Cricket

ବିଶ୍ୱ ପାଇବ ନୂଆ ବିଜେତା

ଦୁବାଇ: ବାଜିଛି ଯୁଦ୍ଧର ବିଗୁଲ । ଆଜି ମୁହାଁମୁହିଁ ହେବାକୁ ଯାଉଛନ୍ତି ଦୁଇ ପ୍ରତିଦ୍ୱନ୍ଦି ନ୍ୟୁଜିଲାଣ୍ଡ ଆଉ ଅଷ୍ଟ୍ରେଲିଆ । ଗୃପ Aର ସର୍ବଶ୍ରେଷ୍ଠ ଦଳ ସହିତ ଲଢିବ ଗୃପ Bର ସର୍ବଶ୍ରେଷ୍ଠ ଟିମ । ବିଶ୍ୱକପ ଫାଇନାଲରେ ହେବ ଘମାଘୋଟ ଲଢେଇ । ଉଭୟ ଗୃପର ଦୁଇ ଶକ୍ତିଶାଳୀ ଦଳ ଆଜି ଲଢିବେ ନିଜ ପ୍ରଥମ ଟାଇଟଲ ପାଇଁ । ପୂର୍ବରୁ ଅଷ୍ଟ୍ରେଲିଆ କିମ୍ବା ନ୍ୟୁଜିଲାଣ୍ଡ ଟି-ଟ୍ୱେଣ୍ଟି ବିଶ୍ୱକପକୁ ଟ୍ରଫି ହାସଲ କରିବାକୁ ଅସଫଳ ହୋଇଛନ୍ତି । ତେବେ ଉଭୟଙ୍କ ନିକଟରେ ଚଳିତ ବର୍ଷ ଏକ ସୂବର୍ଣ୍ଣ ସୁଯୋଗ ରହିଛି । ତେଣୁ ଦୁଇ ଏହି ମ୍ୟାଚ ଜିତିବା ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ।


ଆଜି ସନ୍ଧ୍ୟା ୭.୩୦ରୁ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ ଦେଖିବାକୁ ମିଳିବ ବୋଲି ଆଶା କରିଛନ୍ତି କ୍ରିକେଟ ପ୍ରେମୀ ଏବଂ ଦୁଇ ଦଳର ଖେଳାଳୀ । ଚଳିତ ବିଶ୍ୱକପର ଦୁଇ ପ୍ରମୁଖ ଦାବିଦାର ପାକିସ୍ତାନ ଏବଂ ଇଂଲଣ୍ଡକୁ ହରାଇ ଫାଇନାଲରେ ସ୍ତାନ ପକ୍କା କରିଛନ୍ତି ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ । ତେବେ ଦୁଇ ଦଳ ନିଜ ପ୍ରତିଦ୍ୱନ୍ଦୀ ଉପରେ ଭାରୀ ପଡିବାର ରଖିଛନ୍ତି ଭରପୂର ଅସ୍ତ୍ର । ଆଉ କୌଣସି ପରିସ୍ଥିତିରେ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରିବାରେ ଉଭୟ ଦଳ ଖୁବ ମାହିର । ତେଣୁ ମ୍ୟାଚ ସରିବା ପୂର୍ବରୁ କୌଣସି ଦଳକୁ ବିଜେତା ବୋଲି ବିବେଚିତ କରାଯାଇନପାରେ ।

Related posts

ଆଇସିସି ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ସେହବାଗ, ଏଦୁଲଜି, ଡି’ସିଲ୍‌ଭା

Odisha Sports Bureau

ବୁମରାଙ୍କୁ ନେଇ ଜାହିଦ ଖାନଙ୍କ ବଡ ବୟାନ

୩୪ ରନ୍‌ରେ ଜିତିଲା ପ୍ରଥମ ଟ୍ବେଣ୍ଟି-୨୦