Wrestling

ରେସଲରଙ୍କ ଉପରେ ବର୍ଷିଲେ ପିଟି ଉଷା

ଦିଲ୍ଲୀ:ଗତ କିଛି ଦିନ ହେଲା ଅଲମ୍ପିକ ସଂଘର କୁସ୍ତିଯେଦ୍ଧାମାନେ ଦିଲ୍ଲୀର ଜନତର ମନତରରେ ଧାରଣାରେ ବସିଛନ୍ତି । କୁସ୍ତିଯେଦ୍ଧା ଉପରେ ବର୍ଷିଛନ୍ତି ଆଇଓଏ ସଭାପତି ପ୍ରିତି ଉସା । କୁସ୍ତିଯୋଦ୍ଧାମାନେ ଆମ ପାଖକୁ ଆସିବା ପରିବର୍ତ୍ତେ ପୁଣି ଥରେ ରାସ୍ତାକୁ ବାହାରିବା ସେମାନଙ୍କର ବିଶୃଙ୍ଖଳିତ ଆଚରଣକୁ ଦର୍ଶାଉଛି। ଏହି ଘଟଣାରେ ଆମେ କେବଳ କୁସ୍ତିଯୋଦ୍ଧାଙ୍କ ସହିତ ଛିଡ଼ା ହେବାକୁ ଚାହୁଁଛୁ ତାନୁହେଁ, ବରଂ ଯେଉଁମାନେ ବି ଭାରତକୁ ପ୍ରତିନିଧିତ୍ବ କରିଛନ୍ତି ସମସ୍ତଙ୍କ ପାଇଁ ସମାନ ଭାବନା ରହିଛି । କହିଛନ୍ତି ତାରକା ମହିଳା କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ଦେଶର ଭାବମୂର୍ତ୍ତିକୁ ଖରାପ କରୁଛି। ବିଶ୍ବସ୍ତରରେ ଭାରତର ଏକ ସ୍ବତନ୍ତ୍ର ପରିଚୟ ରହିଛି। ତେଣୁ ଏପରି ନକାରାତ୍ମକ ପ୍ରଚାର ଦେଶ ପାଇଁ ଆଦୌ ଭଲ ନୁହେଁ ବୋଲି ଉଷା କହିଛନ୍ତି। ଦେଶର ଆଇନ୍ ପରିସରରେ ରହି ନିଜ ଅଭିଯୋଗ ଉପସ୍ଥାପନ କରାଯିବା ଉଚିତ୍ ବୋଲି ଉଷା କହିଛନ୍ତି। ସୂଚନାଯୋଗ୍ୟ, ଗୁରୁବାର ଆଇଓଏ ଏକ ୩ ଜଣିଆ ଆଡହକ୍ କମିଟି ଗଠନ କରି ଭାରତୀୟ କୁସ୍ତି ସଂଘର ଦୈନଦିନ ବ୍ୟାପାର ବୁଝିବାକୁ ଦାୟିତ୍ବ ଦେଇଛି।

Related posts

ଭାରତୀୟ କୁସ୍ତି ମହାସଂଘ ସଦସ୍ୟକୁ ନିଲମ୍ବିତ କଲା UWW

Odisha Sports Bureau

୩୭ତମ ଜାତୀୟ କ୍ରୀଡ଼ା: ଓଡ଼ିଶାକୁ ରୌପ୍ୟ ଓ କାଂସ୍ୟ ପଦକ

Odisha Sports Bureau

ବ୍ରିଜଭୂଷଣଙ୍କୁ ମିଳିଲା ଅନ୍ତରୀଣ ଜାମିନ