Cricket

ଆଇସିସି ଟି-୨୦ ରାଙ୍କିଙ୍ଗର ନମ୍ବର-୧ ବ୍ୟାଟ୍ସଓମ୍ୟାନ୍ ଶେଫାଳୀ

(ଓଡ଼ିଶା ସ୍ପୋର୍ଟ): ଚଳିତ ଆଇସିସି ମହିଳା ଟି-୨୦ ବିଶ୍ୱକପରେ ଶେଫାଳି ନିଜର ଦମଦାର ବ୍ୟାଟିଂ ଦ୍ୱାରା ଆଇସିସି ମହିଳା ଟି-୨୦ ରାଙ୍କିଙ୍ଗର ନମ୍ବର-୧ ବ୍ୟାଟ୍ସଓମ୍ୟାନ୍ ହୋଇଛନ୍ତି। ବୁଧବାର ଆଇସିସି ଦ୍ୱାରା ଜାରି ବ୍ୟାଟିଂ ରାଙ୍କିଙ୍ଗରେ ଶେଫାଳି ଏକାଥରକେ ୧୯ଟି ସ୍ଥାନ ଉପରକୁ ଉଠି ଶୀର୍ଷ ସ୍ଥାନ କବଜା କରିଛନ୍ତି। ମାତ୍ର ୧୮ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିସାରିଥିବା ଶେଫାଳି ଚଳିତ ବିଶ୍ୱକପରେ ଏପର୍ୟ୍ୟନ୍ତ ଯଥାକ୍ରମେ ୪୭, ୪୬, ୩୯ ଓ ୨୯ ରନର ଧୂଆଁଧାର ଇନିଂସ୍ ଖେଳିଛନ୍ତି। ସେ ୪ଟି ମ୍ୟାଚରେ ୪୦.୨୫ ହାରରେ ୧୬୧ ରନ୍ କରିଛନ୍ତି ଏବଂ ସେ ଦୁଇଥର ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।
ଶେଫାଳିଙ୍କର ବର୍ତ୍ତମାନ ୭୬୧ ପଏଣ୍ଟ ରହିଛି। ଶେଫାଳି ମଧ୍ୟ କନିଷ୍ଠ ଭାରତୀୟ ମହିଳା କ୍ରିକେଟର୍ ଭାବେ ଆଇସିସି ରାଙ୍କିଙ୍ଗର ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ସେହିପରି ମିତାଲୀ ରାଜଙ୍କ ପରେ ଶେଫାଳି ଦ୍ୱିତୀୟ ଭାରତୀୟ ଭାବେ ଟି-୨୦ ରାଙ୍କିଙ୍ଗରେ ଏକ ନମ୍ବର ସ୍ଥାନ ଅକ୍ତିଆର କରିଛନ୍ତି।
ଗତବର୍ଷ ସେପ୍ଟେମ୍ବରରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସୁରତରେ ଶେଫାଳି ଟି-୨୦ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ଏପର୍ୟ୍ୟନ୍ତ ସେ ୧୮ ମ୍ୟାଚରେ ୨୮.୫୨ ହାରରେ ୧୪୬.୯୬ ଷ୍ଟ୍ରାଇକରେଟରେ ୪୮୫ ରନ୍ କରିଛନ୍ତି।

Related posts

ସତ ହୋଇଛି ବ୍ରାଏନ ଲାରାଙ୍କ ପୂର୍ବାନୁମାପ

Odisha Sports Bureau

ବର୍ଷା ଧୋଇ ନେଇଛି ସନ୍‌ରାଇଜର୍ସ ହାଇଦ୍ରାବାଦର ପ୍ଲେ ଅଫ୍ ଆଶା

Odisha Sports Bureau

ଶୁଭମନ ଗିଲ ଓ ରିଷବ ପନ୍ତଙ୍କ ଦମଦାର ଶତକ

Odisha Sports Bureau