Cricket

WTC ଫାଇନାଲ ପାଇଁ ଯଶ୍ୱସ୍ୱୀ ଆରମ୍ଭ କଲେ ପ୍ରାକ୍ଟିସ,ବିରାଟ କୋହଲିଙ୍କ ଠାରୁ ନେଲେ ଖାସ ଟିପ୍ସ

WTC ଫାଇନାଲ ପାଇଁ ଯଶ୍ୱସ୍ୱୀ ଆରମ୍ଭ କଲେ ପ୍ରାକ୍ଟିସ,ବିରାଟ କୋହଲିଙ୍କ ଠାରୁ ନେଲେ ଖାସ ଟିପ୍ସ ।WTC ଫାଇନାଲ ମ୍ୟାଚ୍ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଲଣ୍ଡନରେ ୭ ଜୁନରୁ ଖେଳାଯିବ । ଏଥିପାଇଁ ଟିମ୍ ଇଣ୍ଡିଆର ଖେଳାଳି ଅଭ୍ୟାସ ଆରମ୍ଭ କରିଦେଇଛନ୍ତି ।ଫାଇନାଲ ମ୍ୟାଚ୍ ପାଇଁ ଟିମ୍ରେ ଯୁବ ଖେଳାଳି ଯଶସ୍ୱୀ ଜୟସଓ୍ଵାଲଙ୍କୁ ସ୍ଥାନ ମିଳିଛି । ଟିମ୍ ପାଇଁ ଲଣ୍ଡନରେ ଅଭ୍ୟାସ ଆରମ୍ଭ କରିଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିୟାରେ ସେୟାର ହୋଛି । । କୋହଲି ଯଶସ୍ୱୀଙ୍କୁ ଟେଷ୍ଟ ଫର୍ମାଟରେ ବ୍ୟାଟିଂ କରିବା ପାଇଁ ଟିପ୍ସ ଦେଉଛନ୍ତି । ଏହାସହିତ ଯଶସ୍ୱୀ ଭାରତୀୟ ଟିମର ସିନିଅର ଖେଳାଳିଙ୍କ ସହିତ କଥାବାର୍ତ୍ତା ହେଉଥିବାର ନଜର ଆସିଛନ୍ତି ।

ଯଶସ୍ୱୀ ପ୍ରଥମ ଥର ପାଇଁ ଟିମରେ ସାମିଲ ହୋଇଛନ୍ତି । ଆଉ ଏଥିପାଇଁ ଲଣ୍ଡନରେ ପ୍ରାକ୍ଟିସ ଆରମ୍ଭ କରିଦେଇଛନ୍ତି । ଯଶସ୍ୱୀ ଅଭ୍ୟାସ ପାଇଁ ବିରାଟ କୋହଲିଙ୍କ ଠାରୁ ଟିପ୍ସ ନେଉଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।ଯଶସ୍ୱୀ ଆଇପିଏଲ୍ ୨୦୨୩ରେ ଭଲ ପ୍ରଦର୍ଶନ କରିଛନ୍ତି । ସେ ୧୪ଟି ମ୍ୟାଚରେ ୬୨୫ ରନ୍ କରିଛନ୍ତି । ଏଥିପାଇଁ ତାଙ୍କୁWTC ଫାଇନାଲ ପାଇଁ ଟିମରେ ସ୍ଥାନ ମିଳିଛି ।

 

Related posts

ଚଣ୍ଡିଗଡ଼ରେ ହେବ ଜୋରଦାର ଲଢେଇ

Odisha Sports Bureau

ମୁମ୍ବାଇ ଇଣ୍ଡିଆନ୍ସ ଟିମର ଭିଡିଓ ଭାଇରାଲ

କପିଳଙ୍କ ‘ଅହଂକାର’ ଟିପ୍ପଣୀର ଜବାବ ରଖିଲେ ଜାଡେଜା

Odisha Sports Bureau