Cricket

ସେମିଫାଇନାଲ ଜିତି ଏସିଆ କପ ଫାଇନାଲରେ ପ୍ରବେଶ କଲା ଭାରତୀୟ ମହିଳା କ୍ରିକେଟ ଦଳ

ବ୍ୟୁରୋ : ସେମିଫାଇନାଲ ଜିତି ଏସିଆ କପ ଫାଇନାଲରେ ପ୍ରବେଶ କଲା ଭାରତୀୟ ମହିଳା କ୍ରିକେଟ ଦଳ । ପ୍ରଥମ ସେମିଫାଇନାଲରେ ଭାରତ ୧୦ ୱିକେଟରେ ବାଂଲାଦେଶକୁ ପରାସ୍ତ କରିଛି । ଏହି ମ୍ୟାଚରେ ଭାରତ ପକ୍ଷରୁ ସ୍ମୃତି ମନ୍ଧାନା ଅର୍ଦ୍ଧ ଶତକ ହାସଲ କରିଛନ୍ତି । ସେହିପରି ରେଣୁକା ସିଂ, ରାଧିକା ଯାଦବ ୩ଟି ଲେଖାଏଁ ୱିକେଟ ନେଇଛନ୍ତି । ଏହି ମ୍ୟାଚରେ ଟସ ଜିତି ବାଂଲାଦେଶ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ହେଲେ ବଡ ସ୍କୋର କରିବାରେ ବିଫଳ ହୋଇଥିଲା । ନିଗାରା ସୁଲତାନା ଓ ସୋରନା ଅଖତାରଙ୍କୁ ଛାଡିଦେଲେ କୌଣସି ବ୍ୟାଟ୍ସମ୍ୟାନ ୨ ଅଙ୍କ ଛୁଇଁ ପାରିନଥିଲେ । ଫଳରେ ବାଂଲାଦେଶ ୨୦ ଓଭରରେ ୮ ୱିକେଟ ହରାଇ ୮୦ ରନ କରିଥିଲା । ସେହିପରି ଭାରତ ୮୧ ରନର ବିଜୟ ଲକ୍ଷ୍ୟକୁ ବିନା ୱିକେଟ ହରାଇ ୧୧ ଓଭରରେ ହାସଲ କରିଥିଲା ।

ତେବେ ଦ୍ୱିତୀୟ ସେମିଫାଇନାଲରେ ଶ୍ରୀଲଙ୍କା ଓ ପାକ୍ସାତନ ମୁହାଁ ମୁହିଁ ହେବେ । ଯିଏ ଜିତିବ ସେ ୨୮ ତାରିଖରେ ଭାରତ ସହ ଫାଇନାଲ ଖେଳିବ । ଭାରତ ଏସିଆ କପରେ ସର୍ବାଧିକ ଥର ବିଜୟୀ ହୋଇଛି । ଭାରତ ୭ଥର ଚାମ୍ପିୟନ ହୋଇଥିବା ବେଳେ ବାଂଲାଦେଶ ଥରେ ଚାମ୍ପିୟନ ହୋଇଛି ।

Related posts

ବିଶ୍ୱକପ ପାଇଁ ପାକିସ୍ତାନ କ୍ରିକେଟ୍ ଦଳର ନୂଆ ଜର୍ସି ଉନ୍ମୋଚିତ

Odisha Sports Bureau

କେକେଆରରେ ଯୋଗ ଦେଇପାରନ୍ତି ଗୌତମ ଗମ୍ଭୀର; କ୍ୟାପଟେନ ନୀତୀଶ ରାଣା ଦେଲେ ସୂଚନା

Odisha Sports Bureau

ପାକିସ୍ତାନର ୩ ଖେଳାଳିଙ୍କଠାରୁ ଟିମ୍ ଇଣ୍ଡିଆକୁ ରହିବାକୁ ପଡିବ ସତର୍କ; ମ୍ୟାଚର ଗତି ବଦଳାଇ ପାରିନ୍ତି ଏହି ୩ ଖେଳାଳି ।

Odisha Sports Bureau

Leave a Comment