Cricket

ଟି-ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ଦଳ ଘୋଷଣା କରିଛି ୱେଷ୍ଟ ଇଣ୍ଡିଜ

ଆସନ୍ତା ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ଦଳ ଘୋଷଣା କରିଛି ୱେଷ୍ଟ ଇଣ୍ଡିଜ ।ତେବେ ଏହି ଦଳରେ ୨ବର୍ଷ ତଳେ ଅବସର ଘୋଷଣା କରିଥିବା ବିସ୍ଫୋରକ ବ୍ୟାଟିଂ ଅଲରାଉଣ୍ଡର ଡିଣ୍ଡ୍ରା ଡଟିନ୍ ପ୍ରତ୍ୟାବର୍ତ୍ତନ କରିଥିବା କୁହାଯାଉଛି। ସେହିପରି ନବାଗତା ଭାବେ ନେରିସା କ୍ରାଫଟନଙ୍କୁ ୧୫ଜଣିଆ ଦଳରେ ସ୍ଥାନ ମିଳିଛି । ଅନ୍ୟମାନଙ୍କ ମଧ୍ୟରେ ହେଲି ମାଥ୍ୟୁସ୍(ଅଧିନାୟିକା), ଆଲିୟା ଆଲେୟନ, ସେମିନ କ୍ୟାମ୍ପବେଲ, ନେରିସା କ୍ରାଫଟନ, ସାମିଲିଆ କନେଲ, ଡିଣ୍ଡ୍ରା ଡଟିନ, ଆଫି ଫ୍ଲେଚର, ସିନେଲି ହେନରୀ, ଜାଇଦା ଜେମ୍ସ, କ୍ୱିଆନା ଜୋଶେଫ, ମାଣ୍ଡି ମାଙ୍ଗରୁ, ଆସ୍ମିନି ମୁନିସର, ଚିଦାନ ନେସନ, କରିଶ୍ମା ରାମରାକ, ଷ୍ଟିଫାନି ଟେଲର ଙ୍କ ନାମ ୧୫ ଜଣିଆ ଦଳରେ ଘୋଷଣା କରାଯାଇଛି । ତେବେ ଚେରୀ-ଆନ ଫ୍ରେଜର, ଶବିକା ଗଜନବି, ରଶାଦା ୱିଲିୟମ୍ସ ଓ ଲେଟ୍ ୱିଲାମୋଟ ଦଳରୁ ବାଦ ପଡିଥିବା ସୂଚନା ରହିଛି ।

 

Related posts

ଭାଇରଲ ହେଉଛି ଧୋନିଙ୍କ ପୁରୁଣା ଭିଡିଓ

୨୦୨୬ ଟି-୨୦ ବିଶ୍ୱକପ୍ ରେ ଅଭିଜ୍ଞ ଖେଳାଳିଙ୍କୁ ବାଦ୍ ଦେଇଛି ପିସିବି

Odisha Sports Bureau

ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ଆଇପିଏଲ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ ତରଫରୁ ଅର୍ଜୁନଙ୍କ ତେନ୍ଦୁଲକରଙ୍କ ଦମଦାର ବୋଲିଙ୍ଗ ଦେଖିବାକୁ ମିଳିଥିଲା

Odisha Sports Bureau