Cricket

ଟେଷ୍ଟରେ ବିରାଟ କୋହଲିଙ୍କ ୧୨ ବର୍ଷ,ଫ୍ୟାନ୍ସକୁ ଜଣାଇଲେ ଧନ୍ୟବାଦ

ଆଜିଠୁ ପ୍ରାୟ ୧୨ ବର୍ଷ ତଳେ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିଲେ ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ତଥା ପୂର୍ବତନ ଅଧିନାୟକ ବିରାଟ କୋହଲି । ଜୁନ୍ ୨୦, ୨୦୧୧ ରେ ୱେଷ୍ଟଇଣ୍ତିଜ୍ ବିପକ୍ଷରେ ନିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିଥିଲେ କୋହଲି । ସେବେଠୁ ଏଯାଏଁ କୋହଲି ମୋଟ ୧୦୯ ଟି ଟେଷ୍ଟ ମ୍ୟାଚ୍ ଖେଳିସାରିଲେଣି । ଟେଷ୍ଟ କ୍ୟାରିୟର୍ର ୧୨ ବର୍ଷ ପୂର୍ତ୍ତି ଅବସରରେ କୋହଲି ନିଜ ଟ୍ୱିଟର୍ ପେଜ୍ରେ ଏନେଇ ଟ୍ୱିଟ୍ ମଧ୍ୟ କରିଛନ୍ତି ।

କ୍ରିକେଟ୍ର ସବୁ ଫର୍ମାଟରେ ରେକର୍ଡ ହାସଲ କରିଥିବା କୋହଲି ୧୦୯ଟି ଟେଷ୍ଟରେ ୪୮.୭୨ ଷ୍ଟ୍ରାଇକ୍ ରେଟ୍ରେ ୨୮ ଶତକ ସହ ୮୪୭୯ ରନ୍ ସଂଗ୍ରହ କରିଛନ୍ତି । ଏହା ବାଦ୍ ସେ ୨୭୪ ଦିନିକିଆ ଏବଂ ୧୧୫ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ଖେଳିଛନ୍ତି। ଟେଷ୍ଟ୍ କ୍ରିକେଟ୍ ପୂର୍ବରୁ ଦିନିକିଆ ଓ ଟ୍ବେଣ୍ଟି-୨୦ ଖେଳିଥିବାରୁ କୋହଲି ଅନ୍ତର୍ଜାତୀୟ କ୍ରିକେଟ୍ରେ ୧୫ ବର୍ଷ ଭିତରେ ୨୫,୦୦୦ରୁ ଊର୍ଦ୍ଧ୍ବ ରନ୍ ସଂଗ୍ରହ କରି ସାରିଛନ୍ତି। ମଙ୍ଗଳବାର କୋହଲି ନିଜେ ଟ୍ୱିଟ୍ କରି ‘ଟେଷ୍ଟ୍ କ୍ରିକେଟ୍ରେ ୧୨ ବର୍ଷ, ଚିର କୃତଜ୍ଞ’ ଲେଖିବା ପରେ ପ୍ରଶଂସକଙ୍କ ପକ୍ଷରୁ ଅଭିନନ୍ଦନର ସୁଅ ଛୁଟିଛି।

କ୍ୟାପ୍ଟେନ୍ କୁଲ୍ ମହେନ୍ଦ୍ର ସିଂ ଧୋନି କ୍ୟାପ୍ଟେନ୍ସିପ୍ ଛାଡ଼ିବା ପରେ କୋହଲିଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା । କୋହଲିଙ୍କ କ୍ୟାପ୍ଟେନସିପ୍ରେ ଭାରତ ମୋଟ ୬୮ଟି ମ୍ୟାଚ୍ ଖେଳିଛି । ସେଥିମଧ୍ୟରୁ ୪୦ଟି ମ୍ୟାଚ୍ରେ ବିଜୟ ହାସଲ କରିଥିବା ବେଳେ ୧୭ ମ୍ୟାଚ୍ରେ ପରାଜୟ ହାସଲ କରିଛି । କୋହଲିଙ୍କୁ ଟେଷ୍ଟ କ୍ରିକେଟ୍ରେ ସଫଳତମ କ୍ୟାପ୍ଟେନ୍ ଭାବରେ ମଧ୍ୟ ବିବେଚନା କରାଯାଏ । ତାଙ୍କ କ୍ୟାପ୍ଟେନସିପ୍ରେ ଟିମ୍ ଇଣ୍ତିଆ ବହୁବାର ଓଉଉ ରାଙ୍କିଙ୍ଗ୍ରେ ଶୀର୍ଷରେ ମଧ୍ୟ ରହିଛି ।

 

Related posts

ଆଜିଠୁ ଭାରତ-ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜ ଆରମ୍ଭ

ଗୌତମ ଗମ୍ଭୀରଙ୍କ ଯୋଗୁଁ ଟିମ୍ ଇଣ୍ଡିଆର ଖେଳାଳିମାନେ ଭୟଭୀତ ଅବସ୍ଥାରେ ଅଛନ୍ତି କି? ଏକ ଆଶ୍ଚର୍ଯ୍ୟଜନକ ଡ୍ରେସିଂ ରୁମ୍ ସତ୍ୟ ପ୍ରକାଶ ପାଇଛି।

Odisha Sports Bureau

ମଜବୁତ ସ୍ଥିତିରେ ଭାରତ

Odisha Sports Bureau