Cricket

ବିରାଟଙ୍କ ବିରାଟ ରେକର୍ଡ଼

(ଓଡିଶା ସ୍ପୋର୍ଟ): ଭାରତୀୟ କ୍ରିକେଟ୍ ଦଳର କ୍ୟାପଟେନ୍ ବିରାଟ କୋହଲିପୁଣି ଏକ ଇତିହାସ ରଚନା କରିଛନ୍ତିାକୋହଲି ଆଇସିସି ଆୱାର୍ଡସ୍ ୨୦୧୭-୧୮ର ସମସ୍ତ ଶ୍ରେଷ୍ଠ ସମ୍ମାନକୁ ନିଜ ନାମରେ ଲେଖିଦେଇଛନ୍ତି। ବର୍ଷର ଶ୍ରେଷ୍ଠ ଦିନିକିଆ କ୍ରିକେଟର ଭାବେ ସେ ହ୍ୟାଟ୍ରିକ୍ ହାସଲ କରିଥିବାବେଳେ ୨୦୧୭-୧୮ ବର୍ଷ ପାଇଁ ଶ୍ରେଷ୍ଠ ଟେଷ୍ଟ କ୍ରିକେଟର ଏବଂ ୨୦୧୮ ବର୍ଷର ଶ୍ରେଷ୍ଠ କ୍ରିକେଟର ବା ସାର୍ ଗାରଫିଲ୍ଡ ସୋବର୍ସ ଟ୍ରଫି ପାଇଁ ମଧ୍ୟ ମନୋନୀତ ହୋଇଛନ୍ତି।

ଗତ କ୍ୟାଲେଣ୍ଡର ବର୍ଷରେ ୩୦ ବର୍ଷ ବୟସ୍କ ବିରାଟ ୧୩ଟି ଟେଷ୍ଟ ଖେଳି ୫୫.୦୮ ହାରରେ ୧୩୨୨ ରନ୍ ସ୍କୋର କରିଛନ୍ତି । ଏଥିରେ ହିଛି ୫ଟି ଶତକ । ୧୪ଟି ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ଖେଳି ୧୩୩.୫୫ ରନ୍ ହାରରେ ସ୍କୋର କରିଛନ୍ତି ୧୨୦୨ ରନ୍ । ଦିନିକିଆରେ ସେ ୬ଟି ଶତକ ହାସଲ କରିଛନ୍ତି ।ଉଭୟ ଟେଷ୍ଟ ଓ ଦିନିକିଆକୁ ମିଶାଇ ସେ କରିଛନ୍ତି ୯ଟି ଅର୍ଦ୍ଧଶତକ । ଏହା ସହିତ ଟି-୨୦ରେ ବିରାଟ ୧୦ଟି ମ୍ୟାଚ୍ ଖେଳି ୨୧୧ ରନ୍ ସ୍କୋର କରିଛନ୍ତି ।

କୋହଲି ଗତ ବର୍ଷ ମଧ୍ୟ ଶ୍ରେଷ୍ଠ ଦିନିକିଆ କ୍ରିକେଟର ଏବଂ ବର୍ଷର ଶ୍ରେଷ୍ଠ କ୍ରିକେଟର ବିବେଚିତ ହୋଇଥିଲେ। ଗତବର୍ଷ ସେ ଆଇସିସିର ଉଭୟ ଦିନିକଆ ଏବଂ ଟେଷ୍ଟ କ୍ରିକେଟ୍ ଦଳର ଅଧିନାୟକ ମନୋନୀତ ହୋଇଥିଲେ ଏବଂ ଚଳିତ ବର୍ଷ ମଧ୍ୟ ଲଗାତାର ଦ୍ୱିତୀୟ ଥର ଏହି ସମ୍ମାନ ପାଇଛନ୍ତି। ତେବେ ଟେଷ୍ଟ କ୍ରିକେଟର ଅଫ୍ ଦି ଇୟର ବା ବର୍ଷର ଶ୍ରେଷ୍ଠ ଟେଷ୍ଟ କ୍ରିକେଟର ହେବା ତାଙ୍କ ପାଇଁ ଏଥର ପ୍ରଥମ।

ଉଭୟ ଟେଷ୍ଟ ଏବଂ ଦିନିକିଆ ଆଇସିସି ଟେଷ୍ଟ ଦଳରେ ବିରାଟଙ୍କ ବ୍ୟତୀତ ଯଶ୍ପ୍ରୀତ୍ ବୁମ୍ରା ମଧ୍ୟ ସ୍ଥାନ ପାଇଛନ୍ତି। ଆଇସିସି ଦିନିକିଆରେ ଏ ଦୁହିଁଙ୍କ ବ୍ୟତୀତ ରୋହିତ ଶର୍ମା ଏବଂ କୁଲଦୀପ ଯାଦବ ମଧ୍ୟ ସ୍ଥାନ ପାଇଛନ୍ତି।

Related posts

କୋହଲିଙ୍କୁ ନେଇ କପିଲଙ୍କ ବଡ ବୟାନ

Odisha Sports Bureau

ବିଶ୍ଵକପ୍ ୨୦୨୬: ଭାରତ-ପାକିସ୍ତାନ ପାଇଁ ଶ୍ରୀଲଙ୍କାରେ ସୁରକ୍ଷା କଡାକଡି

Odisha Sports Bureau

୩୦୦୦ ରନ କରି କୋହଲିଙ୍କୁ ପଛରେ ପକେଇଲେ ଶୁଭମନ ଗିଲ

Odisha Sports Bureau