Uncategorized

ଭିନେଶ ଫୋଗଟ ଡିସ୍ କ୍ୱାଲିଫାଏଡ : ପ୍ରବୋଧନା ଦେଲେ ପ୍ରଧାନମନ୍ତ୍ରୀ

ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ଲାଗିଲା ବଡ଼ ଝଟକା। ଭିନେଶ ଫୋଗଟ ଡିସ୍କ୍ୱାଲିଫାଏଡ ଘୋଷିତ । ଧାର୍ୟ୍ୟଠାରୁ ଅଧିକ ଓଜନ ପାଇଁ ତାଙ୍କୁ ଡିସ୍କ୍ୱାଲିଫାଏଡ ଘୋଷଣା କରାଯାଇଛି। ୫୦ କେଜିଠାରୁ ଭିନେଶ ମାତ୍ର କିଛି ଗ୍ରାମ ଅଧିକ ଓଜନର ହୋଇଥିବା ସୂଚନା ମିଳିଛି।
ଆଜି ରାତିରେ ସ୍ବର୍ଣ୍ଣ ପଦକ ପାଇଁ ଖେଳିଥାନ୍ତେ ମୁକାବିଲା । କିନ୍ତୁ ବର୍ତ୍ତମାନ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି। ୫୦ କିଲୋଗ୍ରାମରୁ ଅଧିକ ଥିବାରୁ ଫୋଗଟ ଡିସ୍କ୍ୱାଲିଫାଏଡ ହୋଇଛନ୍ତି। କୁହାଯାଉଛି ଯେ ତାଙ୍କ ଓଜନ ୧୦୦ ଗ୍ରାମ ଅଧିକ ଥିଲା। ତେଣୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି।
ପ୍ରତିଯୋଗିତାର ନିୟମ ଅନୁଯାୟୀ, ଭିନେଶ ରୌପ୍ୟ ପଦକ ପାଇଁ ମଧ୍ୟ ଯୋଗ୍ୟ ହେବେ ନାହିଁ। ଏବେ କେବଳ ୫୦ କିଲୋଗ୍ରାମରେ ସ୍ବର୍ଣ୍ଣ ଏବଂ ବ୍ରୋଞ୍ଜ ପଦକ ବିଜେତାମାନେ ହିଁ ଅଂଶଗ୍ରହଣ କରିବେ।
ଏନେଇ ପ୍ରବୋଧନା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ‘ଏକ୍ସ’ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ପ୍ରବୋଧନା ଜଣାଇଛନ୍ତି । ସେ ଲେଖିଛନ୍ତି ‘ଭିନେଶ, ତୁମେ ଚାମ୍ପିଅନଙ୍କ ଭିତରେ ଚାମ୍ପିଅନ’ ‘ ତୁମେ ଭାରତ ପାଇଁ ଗର୍ବ , ପ୍ରତି ଭାରତୀୟଙ୍କ ପାଇଁ ପ୍ରେରଣା’ ବୋଲି କହିବା ସହ ସେ ଆହୁରି ମଧ୍ୟ କହିଛନ୍ତି ‘ ଦୃଢତାର ସହ ପ୍ରତ୍ୟାବର୍ତ୍ତନ କର , ଆମେ ସମସ୍ତେ ତୁମ ସହ ଅଛୁ’ ।

 

 

Related posts

ବିଚିତ୍ର ଖେଳ ଚାପୁଡା ଲଢ଼େଇ

ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହାସଂଘ ନିର୍ବାଚନରେ ପିଟି ଉଷା

Odisha Sports Bureau

୧୬ରେ ଏସ୍ଏସ୍ଆଇ ସ୍ପୋଟ୍ସ ସାଇନ୍ସ ସମ୍ମିଳନୀ ;ଯୋଗଦେବେ ଭାରତର କ୍ରୀଡ଼ା ବିଜ୍ଞାନ ବିଶେଷଜ୍ଞ

Odisha Sports Bureau