Cricket

ଆଜି ଖେଳାଯିବ ଭାରତ ପାକିସ୍ତାନର ବାକି ରହିଥିବା ମ୍ୟାଚ

ଆଜି ଖେଳାଯିବ ରବିବାର ବାକିରହିଥିବା ଭାରତ ପାକିସ୍ତାନର ମ୍ୟାଚ । ଆଜି ମ୍ୟାଚ ଅପରାହ୍ନରେ ଖେଳାଯିବ । ଭାରତୀୟ ଦଳ ଅସମାପ୍ତ ଇନିଂସରୁ ଅର୍ଥାତ ଅଧା ପାଳିରୁ ଖେଳ ଆରମ୍ଭ କରିବ ।

ରବିବାର ଭାରତ ଟସ ହାରି ପ୍ରଥମେ ବ୍ୟାଟିଂ କରିଥିଲା । ୨୪.୧ ଓଭରରେ ୨ୱିକେଟ ହରାଇ ୧୪୭ରନ କରିଥିଲା । କଲମ୍ବୋରେ ପ୍ରବଳ ବର୍ଷା ହେବା ଯେଗୁ ଖେଳ ସ୍ଥଗିତ ରହିଥିଲା । ପରେ ଦୁଇ ଦଳର ଅଧିନାୟକଙ୍କ ସହ ଆଲୋଚନା କରି ରିଜର୍ଭ ଡେରେ ମ୍ୟାଚ କରିବାକୁ ନିଷ୍ପତ୍ତି ନେଇଥିଲେ ଅମ୍ପାୟାର । ଉଭୟ ଦଳ ୫୦ ଓଭର ଖେଳ ଖେଳିବେ । କାଲି ରୋହିତ ଶର୍ମା ଓ ଶୁଭମନ ଗିଲଙ୍କ ଓପନିଂ ଯୋଡି ୧୨୧ ରନ କରିଥିଲେ । ଅଧିନାୟକ ରୋହିତ ଶର୍ମା ୫୬ ରନ କରିଥିଲେ ଓ ଶୁଭମନ ଗିଲ୍ ୫୮ ରନ୍ କରି ଆଉଟ୍ ହୋଇଯାଇଥିଲେ । ବିରାଟ କୋହଲି ଓ କେଏଲ ରାହୁଲ ଅରାପଜିତ ରହିଛନ୍ତି । ଆଜି ଦୁଇ ୱିକେଟ ବିନିମୟରେ ୧୪୭ ରନରୁ ଖେଳ ଆରମ୍ଭ କରିବ ଭାରତ ।

Related posts

ବର୍ଷାରେ ଧୋଇଗଲା ସ୍ୱପ୍ନ: ଚମ୍ପିଅନ୍ସ ଟ୍ରଫିରୁ ବିଦା ହେଲେ ପକିସ୍ତାନ ଏବଂ ବାଂଲାଦେଶ ଟିମ୍

Odisha Sports Bureau

ୱିକେଟ କିପର ବ୍ୟାଟର ସଞ୍ଜୁ ସାମସନ ଆହତ ଯୋଗୁଁ ମ୍ୟାଚରୁ ବାଦ ପଡିଛନ୍ତି

Odisha Sports Bureau

ମ୍ୟାଚ ପୂର୍ବରୁ ସାଉଥ ଆଫ୍ରିକାକୁ ଝଟକା

Odisha Sports Bureau