ଟରେ ସୋହିନୀ ମହାନ୍ତି ଏବଂ ବାଳକ ବର୍ଗରେ ଷ୍ଟିଭନ ଅଙ୍କିତ ଏକ୍କା ଚାମ୍ପିଅନ ହୋଇଛନ୍ତି।

ସାରା ଓଡ଼ିଶାରୁ ୪୦୦ ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ। ଏସିଇ ଟେନିସ୍ କ୍ଲବ୍ ଏହି ଟୁର୍ଣ୍ଣାମେଣ୍ଟକୁ ଆୟୋଜନ କରିଥିଲା।
୪୦ବର୍ଷରୁ ଅଧିକ ବୟସ ବର୍ଗର ଡବଲ୍ସ ଇଭେଣ୍ଟରେ ଶାଶ୍ୱତ ଜେନା ଓ ହିମାଦ୍ରୀ ଯୋଡ଼ି ଟାଇଟଲ୍ ଜିଣିଛନ୍ତି। ୫୦ବର୍ଷରୁ ଅଧିକ ଡବଲ୍ସ ଇଭେଣ୍ଟରେ ପ୍ରଭାତ ବକ୍ସି ଓ ସରୋଜ ମୁଜମଦାର ଏବଂ ୬୦ବର୍ଷରୁ ଅଧିକ ବୟସ ବର୍ଗରେ ବିରଞ୍ଚି ନାରାୟଣ ମହାନ୍ତି ଓ ଜୁଗାନନ୍ଦ ପଟ୍ଟନାୟକ ଯୋଡ଼ି ଚାମ୍ପିଅନ୍ ହୋଇଛନ୍ତି।
ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ଋତୁପର୍ଣ୍ଣା ଚୌଧୁରୀ ଟାଇଟଲ୍ ଜିତିଛନ୍ତି।

ପୂର୍ବତନ ପୁଲିସ୍ ଡିଜି ସଂଜୀବ ମାରିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଟ୍ରଫି ଓ ପୁରସ୍କାର ରାଶି ପ୍ରଦାନ କରିଥିଲେ।

Related posts

କତର ଓପନ: ବୋପନ୍ନା ଜିତିଲେ ବର୍ଷର ପ୍ରଥମ ଯୁଗୋଳ ଟାଇଟଲ୍

Odisha Sports Bureau

ଇତିହାସ ରଚିଲେ ସର୍ବିଆ ଟେନିସ୍ ଖେଳାଳୀ ନୋବାକ୍ ଜୋକୋବିଚ୍

Odisha Sports Bureau

ଏସିଆ ଟେବୁଲ ଟେନିସ୍ ଚମ୍ପିଆନସିପ୍ରେ ପାୟସଙ୍କୁ ରୌପ୍ୟ

Odisha Sports Bureau