( ଓଡିଶା ସ୍ପୋର୍ଟସ): ଭାରତର ଶୀର୍ଷ ଟେନିସ୍ ଖେଳାଳୀ ପ୍ରଜନେଶ ଗୁଣେଶ୍ୱରନଙ୍କ ଭାଗ୍ୟ ଏଥର ତାଙ୍କ ସାଥ ଦେଇନାହିଁ, ସେ ଅଷ୍ଟ୍ରେଲିଆ ଓପନର ପ୍ରଥମ ପର୍ଯ୍ୟାୟରେ ହିଁ ପରାଜିତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଛନ୍ତି । ଆଜି ପ୍ରଥମ ପର୍ଯ୍ୟାୟର ମୁକାବିଲାରେ ତାଙ୍କୁ ଜାପାନର ତତସୁମା ଇଟୋଙ୍କ ଠାରୁ ୪-୬, ୨-୬, ୫-୭ରେ ପରାଜୟରସାମ୍ନା କରିବାକୁ ପଡିଛି । ୧୨୨ତମ ର୍ୟାଙ୍କରେ ଥିବା ବାମ ହାତି ଭାରତୀୟ ଖେଳାଳି ପ୍ରଜନେସ୍ ସମ୍ପୂର୍ଣ୍ଣ ମ୍ୟାଚରେ ନିଜ ଲୟରେ ଦେଖାଯାଇନଥିଲେ ଏବଂ ୧୪୫ତମ ର୍ୟାଙ୍କିଙ୍ଗ୍ ଥିବା ଇଟୋଙ୍କୁ କଡା ଟକ୍କର ଦେଇନପାରି ସିଧା ସେଟରେ ପରାସ୍ତ ହୋଇଥିଲେ । ଏବେ ୱାଇଲ୍ଡ୍ କାର୍ଡ ଏଣ୍ଟ୍ରିରେ ସ୍ଥାନ ପାଇଥିବା ତତସୁମା ଇଟୋଙ୍କ ମୁକାବିଲା ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରେଷ୍ଠ ଖେଳାଳି ନୋଭାକୋ ଜୋକୋଭିଚଙ୍କ ସହିତ ହେବ ।
ଏହା ପୂର୍ବରୁ ପ୍ରଜନେସ୍ ଲକି ଲୁଜରଙ୍କ ଭଳି ଗ୍ରାଣ୍ଡ ସ୍ଲାମର ମୁଖ୍ୟ ଡ୍ର ରେ କ୍ୱାଲିଫାଇ କରିଥିଲେ ଏବଂ ଏହ ପଞ୍ଚମ ଥର ଥିଲା, ଯେତେବେଳେ ସେ କୌଣସି ଗ୍ରାଣ୍ଡ ସ୍ଲାମ୍ ର ମୁଖ୍ୟ ଡ୍ର ପାଇଁ ସ୍ଥାନ ସୁରକ୍ଷିତ କରିଥିଲେ । ପ୍ରଜନେଶଙ୍କ ଟୁର୍ଣ୍ଣାମେଣ୍ଟରୁ ବାହାର ହେବା ସହିତ ଏକକ ବର୍ଗରେ ଭାରତୀୟ ଖେଳାଳୀଙ୍କ ସଫର ଶେଷ ହୋଇଯାଇଛି ।
